ପୁରୀ ମେନକେନାଲକୁ ଖସିଲା କାର

ବାରଙ୍ଗ,୧୯/୭(ଏସ ଏସ ନିଉଜ) ନାଚ ଦେଖି ଗାଡି ଚାଳକ ପୁରୀ ମେନ କେନାଲ ଦେଇ ଫେରୁଥିବାବେଳେ ଏକ ଫର୍ଡ ଫିଗୋ କାର୍ ଭାରସାମ୍ୟ ହରାଇ ପୁରୀ ମେନକେନାଲକୁ ଓଲଟି ପଡିଥିଲା।ଫଳରେ ଏଥିରେ ଚାଳକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।ଆହତ ଗାଡି ଚାଳକ ଜଣେ ପ୍ରତିଷ୍ଟିତ ଯାତ୍ରା ପାର୍ଟିର ଗୀତିକାରଙ୍କ ଗାଡି ଚାଳକ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ ଗତ ସୋମବାର ରାତି ସାଢେ ୩ଟାବେଳେ ନନ୍ଦନକାନନ ଥାନା ଅନ୍ତର୍ଗତ କେନ୍ଦୁପାଟଣା ଗ୍ରାମ ଯାତ୍ରା ପଡିଆରେ ଚାଲିଥିବା ଯାତ୍ରା ରିଏଲସେଲରେ ଜଣେ ଗୀତିକାର ଆସିଥିଲେ ।ରିୟଲ ସଲ ସରିବାପରେ ଚାଳକ ତାଙ୍କୁ
କାର ଯୋଗେ ଘରେ ଛାଡ଼ି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଓ ଆର୍ ୦୨ ବିଏସ୍ ୧୯୨୦ନମ୍ବର କାର ଯୋଗେ ଫେରୁଥିବା ବେଳେ ମରିଚିଆ ସାଇଫନ୍ ପାଖ ବୁଲାଣି ରାସ୍ତା ପାଖରେ ଭାରସାମ୍ୟ ହରାଇ ପୁରୀମେନ୍ କେନାଲ ଭିତରକୁ କାର୍ ଖସିପଡିଥିଲା।ଫଳରେ ଗାଡି ଚାଳକ ଅଳ୍ପକେ ବର୍ତ୍ତିଯାଇଥିଲା ।ପରେ ମଙ୍ଗଳବାର ଅପରାହ୍ନ ରେ ନନ୍ଦନକାନନ ଥାନା ପୁଲିସ ସହାୟତାରେ ଏକ କ୍ରେନ୍ ସାହାର୍ଯ୍ୟରେ କାର ଉଦ୍ଧାର କରାଯାଇଛି.।(ଗୋୖତମ ରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.