ଢେଙ୍କାନାଳ,୧୯/୭(ଏସଏସନିଉଜ) ୫୩ ଜାତୀୟ ରାଜପଥର ମୁଣ୍ଡେଇଲୋ ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି ।ଯାହାଫଳରେ ଜଣେ ଚାଳକ ଗଁନ୍ଦିଆ ଥାନା ଦେଓଗାଁର ଅଜିତ ବେହେରା ଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଚାଳକ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଗୁଣ୍ଡୁରୁଝରଣା ଗାଁର ଅନ୍ତର୍ୟ୍ୟାମୀ ସାହୁ ଗୁରୁତର ହୋଇଛନ୍ତି।ଦୁର୍ଘଟଣାପରେ ଉଭୟଚାଳକଙ୍କୁ ପର୍ଜଙ୍ଗ ଥାନା ପୁଲିସ ସହାୟତାରେ ଚିକିସ୍ାପାଇଁ ପର୍ଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଅଜିତଙ୍କର ମୃତ୍ୟୁ ହୋଇଥିଲା।ପୋଲିସ ଦୁର୍ଘଟଣାଗ୍ରସ୍ଥ ଟ୍ରକ ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
