ଏମଟେକଛାତ୍ର ନିଖୋଜ

ଥାନାରେ ଅଭିଯୋଗ

0 144

ବାରଙ୍ଗ,୮/୧୨(ଏସଏସନିଉଜ) ଚନ୍ଦକାଥାନା ଅଧୀନ ଏକଘରୋଇଇଞ୍ଜିନିୟରିଙ୍ଗ କଲେଜର ଶେଷବର୍ଷର ଏମଟେକ ଛାତ୍ର ନିଖୋଜ ହୋଇଥିବାର ଚନ୍ଦକାଥାନାରେ ପରିବାର ତରଫରୁ ଗୁରୁବାରଦିନ ଅଭିଯୋଗ ହୋଇଛି ।
ପ୍ରକାସଯେ, ବଡ଼ବିଲ ଅଞ୍ଚଳର ତାରାଖେଣ୍ଡରା ଗ୍ରାମର ପରମେ ଶ୍ୱର ନାୟକ କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କ ପୁଅ ସୁମନନାୟକ(୨୫) ଚନ୍ଦକାଥାନା ଅର୍ନ୍ତଗତ କୁଜିମହଲଗାଁପାଖରେ ଥିବା ଏକ ଘରୋଇ ଇଞିନିୟରକଲେଜରେ ଏମଟେକର ଶେଷବର୍ଷର ଛାତ୍ର ଥିଲା ।ସିଏ ୫/୭ଜଣସାଙ୍ଗଙ୍କସହ କଲେଜ ପାଖରେ ଥିବା ଆପାର୍ଟମେଂଟର ସାଙ୍ଗହୋଇରହୁଥିଲେ ।ଗତ୬ତାରିଖ ଦିନ ସକାଳ ୧୦ଟାରେ ରୁମରେ ମୋବାଇଲଫୋନ ଥୋଇଦେଇ ଜଳଖିଆ ଖାଇବାକୁ ବାହାରି ହାପ୍‌ପ୍ୟାଂଟ ଓ ଗଞି ପିନ୍ଧିି ବାହାରକୁ ଜଳଖିଆ ଖାଇବାକୁ ଆସି ଆଉ ଫେରିନଥିଲା ।ଏବିଷୟରେ ରୁମମେଟ ତାର ପରିବାରକୁ ଖବରଦେବାପରେ ବହୁ ଖୋଜାଖୋଜି କରି ନିରାଶ ହେବାରୁ ଗୁରୁବାରଦିନ ଥାନାରେ ଅଭିଯୋଗ କରିଛନ୍ତି ।ତେବେ ସୁମନ ଭଲପାଠପଢୁଥିବାବେଳେ କିଛି ମାସତଳେ କରଜ କରିଥିବାରୁ ଟେନ୍ସନରେ ଥିବାର ଜାଣି ସମସ୍ତ ଟଙ୍କାକୁ ବାପା ସୁଜିଦେଇଥିଲେ ।ଅନ୍ୟପଟେ ସେୟାରମାର୍କେଟରେ ଅର୍ଥକାରବାର ସୁମନ କରନ୍ତି ବୋଲି ସାଙ୍ଗମାନଙ୍କଠାରୁ ଶୁଣିବାକୁ ମିଳୁଥିବା ବେଳେ, ନିଖୋଜର ପକୃତକାରଣ ବିଷୟରେ ଜାଣିନାହାନ୍ତି ବୋଲି ପରିବାରଲୋକ କହିଛନ୍ତି ।ପୋଲିସ ୪୦/୨୨କେଶନଂରେ ଏକ ନିଖୋଜମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.