ଉପ-ସ୍ବାସ୍ଥ୍ୟକେନ୍ଦ୍ର ଉଦଘାଟିତ

0 204

ମେଣ୍ଢାଶାଳ,୨୮/୯(ଏସଏସ ନିଉଜ)ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ କଣ୍ଟାବାଡ ଗ୍ରାମ ପଞ୍ଚାୟତରେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ବୁଧବାରଦିନ ଏକ ଉପ- ସ୍ବାସ୍ଥ୍ୟକେନ୍ଦ୍ର ଶୁଭ ଉଦଘାଟନ ହୋଇଯାଇଛି ।ଏହାକୁ ଆନୁଷ୍ଠାନିକ ଭାବେ ରାଜ୍ୟସଭା ସାଂସଦ  ମୁନା ଖାଁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ତଥା ଖୋର୍ଦ୍ଧାଜିଲ୍ଲା ବିଜୁଜନତା ଦଳ ସଭାପତି ବିଭୂତି ଭୂଷଣ ବଳବନ୍ତ ରାୟ,ମେଣ୍ଢାଶାଳ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମୋହନ ହେମ୍ବ୍ରମ. ଭୁବନେଶ୍ୱର ବ୍ଲକ ଅଧକ୍ଷା ନିରୁପମାସାହୁ , ବିଜୁ ଛାତ୍ର ଜନତାଦଳର ରାଜ୍ୟ ଉପ-ସଭାପତି ଦେବସ୍ମିତା ଦାସ ଙ୍କ ସମେତ ଲୋକପ୍ରତିନିଧି ଓ ସ୍ଥାନୀୟ ବିଜେଡି ନେତାମାନେ
ଉପସ୍ଥିତ ଥିଲେ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.