ଖୈରାପଡା ସେତୁର ପୁନଃରୁଦ୍ଧାର ହେବ

0 149

ବାରଙ୍ଗ,୨୬/୯(ଏସଏସନିଉଜ)ସୋମବାର ପୂର୍ବାହ୍ନ ସମୟରେ ଭୁବନେଶ୍ବର ଉତ୍ତରବିଧାୟକ ସୁଶାନ୍ତକୁମାର ରାଉତ ଭୁବନେଶ୍ବରବ୍ଲକ ଅନ୍ତର୍ଗତ ରଘୁନାଥପୁର ,ଦାଢା,କଲ୍ୟାଣପୁର ଆଦି ତିନି ପଞ୍ଚାୟତର ବିଭିନ୍ନ ସ୍ଥାନରେ ରାସ୍ତା ଓ ଶ୍ରେଣୀଗୃହନିର୍ମାଣ କାର‌୍ୟ୍ୟର ଭିତ୍ତିପ୍ରସ୍ତର ସହ ଭୂମିପୁଜା ପାଇଁ ଯିବା ବାଟରେ କଲ୍ୟାଣପୁର ପଞ୍ଚାୟତର ଖୈରାପଡା ବ୍ରାହ୍ମଣସାହି ଗାଁମୁଣ୍ଡରେ ଗ୍ରାମର ମୁରବୀମାନେ ଥିବା ଲିଙ୍ଗିପୁର ମାଇନର କେନାଲ ଉପରେ ଥିବା ଅର୍ଦ୍ଦଭଗ୍ନସେତୁ ବିଷୟରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ବିଧାୟକ ସେତୁରସ୍ଥିତି ଅନୁଧ୍ୟାନକରି ମୁଣ୍ଡଳୀ ଜଳସମ୍ପଦବିଭାଗକୁ ସୂଚନା ଦେଇଥିଲେ।କଲ୍ୟାଣପୁର ସରପଞ୍ଚ ଦେବରାଜଭୋଇଙ୍କ ନେତୃତ୍ବରେ ଜଳସମ୍ପଦ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତୁରନ୍ତ ସେତୁର ପୁନଃଉଦ୍ଧାର କାର‌୍ୟ୍ୟ ହେବାର ପ୍ରତିଶୃତି ଦେଇଥିବାର ଗ୍ରାମବାସୀମାନେ କହିଛନ୍ତି।

Leave A Reply

Your email address will not be published.