ଏନଡିଆରଏଫରେ ସ୍ପୋର୍ଟସ ପ୍ରତିଯୋଗିତା ଉଦଯାପିତ

0 137

ବାରଙ୍ଗ,୨୬/୯(ଡିଏନଏ) ମୁଣ୍ଡଳିସ୍ଥତ ଏନଡିଆରଏଫର ତୃତୀୟବାଟାଲିଅନ କ୍ୟାମ୍ପସ ପରିସରରେ ଆୟୋଜିତ ହୋଇଥିବା ତୃତୀୟତମଇଣ୍ଟର ବ୍ୟାଟାଲିଅନ୍ ଜୋନାଲ୍ ସ୍ପୋର୍ଟସ୍ ପ୍ରତିଯୋଗିତା ସୋମବାରଦିନ ଉଦଯାପିତ ହୋଇଯାଇଛି । ସିନିୟର କମାଣ୍ଡାଣ୍ଟ ଶ୍ରୀ ଯାଦବ କିସପୋଟା ମୁଖ୍ୟଅତିଥିଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକଭାବେ ଉଦ୍‌ଯାପିତ କରିଛନ୍ତି । ଏହି କ୍ରୀଡା ପ୍ରତିଯୋଗିତାରେ ବିଭିନ୍ନ ଏନଡିଆରଏଫ୍ ବାଟାଲିୟନର ପ୍ରାୟ ୧୨୦ଜଣ ସିପାହୀ ଅଂଶଗ୍ରହଣ କରିଥିଲେ ।ସେଥିମଧ୍ୟରେ ମୁଣ୍ଡଳିଏନ୍‌ଡିଆରଏଫ୍‌,ତାମିଲନାଡୁର ୪ର୍ଥବାଟାଲି ଅନ,ମହାରାଷ୍ଟ୍ରର ୫ମବାଟାଲିଅନ,ଆଦ୍ଧ୍‌ପ୍ରଦେଶର ୧୦ମବାଟାଲିଅନରୁ ସିପାହୀମାନେ ଯୋଗଦେଥିଲେ ।ଏହିଅବସରରେ ସିନିୟର କମାଣ୍ଡାଣ୍ଟ ଶ୍ରୀ ଯାଦବ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇବାସହ ଜୀବନରେ କ୍ରୀଡ଼ାର ମହତ୍ୱ ବିଷୟରେ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଇବାସହ ପ୍ରତ୍ୟେକବ୍ୟକ୍ତି ଖେଳକୁ ଆପଣେଇଲେ ତାଙ୍କ ଜୀବନ ଶୃଙ୍ଖଳିତ ଏବଂ ସୁସ୍ଥ ରହିବ ବୋଲି କହିଥିଲେ ।

Leave A Reply

Your email address will not be published.