ଆଜିର ରାଶିଫଳ

0 218

୨୦୨୨ ମସିହା ଜୁଲାଇ ମାସ ୧୩ ତାରିଖ (ବୁଧବାର)ଆଷାଢ଼ ମାସ -ଶୁକ୍ଳପକ୍ଷ,ତିଥି-ପୂର୍ଣ୍ଣିମା ରା ଘ୧୧/୫୮ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦା,ସୁର୍ୟୋଦୟ ପ୍ରାତଃ ଘ୦୫/୧୯/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୨୨,କର୍କଟ ରାଶିର ଘାତବାର,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର, ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।
🐏ମେଷ👉ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ I ବନ୍ଧୁ ପରିଜନ ଙ୍କ ସହିତ ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ Iମିତ୍ରମାନଙ୍କଠାରୁ ସହଯୋଗ ପାଇବେ। ଧାର୍ମିକ ସ୍ଥଳ କୁ ଭ୍ରମଣ ରେ ଯାଇ ପାରନ୍ତି । ଆକସ୍ମିକ ଧାନ ପ୍ରାପ୍ତି ହେବ I
🐮ବୃଷ👉ଦିନଟି ଭଲରେ କଟିବ I ନୂତନ କର୍ମସଂସ୍ଥାନ ରେ ଯୋଗ ଦେବେ I କର୍ମକ୍ଷେତ୍ରରେ ଉନ୍ନତି I ପଦୋନ୍ନତି ସହିତ ଦରମା ବୃଦ୍ଧି ହେବ I ବନ୍ଧୁ ପରିଜନ ରେ ଆଦରଣୀୟ ହେବେ I ମାନ ସମ୍ମାନ ଏବଂ ଉପହାର ପାଇବେ I
👩‍❤️‍👨ମିଥୁନ👉 ଦାନକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ନିଜର ଅଭୀଷ୍ଟ ପୂରଣ ପାଇଁ ମିଥ୍ୟାର ଆଶ୍ରୟ ନେବେନାହିଁ। ପତ୍ନୀ, ପୁତ୍ର ସୁଖ ଅନୁଭବ କରିବେ। ଭୋଗୀ, ବିଳାସୀ ଓ ଧନାଢ଼୍ୟ ହୋଇପାରନ୍ତି।
🦀କର୍କଟ👉ନିଜର ପ୍ରତିଭାକୁ ବିକଶିତ କରିବା ଲାଗି ବଡ଼ ସୁଯୋଗ ମିଳିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ପରିବାରରେ କୌଣସି ଦାୟିତ୍ବ ଗ୍ରହଣ କରି ବେ। ବନ୍ଧୁଙ୍କ ସହ ସମ୍ପର୍କ ମଧୁର ହେବ।
🦁ସିଂହ👉ସାମାନ୍ୟ କଥାରେ ବିବାଦ ଉପୁଜିପାରେ ।ପାରିବାରି କ ବିଷୟରେ ଉଦାସୀ ନ ରହିବେ । ବ୍ୟବସାୟ ଲାଭ ଜନ କ ହେବ। ଅହଂକାରୀ ହୋଇପା ରନ୍ତି। ବିବାହ ବିଳିମ୍ବିତ ହେବ। ଦାମ୍ପତ୍ୟ ଜୀବନ କଷ୍ଟ ପ୍ରଦ ହୋଇପାରେ।
🙎‍♀️କନ୍ୟା👉 ବହୁ ଶୁଭଫଳର ଅଧିକାରୀ ହେବେ। ଭ୍ରାତୃ ସ୍ନେହ ଅତୁଟ ରହିବ। ସୁସ୍ଥ ଓ ନିରାମ ୟ ରହିବେ। ଶତ୍ରୁହନ୍ତା ହୋଇ ପାରନ୍ତି। କେତେକ କ୍ଷେତ୍ର ରେ ପଛଘୁଞ୍ଚା ଦେଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
⚖️ତୁଳା👉ସୃଜନଶୀଳ ହେବେ I ପାରିବାରିକ କର୍ତବ୍ୟ ବଢିବ I ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଉତ୍ସାହଜନକ ହେବ I ଶରୀର ଏବଂ ମନ ସତେଜ ରହିବ I ଅତ୍ୟଧିକ ଚିନ୍ତାଧାରା ଦ୍ୱାରା ମନ ବିଚଳିତ ହେବ I ଆଜି କାହା ସହିତଆର୍ଥିକ ପ୍ରସଙ୍ଗ ରେ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା କରିବେ I
