ଆଜିର ରାଶିଫଳ

0 232

୨୦୨୨ ମସିହା ସେପ୍ଟେମ୍ବର ମାସ ୨୯ ତାରିଖ (ଗୁରୁବାର)ଆଶ୍ଵିନମାସ –ଶୁକ୍ଳପକ୍ଷ ,ତିଥି-ଚତୁର୍ଥ ରାତ୍ରି ଘ୧୨/୯ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୪୦/୩୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫ /୩୩/୪୭ ,ତୁଳା ଓ କୁମ୍ଭରାଶିର ଘାତବାର , ଚତୁର୍ଥର ଏକଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ.ମୂଳାଭକ୍ଷଣ ନିଷେଧ ।
🐏ମେଷ-ପାରିବାରିକସ୍ତରରେ ଖୁସି ବୃଦ୍ଧିହେବ। ସନ୍ତାନଙ୍କଶିକ୍ଷାରେ ଉନ୍ନତି ହେବାର ସମ୍ଭାବନାରହିଛି। ବ୍ୟବସାୟରେ ଆଶାଜନକ ଫଳପାଇବେ।
🐮ବୃଷ-ନୂଆବ୍ୟବସାୟ ଆରମ୍ଭ କରିବାଲାଗି ଦିନଟିଭଲ। ସାହିତ୍ୟ ଓ ପ୍ରଯୁକ୍ତିକ୍ଷେତ୍ରରେ ଥିବାବ୍ୟକ୍ତିଙ୍କ ଲାଗି ଦିନଟି ଅନୁକୂଳ। ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ।
👩❤️👨ମିଥୁନ-ନୂଆ କାମରେ ଆପଣଙ୍କୁ ଭାଗ୍ୟର ସହଯୋଗ ମିଳିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ସନ୍ଧ୍ୟାରେ ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ।
🦀କର୍କଟ-ବନ୍ଧୁ ସହଯୋଗରେ ସ୍ଥଗିତକାମ ସଂପୂର୍ଣ୍ଣ ହୋଇଯିବ। ଜମିବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନଲାଗିବ।
🦁ସିଂହ-ଅନ୍ୟରାଜ୍ୟରେ ବେପାର କରିବାକୁ ଚାହୁଁଥିବା ବ୍ୟକ୍ତି କିଛିଦିନ ଅପେକ୍ଷା କରିଯାଆନ୍ତୁ। ସ୍ବାସ୍ଥ୍ୟରେସମସ୍ୟା ଉତ୍ପନ୍ନ ହୋଇପାରେ। ଖାଦ୍ୟପାନୀୟ ନେଇ ସଜାଗରୁହନ୍ତୁ।
🙎♀️କନ୍ୟା-ଗଣମାଧ୍ୟମ କ୍ଷେତ୍ରରେ ଥିବା ବ୍ୟକ୍ତି ବ୍ୟସ୍ତ ରହିବେ। ସଠିକ୍ ତର୍କ ବଳରେ କାହାରିକୁ ବି ସହମତ କରାଇନେବେ। ଶିକ୍ଷାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।
⚖️ତୁଳା-ଅଫିସକାମ ସଂପୂର୍ଣ୍ଣ କରିବାରେ ଅଧିକ ସମୟଲାଗିବ। ଦୀର୍ଘଦିନରୁ ଲାଗିରହିଥିବା ମକଦ୍ଦମାରେ ବିଜୟ ଲାଭ କରିବେ। ପରିବାରରେ ସୁଖଶାନ୍ତି ବୃଦ୍ଧି ହେବ।
