କଟକଜିଲ୍ଲାରେ ଅହିଂସାରଥକୁ ଭବ୍ୟସମ୍ବର୍ଦ୍ଧନା

0 168

କଟକ,୨୮/୯(ଏସଏସନିଉଜ)ଜଗତସିଂହପୁରଜିଲ୍ଲାର ସୀମାବର୍ତୀ ଗ୍ରାମ କାଇଜଙ୍ଗା ବଜ଼ାରଠାରେ ଆଜି ପୂର୍ବାହ୍ନରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରାୟୋଜିତ ଅହିଂସା ରଥ ପରିଭ୍ରମଣ କାର୍ଯ୍ୟକ୍ରମ ଅନ୍ତର୍ଗତ ରଥଦ୍ୱୟକୁ କଟକଜିଲ୍ଲା ପ୍ରଶାସନପକ୍ଷରୁ ଜିଲ୍ଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପତ୍ର,କଟକ ସଦର ବିଡିଓ ରାଜୀବରଞ୍ଜନପରିଡା ଓଅନ୍ୟାନ୍ୟ ଅଧିକାରୀମାନଙ୍କ ସହ ସ୍ଵାଗତ କରିଥିଲେ। ସେଠାରୁ ରଥ ଦ୍ୱୟକୁ କନ୍ଦରପୁର, ଫକୀରପଡା,ନିମେଇସାପୁର ଓ ଗତିରାଉତ ପାଟଣା ଗ୍ରାମପଞ୍ଚାୟତମାନଙ୍କରେ ସମ୍ବର୍ଦ୍ଧନା ଦିଆଯାଇ ତେଲେଙ୍ଗା ପେଣ୍ଠସ୍ଥିତ ଗାନ୍ଧିସ୍ମୃତିପୀଠଠାରେ ପହଂଚିଥିଲା।ଉପରୋକ୍ତ ରାସ୍ତା ଅତିକ୍ରମ କରିବା ସମୟରେ ଜନସାଧାରଣ ଓ ସର୍ବପରି ମାମାଉସୀମାନେ ହୁଳହୁଳି ଓ ଶଙ୍ଖଧ୍ୱନିରେ ରଥଦୁଇଟିକୁ ସମ୍ବର୍ଦ୍ଧିତ କରିଥିଲେ।
ଗାନ୍ଧିସ୍ମୃତିପୀଠ, ତେଲେଙ୍ଗାପେଣ୍ଠଠାରେ ଭବ୍ୟସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ଜାତିରଜନକ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ଯୋଜନାକମିଟି ଅଧ୍ୟକ୍ଷ ତଥା ନିଆଳୀ ବିଧାୟକ ପ୍ରଫେସର ଡାକ୍ତର ପ୍ରମୋଦକୁମାରମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା କଟକସଦର ବିଧାୟକ, ଚନ୍ଦ୍ର ସାରଥୀ ବେହେରା, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ଅହିଂସା ରଥକୁ ପତାକା ଦେଖାଇ ଜିଲ୍ଲାଭ୍ରମଣର ଶୁଭାରମ୍ଭ କରିଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡ଼ଃ ଭବାନୀଶଙ୍କରଚୟନୀ, ମୂଖ୍ୟଉନ୍ନୟନଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ଅମ୍ବର କୁମାର କର, ସଦର ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ପ୍ରକାଶଥାଉକି ଜିଲ୍ଲାସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟପକ୍ଷରୁ ସମଗ୍ରଜିଲ୍ଲାରେ ଅହିଂସାରଥ ପରିଭ୍ରମଣ କାର୍ଯ୍ୟକ୍ରମକୁସଂଚାଳନ କରାଯାଉଛି। ଜିଲ୍ଲାର ସମସ୍ତବ୍ଲକ ସହିତ ସମନ୍ଵୟ ରକ୍ଷାକରାଯାଇ ଉପଜିଲାପାଳଙ୍କ ସମେତ ସମସ୍ତ ବିଡିଓ ,ତହସିଲ ଦାର,ପୁଲିସ ବିଭାଗୀୟ ଅଧିକାରୀମାନଙ୍କ ସହଯୋଗରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ମାନଙ୍କରେ ଏହି ରଥଦୁଇଟି ଗାନ୍ଧିଜୀଙ୍କ ଅହିଂସା, ଶାନ୍ତି,ସମନ୍ନୟର ବାର୍ତ୍ତା ପ୍ରଚାର ସଦୃଶ ପରିଭ୍ରମଣ କରିବ। ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୋଟିଏରଥ ଟାଙ୍ଗୀଚୌଦ୍ୱାର ଅଂଚଳ ଦେଇ ଆଠଗଡ, ବାଂକୀ ଉପଖଣ୍ଡ ଅଧିନସ୍ଥ ସମସ୍ତବ୍ଲକ ପରିଭ୍ରମଣ କରିବ ଏବଂ ଅନ୍ୟଟି ସଦରବ୍ଲକ,କଣ୍ଟାପଡା, ନିଆଳୀ ସମେତ ସାଲେ ପୁର, ନିଶ୍ଚିନ୍ତକୋଇଲି, ମାହାଙ୍ଗା ଅଂଚଳ ପରିଭ୍ରମଣ କରିବ।ଆଜି ଅହିଂସା ରଥ ଟାଙ୍ଗୀବ୍ଲକ ଅଂଚଳ ପରିଭ୍ରମଣ କରିଥିବା ସମୟରେ ସାଲେପୁରବିଧାୟକ ପ୍ରଶାନ୍ତ କୁମାର ବେହେରା ବ୍ଲକଅଧ୍ୟକ୍ଷ, ସମିତିସଭ୍ୟ, ସରପଞ୍ଚ ଏବଂ ଜନପ୍ରତିନିଧିମାନେ ଉପସ୍ଥିତରହି ଅହିଂସାରଥ ଯାତ୍ରାର ସମ୍ବର୍ଦ୍ଧନା କରିଥିଲେ। ଚୌଦ୍ୱାରପୌର ଅଂଚଳରେ ବିଧାୟକ ସୌଭିକବିଶ୍ୱାଳ ଉପସ୍ଥିତ ରହି ଭବ୍ୟସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହିଅବସରରେ ବିଭିନ୍ନ କାର୍ଯ୍ୟକ୍ରମମାନ ପୂର୍ବତନବିଧାୟକ ପ୍ରଭାତରଞ୍ଜନବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା।ଚୌଦ୍ୱାର ପୌର ପରିଷଦର ଅଧ୍ୟକ୍ଷ। ମାନସୀ ସ୍ଵର୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁସାମଲଙ୍କ ସମେତ କଉନସିଲର ଓ ଜନସାଧାରଣମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।ସେହିଭଳି ଅନ୍ୟରଥଟି କଣ୍ଟାପଡା ନିଆଳୀଅଞ୍ଚଳ ପରିଭ୍ରମଣରେ ଯାଇଥିଲା।ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ଜନ ପ୍ରତିନିଧିମାନଙ୍କ ସହ ଉପସ୍ଥିତ ରହି ଭବ୍ୟସମ୍ବର୍ଦ୍ଧନା ଜ୍ଞାପନକରିଥିଲେ।

Leave A Reply

Your email address will not be published.