🦂ବିଛା👉ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଅଟକିଥିବା କାର୍ଯ୍ୟ ପୂରଣ କରିବାକୁ ଚେଷ୍ଟା କରିବେ। ପାରିବାରିକ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ମା’ଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତିତ ରହିପାରନ୍ତି I
🏹ଧନୁ👉ଆଧ୍ୟାତ୍ମିକ ଦିଗରେ ଅର୍ଥ ଖର୍ଚ୍ଚ କରିପାରନ୍ତି Iକୌଣସି ଗୁରୁତ୍ତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ବିଚାର ବିମର୍ଶ କରି ନିଅନ୍ତୁ। ମିଥ୍ୟା ଅପବାଦରେ ଅପମାନିତ ହେବେ। କାରବାର ରେ ଉତ୍‍ଥାନ ପତନ ଲାଗି ରହିବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରି ବେ। ପାରିବାରିକ ପରିବେଶ ଆନଂଦ ଦାୟକ ରହିବ I
🐊ମକର👉ଭାଗ୍ୟଶାଳୀ ହୋଇପାରନ୍ତି। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ​​କେତେକ ସ୍ଥାନରେ ବିବାଦଶୀଳ ହୋଇପାରନ୍ତି। କରଜ ଫେରସ୍ତ ପାଇବେ I
🏺କୁମ୍ଭ👉ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଖୁସି ହେବ I ଘରେ ସମ୍ପର୍କୀୟ, ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସହିତ ଏକ ଉତ୍ସବର ପରିବେଶ ରହିବ I ସୁଖାଦ୍ୟ ଭୋଜନ କରିବେ I ପିଲାମାନଙ୍କ ପଢାପଢି କୁ ନେଇ ଚିନ୍ତିତ ରହିବେ I ଆର୍ଥିକ ଦୃଷ୍ଟିକୋଣରୁ ଆଜି ଏକ ଲାଭଦାୟକ ଦିନ I ଆଧ୍ୟାତ୍ମିକତା ପ୍ରତି ରୁଚି ବଢିବ I
🐟ମୀନ👉ଆର୍ଥିକ ଯୋଜନା ଏବଂ ପୁଞ୍ଜି ବିନିଯୋଗ ରେ ଯତ୍ନବାନ ହୁଅନ୍ତୁ I ଆପଣ କମ୍ ଏକାଗ୍ରତା ଏବଂ ଅସ୍ଥିରତା ଅନୁଭବ କରିବେ I ଧାର୍ମିକ କାର୍ଯ୍ୟ ପଛରେ ଅର୍ଥ ଖର୍ଚ୍ଚ ହେବ I ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କ ସହିତ ମତଭେଦ ଦେଖାଦେବ I କୋର୍ଟ କଚେରୀ ମାମଲାରେ ଜଡିତ ନହେବା ଭଲ ହେବ I*
*᯽⊱▬▬▬❊⊰❀▬▬❀⊱❊▬▬▬⊰᯽*
ନୀତି ବାଣୀ-ବେଳେ ବେଳେ କିଛି ସମ୍ପର୍କକୁ ବଞ୍ଚାଇ ରଖଖିବା ପାଇଁ କିଛି କଥାକୁ ଅଣଦେଖା କରିବାକୁ ପଡିଥାଏ କେବେ ମୁକ ହୋଇ ତ ଆଉ କେବେ ଅନ୍ଧ ହୋଇ !!
ବାସ୍ତୁ ଟିପ୍ପଣୀ-ସାବଧାନ !!ଏହି ୫ଟି ଜିନିଷ ହୋଇଥାଏ ଗରିବ ଓ ଦାରିଦ୍ର୍ୟତା ର କାରଣ। ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାମ।
ହିନ୍ଦୁ ଧର୍ମ ରେ ମାତା ଲକ୍ଷ୍ମୀ ଙ୍କୁ ଧନ ର ଦେବୀ ବୋଲି କୁହାଯାଏ। ମାତା ଲକ୍ଷ୍ମୀ ଙ୍କ କୃପା ହେଲେ ଘରକୁ ଧନ ଧାନ୍ୟ ଓ ସୁଖ ସମୃଦ୍ଧି ଆସିଥାଏ । ସମାଜ ରେ ମାନ ସମ୍ମାନ ପ୍ରାପ୍ତି ହୋଇ ଥାଏ । ଆଜି ମାତା ଲକ୍ଷ୍ମୀଙ୍କ ବିଷୟରେ ଏମିତି କିଛି ଜିନିଷ ଜାଣିବା ଯାହା କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଘର ଉପରେ ରହିବ ।