🦂ବିଛା-ଧର୍ମକାର୍ଯ୍ୟରେ ଅଧିକ ସମୟ ବିତିବ। ଇସ୍ପାତ ବ୍ୟବସାୟୀଙ୍କୁ ଲାଭ କମ୍ ମିଳିପାରେ। ଅଫିସରେ କରିଥିବା କାମର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ।
🏹ଧନୁ-ଆପଣଙ୍କ ବ୍ୟବହାରରେ ଟିକେ ପରିବର୍ତ୍ତନ ଆଣନ୍ତୁ। ବ୍ୟବସାୟକାମରେ ଅନ୍ୟସ୍ଥାନକୁ ଯିବେ। ନିଜସାଥୀଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
🐊ମକର-ଇଂଜିନିୟର ନିଜର ଅଭିଜ୍ଞତାକୁ ଠିକ୍ ଦିଶାରେ ପ୍ରୟୋଗକରିବେ। ଉପାର୍ଜନଲାଗି ନୂଆଯୋଜନା ତିଆରି କରିବେ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।
🏺କୁମ୍ଭ-ଦାମ୍ପତ୍ୟସମ୍ବନ୍ଧକୁ ଉତ୍ତମ କରିବାଲାଗି ଚେଷ୍ଟାକରନ୍ତୁ। ଚାକିରିରେ କିଛି ପରିବର୍ତ୍ତନ ହେବାର ଯୋଗରହିଛି। ଖେଳାଳିମାନଙ୍କ ଲାଗି ଦିନଟିଭଲ।
🐟ମୀନ-ବ୍ୟବସାୟରେ ପୁଞ୍ଜି ନିବେଶ କରନ୍ତୁ, ଲାଭହେବ। ବିନା କାରଣରେ କାହାରି କଥାରେ ଦଖଲ ଦିଅନ୍ତୁନାହିଁ। କଳାକ୍ଷେତ୍ରରେ ଥିବାବ୍ୟକ୍ତିଙ୍କୁ ସମ୍ମାନ ମିଳିବ।
ନୀତିବାଣୀ-ଜୀବନରେ ଗୋଟିଏ କଥା ସବୁବେଳେ ମନେରଖିଥିବେ,ଯଦି କଲମ ହୋଇ କାହାର ସୁଖ ଲେଖି ପାରୁନାହଁ ତାହେଲେ ଚେଷ୍ଟାକର ରବର ହୋଇ କାହାର ଦୁଃଖ ଲିଭାଇବା ପାଇଁ।
ବାସ୍ତୁଟିପ୍ପଣୀ-ବାର ଅନୁସାରେ ଚୟନ କରନ୍ତୁ ନିଜ ପୋଷାକରରଙ୍ଗ-
ଜ୍ୟୋତିଷଶାସ୍ତ୍ର କିମ୍ବା ବାସ୍ତୁରେ ପ୍ରତ୍ୟେକଦିନ ଏବଂ ବାରର ବିଭିନ୍ନପ୍ରକାରର ମହତ୍ୱ ରହିଛି । ଶାସ୍ତ୍ରଅନୁଯାୟୀ ବିଭିନ୍ନ ଦିନ ବା ବାରରେ ଆପଣଙ୍କ ପୋଷାକ ଆପଣଙ୍କକାର୍ଯ୍ୟର ସଫଳତା କିମ୍ବା ବିଫଳତା ଉପରେ ପ୍ରଭାବ ପକାଇଥାଏ । ଗ୍ରହଉପଗ୍ରହମାନଙ୍କ ଉପରେ ମଧ୍ୟ ରଙ୍ଗର ପ୍ରଭାବପଡିଥାଏ । ତେଣୁ ସପ୍ତାହର ସାତୋଟିଦିନରେ ଆମ୍ଭେମାନେ ଶୁଭଫଳ ପାଇଁ ଗ୍ରହଅନୁଯାୟୀ ପେ।ଷାକ ପରିଧାନ କରିପାରିବା । ଆସନ୍ତୁଜାଣିବା କେଉଁବାରରେ କେଉଁରଙ୍ଗ କପଡାର ପରିଧାନରେ ମିଳିଥାଏ ଶୁଭଫଳ ।
