ଉପକୂଳ ଓଡ଼ିଶାରେ ଲାଗିଛି ବର୍ଷା

0 136

ଭୁବନେଶ୍ୱର,୧୬/୭(ଏସ ଏସ ନିଉଜ)ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ଲାଗିରହିଛି ବର୍ଷା ।ଭୁବନେଶ୍ବର, କଟକ ସହରରେ ଆଜି ସକାଳୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ।ବର୍ଷାରେ ଦୃଶ୍ୟମାନ ଦୂରତା କମୁଥିବାରୁ ନିଜକୁ ଯାତାୟାତରୁ ନିବୃତ ରଖିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।ପ୍ରବଳ ବର୍ଷା ନେଇ ୭ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର,ବରଗଡ଼, ସମ୍ବଲପୁର ଓ ଅନୁଗୁଳରେ ପ୍ରବଳ ବର୍ଷା ସମ୍ଭାବନା ଥିବାର କୁହାଯାଇଛି ।

Leave A Reply

Your email address will not be published.