ସଂମାନିତ ହେବେ ବାରଙ୍ଗର ୩ଛାତ୍ରୀ

ଆଞ୍ଚଳିକଶାନ୍ତିକମିଟି ଓ ବାଙ୍କୀ ମହୋସ୍ଵବକମିଟିର ନିଷ୍ପତି

0 394

ବାରଙ୍ଗ,୨୮/୯(ଏସଏସ ନିଉଜ)  ଆଞ୍ଚଳିକଶାନ୍ତିକମିଟି ଓ ବାଙ୍କୀ ମହୋସ୍ଵବକମିଟିର ମିଳିତ ଆନୁକୂଲ୍ୟରେ ବୁଧବାରଦିନ ବାରଙ୍ଗ ବ୍ଲକ କନଫେରନ୍ସ ହଲ୍ ରେ ବାରଙ୍ଗ ଅଂଚଳର ସମସ୍ୟା ଓ ଏହାର ସମାଧାନ ଶୀର୍ଷକକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ମହୋସବ କମିଟିର ସ୍ଥାୟୀ ସଭାପତି ତଥା ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।ଏହିଅବସରରେ ବାରଙ୍ଗ ଅଞ୍ଚଳର ବିଭିର୍ଣ ସମସ୍ୟା ଉପରେ ଉପସ୍ଥିତ ମୁରବୀମାନେ ତ୍ରିପାଠୀଙ୍କ ଦୃଷ୍ଟିଆକର୍ଷଣ କରି ଏହାର ସ୍ଥାୟୀ ସମାଧାନ ପାଇଁ ଅନୁରୋଧ କରିଥିଲେ।ଏହି ଆଲୋଚନା ଚକ୍ରରେ ବାଙ୍କୀ ବିକାଶ ମଞ୍ଚର ସମ୍ପାଦକ ଗଣେଶ୍ଵର ସ୍ୱାଇଁ, ପ୍ରେମାନନ୍ଦ ସାହୁ, ବାରଙ୍ଗ ବ୍ଲକ୍ ଅଧ୍ୟକ୍ଷା ସାବିତ୍ରୀ ଦଳାଇ ,ଡମପଡା ବ୍ଲକ୍ ଜିଲ୍ଲା ପରିଷଦସଭ୍ୟ ଆଶିଷ କୁମାର ସାହୁ, ବାରଙ୍ଗ ଆଞ୍ଚଳିକ ଶାନ୍ତି କମିଟ ସଭାପତି ପ୍ରତାପ ଚନ୍ଦ୍ର ପାଣି, ସମ୍ପାଦକ ସୁରେଶ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଏହିଅବସରରେ ବାରଙ୍ଗ ଅଞ୍ଚଳ ରେ ଥିବା ୮ଗୋଟି ହାଇସ୍କୁଲର ଛାତ୍ରୀଛାତ୍ରମାନଙ୍କୁ ନେଇ ହୋଇ ଥିବା ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ୩ଜଣ ଛାତ୍ରୀ ଯିଏକି ପ୍ରଥମ ହୋଇଥିବା ଗୋଡିସାହି ନୋଡାଲ ହାଇସ୍କୁଲ ର ଜ୍ୟୋତିରାଣୀ ତ୍ରିପାଠୀ,
୨ୟ ହୋଇଥିବା ଶିଦ୍ଧେଶ୍ଵର ନୋଡାଲ ହାଇସ୍କୁଲର ପାୟଲ ପ୍ରଧାନ,୩ୟ ହୋଇଥିବା ଝୁନ୍‌ ଝୁନ୍‌ ୱ।ଲା ବିଦ୍ୟା ପିଠର
ଚିନମୟୀ ପାଇଟାଲଙ୍କୁ ତ୍ରିପାଠୀ ସଂମାନିତ କରିଥିଲେ।ଏହାସହ ଆସନ୍ତା କୁମାରପୁର୍ଣିମାରେ ଆରମ୍ଭ ହେବାକୁ ଥିବା ବାଙ୍କୀ ମହୋସବରେ ଏହି ତିନି ଛାତ୍ରୀ ଙ୍କୁ ସ୍ୱତନ୍ତ୍ର ଭାବେ ସେଠାରେ ସଂମାନିତ କରାଯିବ ବୋଲି ପ୍ରଭାତ ତ୍ରିପାଠୀ ଘୋଷଣା କରିଥିଲେ।(ଗୌତମ ରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.