ସୋମବାର:-ସେମାବାରଦିନ ଚନ୍ଦ୍ରଙ୍କର ବାର ଅଟେ । ଏହିବାରରେ ଆପଣ ଶୁଭଫଳ ପାଇଁ ଧଳାରଙ୍ଗର ବସ୍ତ୍ର ପରିଧାନ କରିପାରିବେ । ଧଳା ଆପଣଙ୍କ ମନ ଏବଂ ହୃଦୟକୁ ଶାନ୍ତକରିଥାଏ । ଏହାମଧ୍ୟ ସମ୍ପୂର୍ଣ୍ଣ ଶରୀରରେ ଶୀତଳତା ପ୍ରଦାନ କରିଥାଏ ଏବଂ ଆନ୍ତରିକ ଶାନ୍ତି ମିଳିଥାଏ ।
ମଙ୍ଗଳବାର:-ମଙ୍ଗଳବାର ମଙ୍ଗଳଗ୍ରହଙ୍କ ବାର ଅଟେ । ଏହିବାରରେ ମଙ୍ଗଳଙ୍କୁ ଶାନ୍ତି କରିବାପାଇଁ ଆପଣ ଲାଲ କିମ୍ବା ମରୁନରଙ୍ଗର ବସ୍ତ୍ର ପରିଧାନକରିପାରିବେ । ଲାଲ ଏବଂ ମରୁନରଙ୍ଗର କପଡା ଆପଣଙ୍କୁ ଅତ୍ୟନ୍ତ ପ୍ରଭାବଶାଳୀ ଉର୍ଜା ପ୍ରଦାନ କରିଥାଏ ଏବଂ ଆପଣଙ୍କ ସମସ୍ତକାର୍ଯ୍ୟ ସଫଳ ହୋଇଥାଏ ।
ବୁଧବାର:-ବୁଧବାରଦିନ ବୁଧଗ୍ରହରପ୍ରଭାବ ଖୁବ ଅଧିକରହିଥାଏ । ଏହିଦିନ ଆପଣ ସବୁଜରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ।
ଗୁରୁବାର:-ଗୁରୁବାର ବୃହସ୍ପତିଙ୍କର ଆଦ୍ୟବାର ଅଟେ । ଏହବାରରେ ଆପଣ ହଳଦିଆ ରଙ୍ଗର ବସ୍ତ୍ରପରିଧାନ କରିପାରିବେ ।
ଶୁକ୍ରବାର:-ଶୁକ୍ରବାରଦିନ ପ୍ଲୁଟୋର ପ୍ରଭାବ ଅଧିକ ରହିଥାଏ । ତେଣୁ ଶୁକ୍ରବାର ଗୋଲାପୀ, ଧଳା ଏବଂ ପର୍ପଲ ରଙ୍ଗରବସ୍ତ୍ର ପରିଧାନ କରିବାଦ୍ୱାରା ସମସ୍ତପ୍ରକାରର କାର୍ଯ୍ୟରେ ସୁଫଳ ମିଳିଥାଏ ।
ଶନିବାର:-ଶନିବାରରେ ଶନିଗ୍ରହର ପ୍ରଭାବ ରହିଥାଏ । ତେଣୁ ସେହିଦିନରେ ସମସ୍ତକାର୍ଯ୍ୟରେ ସୁଫଳ ପାଇବା ପାଇଁ କଳା କିମ୍ବା ଗାଢନୀଳରଙ୍ଗର ବସ୍ତ୍ର ପରିଧାନ କରିପାରିବେ ।
ରବିବାର:-ରବିବାର ସୂର୍ଯ୍ୟଙ୍କର ଆଦ୍ୟବାର ଅଟେ । ଆପଣ ରବିବାରଦିନ କୌଣସି ଶୁଭାକାମ କରିବାକୁ ଗଲେ ଲାଲରଙ୍ଗର କପଡା ପରିଧାନ କରନ୍ତୁ । ବେଦିକଶାସ୍ତ୍ର ଅନୁଯାୟୀ ରବିବାରଦିନ ଲାଲପରିଧାନ କରିବାଦ୍ୱାରା ଆପଣଙ୍କୁ ସୁସ୍ଥସ୍ୱାସ୍ଥ୍ୟ ଏବଂ ସକରାତ୍ମକଶକ୍ତିର ଉର୍ଜା ମିଳିଥାଏ ।ଆଜିର ଦିନଟି ମଙ୍ଗଳମୟ ହେଉ !!

Leave A Reply

Your email address will not be published.