ସରିଲା ପ୍ରଚାର,କାଲି ଭୋଟ୍

0 145

ଭୁବନେଶ୍ୱର,୪/୧୨(ଏସ ଏସ ନିଉଜ)ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ବାହାରୁ ଆସିଥିବା ନେତା ମାନେ ଏଠାରୁ ଘରବହୁଡା କରୁଥିବାବେଳେ ସ୍ଥାନୀୟ ଅଞ୍ଚଳର ନେତାମାନେ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ସମସ୍ତ କୌଶଳ ରାତିଅଧିଆ ଆପଣାଇବେ ।ରାତି ଅଧିଆ ଟଙ୍କା ବାଣ୍ଟିବାର ସମ୍ଭାବନା ଥିବାରୁ ପୋଲିସ ଏହାକୁ ନଜରରେ ରଖିଛି।ପଦ୍ମପୁରରେ କଡ଼ାକଡ଼ି ଚେକିଂ ଆରମ୍ଭ ହୋଇଯାଇଛି।ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତାକାଲି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ୪ଟାରେ ସରିବ ।ନିର୍ବାଚନ ମଣ୍ଡଳୀରେ ମୋଟ ୩୧୯ଟି ବୁଥ୍ ରେ ୧୨୭୬ ଜଣ ପୋଲିଂ ଅଧିକାରୀ ୧୨୮ ଜଣ ରିଜର୍ଭ ପୋଲିଂ ଅଧିକାରୀ ରହିବେ । ମୋଟାମୋଟି ୫୧ଟି ସ୍ଥାନର ୭୯ଟି ବୁଥ୍ ସମ୍ବେଦନ ଶୀଳ ରହିଛି । ୪୬ଟି ବୁଥ ମାଓ ପ୍ରବଣ ଅଂଚଳରେ ଥିବାର ଜଣାପଡିଛି । ପ୍ରତ୍ୟେକ ବ୍ଳକ୍ ର ୨ଟିଲେଖାଏଁ ମୋଟ୍ ୬ଟି ପିଙ୍କ ବୁଥ୍ ଓ ୧୫ଟି ଆଦର୍ଶ ଭୋଟ୍ ଗ୍ରହଣ କେନ୍ଦ୍ର କରାଯାଇଛି ବୋଲି ଜଣାପଡିଛି।

Leave A Reply

Your email address will not be published.