ବିବାହିତ ମହିଳାଙ୍କୁ ଧର୍ଷଣ ଉଦ୍ୟମ !

0 191

ବାରଙ୍ଗ,୧୮/୮(ଏସଏସନିଉଜ) ବୁଧବାର ସନ୍ଧ୍ୟାରେ ଚନ୍ଦକାଥାନା ଅର୍ନ୍ତଗତ ମେଣ୍ଢାଶାଳଗାଁମୁଣ୍ଡ ଡାକ୍ତରଖାନାର ପରିତ୍ୟକ୍ତ କୋଠାଘରେ ରହୁଥିବା ଜଣେ ବିବାହିତ ମହିଳାଙ୍କୁ ମେଣ୍ଢାଶାଳ ଗ୍ରାମର ତିନିଜଣ ଯୁବକ ଧର୍ଷଣ ଉଦ୍ୟମ କରିଥିବାର ମେଣ୍ଢାଶାଳ ଫାଣ୍ଡିରେ ଅଭିଯୋଗ ହୋଇଛି ।ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟଦୁଇଜଣ ଫେରାର ହୋଇଯାଇଥିବାର ଜଣାପଡିଛି ।
ପ୍ରକାସ ଯେ,ଯାଜପୁର ଅଂଚଳର ସେଖ୍ କାଲା ତାଙ୍କର ପିଲାଛୁଆଧରି କୁକୁଡାମୁଣ୍ଡିରେ ରହୁଥିଲେ ।ପରେ ଡାକ୍ତରେଖାନାରୁ ପରିତ୍ୟକ୍ତ କୋଠାଘରେ ଆସି ସପରିବାରେ ରହିବାକୁ ଆରମ୍ଭ କରିଥିଲେ । ମେଣ୍ଢାଶାଳ ଗ୍ରାମର କେତେକ ମୁସୁଲିମ ଯୁବକ ସେମାନଙ୍କ ନିକଟକୁ ଯିବାଆସିବା କରୁଥିଲେ ।ବୁଧବାର ସନ୍ଧ୍ୟା ସମୟରେ ସେଖ୍ ମସଜିହ ନାମକ ଯୁବକ ତାର ଦୁଇ ସହଯୋଗୀକୁ ସାଙ୍ଗରେ ଧରି ଏହି ପରିତ୍ୟକ୍ତ କୋଠାରେ ପହଁଚିଥିଲେ ।ଏହି ସମୟରେ ସେଖ୍ କାଲାଙ୍କ ସ୍ତ୍ରୀ ଅସିମା ବିବି ଘରେ ଏକୁଟିଆ ରୋଷେଇକରୁଥିବାର ଦେଖି ତାଙ୍କୁ ଜବରଦସ୍ତ ଧର୍ଷଣ ଉଦ୍ୟମ କରିଥିଲେ ।ଅସିମା ଚିକ୍ତାର କରିବାରୁ ପାଖଘରେ ଥିବା ପରିବାରର ଅନ୍ୟସଦସ୍ୟମାନେ ଆସିବାରୁ ଯୁବକ ତିନିଜଣ ଘଟଣାସ୍ଥଳରୁ ଖସି ପଳାଇଥିଲେ ।ଏହାପରେ ପରିବାରସହ ଅସିମା ମେଣ୍ଢାଶାଳ ଫାଣ୍ଡିକୁ ସେହିଦିନ ରାତିରେ ଯାଇ ଲିଖିତ ଅଭିଯୋଗ କରିଥିଲେ ।ଅଭିଯୋଗ ପାଇବାପରେ ପୋଲିସ ୧୮୯/୨୨କେଶନଂରେ ଏକ ମକଦ୍ଦମା ରୁଜୁକରି ସେଖ୍ ମସଜିହ ଓ ତାର ଦୁଇ ସହଯୋଗୀକୁ ଫାଣ୍ଡିକୁ ଡାକି ପଚରାଉଚରା କରି ସମସ୍ତଙ୍କୁ ଛାଡିଦେଇଥିଲେ ।ଏତେବଡ ଘଟଣାରେ ପୋଲିସର ନୀରବ ରହିବାର ଭୁମିକାକୁ ନେଇ ଗୁରୁବାର ସକାଳେ ମେଣ୍ଢାଶାଳ ଗାଁରେ ଚାପା ଗୁଞରଣ ସୃଷ୍ଟି କରିଥିଲା ।୍‌ପୋଲିସ ବାଧ୍ୟ ହୋଇ ସେଖ୍ ମସଜିହ ନାମକ ଯୁବକକୁ ଗିରଫ କରିଥିବାବେଳେ ତାର ଦୁଇ ସହଯୋଗୀ ଫେରାର ହୋଇଯାଇଥିଲେ ।ତେବେ ଫାଣ୍ଡିରେ ଥିବା ଜଣେ କନେଷ୍ଟବଳ ସହ ଏହି ଘଟଣାରେ ସମ୍‌ୃକ୍ତ ଯୁବକମାନଙ୍କ ଭଲ ସର୍ମ୍ପକ ଥିବାରୁ ଅନ୍ୟ ଦୁଇଜଣଙ୍କୁ ଫେରାର କରିବାରେ କନେଷ୍ଟବଳ ଜଣଙ୍କ ସାହାର୍ଯ୍ୟ କରିଛନ୍ତି ବୋଲି ଏବେ ଚର୍ଚ୍ଚା ଯୋର ଧରିଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.