ମାତା ଲକ୍ଷ୍ମୀ କହିଛନ୍ତି ଯେ ଯେଉଁ ଘରେ ସବୁଦିନ ସକାଳେ ଓ ସନ୍ଧ୍ୟାରେ ଗାଈ ଘିଅର ଦ୍ଵୀପ ଜଳଯାଇ ଥାଏ ସେହି ଘରେ ସବୁ ଦେବୀ ଦେବତା ବାସ କରି ଥାଆନ୍ତି । ସେହି ଘର ର ଲୋକ ମାନେ ସବୁବେଳେ ସୁଖ ରେ ରହି ଥାଆନ୍ତି ।ସେହି ଘର କେବେବି ଦୁଃଖ ଦାରିଦ୍ର୍ୟ ଦେଇ ଗତି କରନ୍ତି ନାହିଁ । ଏହା ସହିତ ଯଦି ଆପଣ ଙ୍କ ଘରକୁ କୌଣସି କୁଣିଆ ଆସୁଛନ୍ତି ତେବେ ତାଙ୍କୁ ପାଣି ଗ୍ଲାସ ପିଇବା ପାଇଁ ଦେବା ଉଚିତ୍ ଏହା ଦ୍ଵାରା ସବୁ ଅଶୁଭ ଶକ୍ତି ଘରୁ ଦୂରେଇ ଯାଇଥାଏ।ଘରେ ସବୁବେଳେ ମହୁର ରଖିବା ସ୍ଥାନ ସଫା ସୁତୁରା ଓ ପରିଷ୍କାର ରଖିବା ଦରକାର।
ଜୀବନରେ ମହୁକୁ ସବୁଠୁ ପବିତ୍ର ବୋଲି କୁହାଯାଏ । ମହୁ ରହିଲେ ଘରେ ସକାରାତ୍ମକ ଶକ୍ତି ରହିଥାଏ। ଏବେ ଜାଣିବା ଘରେ କେଉଁ ସବୁ ଜିନିଷ ରଖିବା ଦ୍ଵାରା ମାତା ଲକ୍ଷ୍ମୀ ଘରେ ବାସ କରନ୍ତି ନାହିଁ ।
୧-ତେବେ ମାତା ଲକ୍ଷ୍ମୀ ସର୍ବଦା ସଫା ସୁତୁରା ଘରେ ଓ ସୁଗନ୍ଧିତ ପରିବେଶ କୁ ପସନ୍ଦ କରି ଥାଆନ୍ତି । ଯେଉଁ ଘରେ ସବୁ ବେଳେ ଅପରିଷ୍କାର ପରିବେଶ ଥାଏ ଓ ଦୁର୍ଗନ୍ଧ ବାହାରୁ ଥାଏ ସେହି ଘରେ ମାତା ଲକ୍ଷ୍ମୀ କେବେ ମଧ୍ୟ ବାସ କରନ୍ତି ନାହିଁ। ସେହି ଘର ଲୋକ ଯେତେ ବି କାର୍ଯ୍ୟ କରିଲେ ମଧ୍ୟ ପଛୁଆ ରହି ଥାଆନ୍ତି । ସେହି ଘରର ଲୋକ ମାନେ ଉନ୍ନତି କରି ପାରନ୍ତି ନାହିଁ ।
୨- ମହିଳା ମାନେ ପୂଜା ସମୟ ରେ କିଛି ଜିନିଷ ର ଧ୍ୟାନ ଦେବା ଉଚିତ୍ । କାରଣ ଏହି ସବୁ ଛୋଟ ଭୁଲ୍ ଯୋଗୁ ଘରେ ଦାରି ଦ୍ର୍ୟ ଦେଖା ଯାଇଥାଏ । ମହିଳା ମାନେ ମନେ ଧ୍ୟାନ ରଖିବା ଉଚିତ୍ ଯେ ପୂଜା କରିବା ସମୟ ରେ ହାଇ ମାରିବା ଠିକ୍ ନୁହେଁ। ଏହା କରିବା ଦ୍ଵାରା ସବୁ ଦେବୀ ଦେବତା କ୍ରୋଧିତ ହୋଇ ଥାଆନ୍ତି।
୩-କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ବାହାରୁ ଆସି ଗୋଡ଼ ହାତ ନଧୋଇ ବେଡ୍ ଉପରେ ଶୋଇ ଯାଇ ଥାଆନ୍ତି । ଏହା କରିବା ଦ୍ଵାରା ରୋଗ ହେବା ସହିତ ଅନେକ ପ୍ରକାର ବାସ୍ତୁ ଦୋଷ ଦେଖା ଯାଏ । ବାହାରୁ ଆସି ପ୍ରଥମେ ଗୋଡ଼ ହାତ ଧୋଇ ଘରକୁ ପ୍ରବେଶ କରନ୍ତୁ ।
୪-ସବୁବେଳେ ବାହାରୁ ଆସିବା ପରେ ଜୋତା ଓ ଚପଲ କୁ ଠିକ୍ ଭାବେ ରଖିବେ । କେବେବି ଜୋତା ଓ ଚପଲକୁ ଏଣେ ତେଣେ ଫିଙ୍ଗିବେ ନାହିଁ । ଧ୍ୟାନ ଦେବେ ଯେ ଜୋତା କି ଚପଲ ଯେପରି ଓଲଟା ନରୁହେ
୫-ରୋଷେଇ ଘରକୁ ସବୁବେଳେ ସଫା ସୁତୁରା ରଖିବା ଆବଶ୍ୟକ । ରୋଷେଇ ଘର ସଫା ସୁତୁରା ରହିବା ଦ୍ଵାରା ମାତା ଲକ୍ଷ୍ମୀ ଙ୍କ ସହିତ ଅନ୍ନପୂର୍ଣ୍ଣା ଘରେ ବାସ କରି ଥାଆନ୍ତି। ସକାଳୁ ସବୁ ବେଳେ ଜଲ୍ଦୀ ଉଠନ୍ତୁ । ସକାଳୁ ଜଲ୍ଦୀ ଉଠିବା ହିଁ ଧନୀ ହେବାର ସବୁଠୁ ବଡ଼ କାରଣ।!! ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା !!

Leave A Reply

Your email address will not be published.