କେନ୍ଦୁଝର,୧୯/୭(ଏସ ଏସ ନୁଜ) ଟ୍ରାକ୍ଟର ଓଲଟି ଜଣେ ଭାଗ ଚାଷୀଙ୍କର ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଶିବନାରାୟଣପୁର ଗୋଡା ଗାଁ ରୁଗୁଡି ସାହିରେ ଚାଷ କରୁଥିବା ବେଳେ ହେଲା ଅଘଟଣ ଘଟିଛି।ସନ୍ଧ୍ୟା ସମୟରେ ଅର୍ଜୁନ ମହାକୁଡ ନାମକ ଭାଗ ଚାଷୀ ଜମିରେ ଟ୍ରାକ୍ଟର ସାହାଯ୍ୟରେ ଜମିରେ ଚାଷ କରୁଥିଲେ । ସେହି ସମୟରେ ହଠାତ କାଦୁଅରେ ଫସି ଟ୍ରାକ୍ଟରଟି ଓଲଟି ପଡିଥିଲା ।ଚାଷୀ ଅର୍ଜୁନ ମହାକୁଡଙ୍କୁ ଚାପି ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।
