ବିପଦବେଳର ବନ୍ଧୁ ସାଜିଲେ ନନ୍ଦନକାନନ ଥାନାଅଧିକାରୀ, ବାଂଟିଲେ ମାସ୍ଫ୍କ ,ପେଟକୁ ଦେଲେ ଖାଦ୍ୟ

0 248

ବାରଙ୍ଗ,୩୦/୩(ଏସଏସନିୟୁଜ) କରୋନାପାଇଁ ସମଗ୍ର ଦେଶ ଲକଡାଉନ ହୋଇଛି ।ଏହି ଲକଡାଉନ ସମୟରେ ପୋଲିସର ଭୁମିକା ବହୁତ ଗୁରୁତ୍ୱ ପୁର୍ଣ ରହିଛି । ବିଶେଷକରି କିଛି କାମ ନଥାଇ ବାହାରକୁ ଆସୁଥିବା ଲୋକଙ୍କୁ ପୋଲିସ ସଚେତନ କରିବାସହ ଅମାନିଆ ଯୁବକମାନଙ୍କୁ ସାବାଡ୍ କରୁଥିବାର ଦେଖିବାକୁ ମିଳୁଛି । ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ବିଭିର୍ଣ ଜାଗାରେ ନାକାବନ୍ଦିକରି ପୋଲିସ ରାସ୍ତା ଉପରେ ଜଗି ରହିଛି ।ଏହାଭିତରେ କମିସିନେରେଟ ପୋଲିସର ଭୁମିକା ଗୁରୁତ୍ୱପୁର୍ଣ । ଯେଉଁଥାନା ଅଧିନରେ ଗ୍ରାମାଂଚଳ ରହିଛି ସେଠାରେ ପୋଲିସର କାର୍ଯ୍ୟଭାର ଅଧିକ ବଢିଯାଇଥିବାର ଦେଖିବାକୁ ମିଳିଛି । ପୋଲିସ ନିଜ ଜୀବନକୁ ବାଜି ଲଗାଇ ରାସ୍ତାରେ ଜଗିରହିଥିବାବେଳେ ପୁଣି ଦୁଇପାଦ ଆଗକୁ ଯାଇ ଏହି ଅସମୟରେ ସାଧାରଣ ଲୋକଙ୍କ ବନ୍ଧୁପାଲଟିଛି । ଯାହାର ଜ୍ୱଳନ୍ତ ଉଦାହରଣ ସୋମବାରଦିନ ନନ୍ଦନକାନନଥାନା ପୋଲିସର କାର୍ଯ୍ୟରୁ ଦେଖିବାକୁ ମିଳିଛି । ନନ୍ଦନକାନନଥାନା ଅଧିକାରୀ ପରମାନନ୍ଦ ନାୟକ ଥାନାର କର୍ମଚାରୀମାନଙ୍କୁ ସକାଳେ ନାକାବନ୍ଦୀ କାମରେ ନିୟୋଜିତ କରି ନିସହାୟ ଓ ଗରିବ ଲୋକଙ୍କୁ ଖୋଜିବାକୁ ବାହାରିଥିଲେ ।

ନନ୍ଦନକାନନଥାନା ଅଧିନରେ ଥିବା ବିଭିର୍ଣ ଗଳିକନ୍ଦିରେ ବୁଲିବୁଲି ଗରବ ଲୋକମାନଙ୍କୁ ଖୋଜିଥିଲେ ।ଏହାପରେ ସେମାନଙ୍କୁ ଖାଇବାକୁ ଖାଦ୍ୟ , ପାଣିବୋତଲ ସହ ମାସ୍ଫ୍କ ପ୍ରଦାନ କରିଥିଲେ ।ଗୋଟିଏ ଦିନରେ ଦୁଇଶହରୁ ଉର୍ଦ୍ଧ ଲୋକଙ୍କୁ ଠାବ କରି ସେମାନଙ୍କୁ ଖାଦ୍ୟପ୍ରଦାନ କରିବା ସହ ଅସୁବିଧା ହେଲେ ତୁରନ୍ତ ଯୋଗାଯୋଗ କରିବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ । ଥାନା ଅଧିକାରୀଙ୍କୁ ତାଙ୍କ ସହଯୋଗୀ ସବ୍-ଇନ୍‌ସପେକ୍ଟର ସୈାରଭ ଭୋଇ ସହଯୋଗ କରିଥିଲେ ।ନନ୍ଦନକାନନ ଥାନା ପୋଲିସର ଏହି ମହତ କାର୍ଯ୍ୟକୁ ନେଇ ସମଗ୍ର ଥାନା ଅଂଚଳ ସହିତ ୩ପଂଚାୟତ ରେ ଚର୍ଚ୍ଚା ଯୋର୍ ଧରିବା ସହ ପ୍ରଶଂସା ମିଳିଥିବାର ଜଣାପଡିଛି ।

Leave A Reply

Your email address will not be published.