ଭୁବନେଶ୍ବର,୧୯/୭(ଏସଏସନିଉଜ) ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ ନିଷ୍ପତ୍ତି ନେଇ ବିଧାନସଭାରେ ଅବଗତ କରିଛନ୍ତି ସଂସଦୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥିରେ ଆଇ ଟି ପଲିସି-୨୦୨୨କୁ ବି କ୍ୟାବିନେଟ ଅନୁମୋଦନ କରିଛି।୨ଟି ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ୍ର ଅନୁମୋଦନ ମିଳିଛି ।ରାୟଗଡ଼ା ଜିଲ୍ଲାର ୧୫ ପଞ୍ଚାୟତ, କୋରାପୁଟର ୩୧ ପଞ୍ଚାୟତକୁ ମିଳିବ ପାଣି ।ପୁରୀରେ୧୩୫କୋଟି ବନିଯୋଗରେ ନିର୍ମାଣ ହେବ ଧର୍ମଶାଳା ।ପର୍ୟ୍ୟଟକଙ୍କ ସୁବିଧା ପାଇଁ ପୁରୀରେ ଧର୍ମଶାଳା ପ୍ରକଳ୍ପକୁ କ୍ୟାବିନେଟ ମଂଜୁରୀ ମିଳିଛି । ବାସେଳିସାହି ଧର୍ମଶାଳା ପ୍ରକଳ୍ପକୁ କାର୍ୟ୍ୟକାରୀ କରାଯିବ ।ଆଇଟି

କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ବିଶେଷ ପ୍ରୋତ୍ସାହନ ଘୋଷଣା କରାଯାଇଛି ।ସ୍ଥାୟୀ ପୁଞ୍ଜିନିବେଶ ନିମନ୍ତେ କଂପାନୀଗୁଡ଼ିକୁ ନିବେଶର ୨୫% ଯୋଗାଇ ଦିଆଯିବ ।୪ ଜିଲ୍ଲାକୁ ମନରେଗା ଯୋଜନାରେ ଅଧିକ ୨୦୦ ଦିନ କାମ ଯୋଗାଇବେ ରାଜ୍ୟ ସରକାର ।୪ ଜିଲ୍ଲା ବଲାଙ୍ଗିର, କଳାହାଣ୍ଡି, ବରଗଡ଼, ନୂଆପଡ଼ାର ୨୦ ବ୍ଲକରେ ଏହାକୁ ଲାଗୁ କରାଯିବ ।ଦାଦନ ପ୍ରବଣ ବ୍ଲକରେ କାମ ଯୋଗାଇବା ଲକ୍ଷ୍ୟରେ ନୂଆ ନିଷ୍ପତ୍ତି ହୋଇଛି ।ଗଂଜାମ ଜିଲ୍ଲା ବରଦା ଗାଁ ନିକଟରେ ଋଷିକୂଲ୍ୟା ନଦୀରେ ହେବ ଆନିକଟ । ଆନିକଟ ନିର୍ମାଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଂଜୁରୀ ମିଳିଛି ।ଆନିକଟ ନିର୍ମାଣରେ ଖର୍ଚ୍ଚ ହେବ ୧୪୯ କୋଟି ୬୦ ଲକ୍ଷ ଟଙ୍କା ।୩୬ ମାସରେ ଆନିକଟ ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି ।

