ମାସକର ଦରମା ଦେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

0 479

ଭୁବନେଶ୍ୱର,୩୦/୩(ଏସଏସନିୟୁଜ) ବିଶ୍ୱମହାମାରୀର ଆଖ୍ୟା ଅର୍ଜ୍ଜନ କରିଥିବା କରୋନା କୁ ନେଇ ସମସ୍ତଙ୍କ ଚିନ୍ତା ବଢିଛି ।ଏହାର ପ୍ରତିଷେଧକ ମୁଳକ ଔଷଧ ଅଦ୍ୟାବଧି ବାହରିନଥିବାରୁ ବହୁ ଲୋକ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି ।ଯାହାକୁ ନେଇ ବହୁ ଦେଶ ଏବେ ଚିନ୍ତା ପ୍ରକଟ କରିଛି ।ଭାରତବର୍ଷର ଜନସାଧାରଣଙ୍କୁ ସୁରକ୍ଷା ଦେବାପାଇଁ କେନ୍ଦ୍ରସରକାର ୨୪ତାରିଖ ମଧ୍ୟରାତ୍ରରୁ ୨୧ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି ।କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଲକ୍‌ଡାଉନ ସମୟରେ ଜନସାଧାରଣଙ୍କ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ବହୁବିଧ ସୁବିଧା ମାନ ଯୋଗଇଦେଉଛନ୍ତି ।ସମାଜିକ ଦୁରତ୍ୱ ବଜାୟ ରଖିବା ସହ ଘରେ ରହିବାକୁ ସରକାରଙ୍କ ପକ୍ଷରୁ ଜନସଚେତନ ମଧ୍ୟ ଚାଲିଛି ।ଏହି ଦୁର୍ଦ୍ଦିନ ସମୟରେ ବହୁ ବଦାନ୍ୟବ୍ୟକ୍ତିମାନେ ପିଏମ୍ କେୟାର୍ସ ଫଣ୍ଡ୍ ଓ ରାଜ୍ୟସରକାରଙ୍କର ରିଲିଫ୍ ଫଣ୍ଡ୍‌କୁ ସହାୟତାର ହାତ ବଢାଇଛନ୍ତି । ସୋମବାରଦିନ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୁଷଣ ହରିଚନ୍ଦନ ପିଏମ୍ କେୟାର୍ସଫଣ୍ଡ୍‌କୁ ଏକମାସର ଦରମା ପ୍ରଦାନ କରିଛନ୍ତି ।ଏହାସହ ଆନ୍ଧ୍ରପ୍ରଦେଶ ସିଏମ୍ ରିଲିଫଫଣ୍ଡ୍‌କୁ ମଧ୍ୟ ୧ଲକ୍ଷ ଟଙ୍କା ପ୍ରଦାନ କରିବା ସହ ସମସ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ କରାଯାଇଥିବା ଲକ୍‌ଡାଉନ ସମୟର ସମସ୍ତ ଗାଇଡଲାଇନକୁ ମାନି ଚଳିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । ବଦାନ୍ୟବ୍ୟକ୍ତିମାନେ ଏହି ସମୟରେ ସହଯୋଗୀତାର ହାତ ବଢାଇବାକୁ ମଧ୍ୟ ନିବେଦନ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.