ଷ୍ଟେସନରୁ ଇଂଜିନିୟରିଂ ଛାତ୍ରୀ ନିଖୋଜ

0 159

ଭୁବନେଶ୍ୱର,୨୩/୬(ଏସ ଏସ ନିଉଜ)ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଇଂଜିନିୟରିଂ ଛାତ୍ରୀ ନିଖୋଜ ହୋଇଥିବାର ଜିଆରପି ଥାନାରେ ଅଭିଯୋଗ ହୋଇଛି ।ନିଖୋଜ ଛାତ୍ରୀ ପଶ୍ଚିମବଙ୍ଗ ଚବିଶପ୍ରଗଣାର ସୁଇଟି ରଏ । ସେ ଖଣ୍ଡଗିରିରେ ଥିବା ଏରୋ ସ୍ପେସ ଆଣ୍ଡ ଇଞ୍ଜିନିୟରିଂ କଲେଜ ଛାତ୍ରୀ । ଗତକାଲି ସୁଇଟି ହାଓ୍ୱଡାରୁ ଭୁବନେଶ୍ୱର ଆସି ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିବା ପରେ ମାଙ୍କୁ ଫୋନ କରିଥିଲେ । ପରେ ତାଙ୍କ ମୋବାଇଲ ସୁଇଚ ଅଫ୍ ରହିଛି । ଶେଷ ଥର ପାଇଁ ସୁଇଟିଙ୍କ ଲୋକେସନ ଭୁବନେଶ୍ୱର ଦେଖାଉଥିବା ସୂଚନା ମିଳିଛି । ନିଖୋଜ ଝିଅଙ୍କ ବାପା ମା ଆଜି ସନ୍ଧ୍ୟାରେ ଟ୍ରେନ ଯୋଗେ ଭୁବନେଶ୍ୱର ପହଞ୍ଚିବେ । ତେବେ ତାଙ୍କୁ କେହି ଅପହରଣ କରିଛି ନା ଆଉ ଘଟଣା କଣ ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

Leave A Reply

Your email address will not be published.