ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ

ସେମିରେ ବରଗଡ ୟୁନାଇଟେଡ

0 151

ବାରଙ୍ଗ,୮/୧୨(ଏସଏସନିଉଜ)ଗଣ୍ଡରପୁର ମିନିଷ୍ଟାଡିୟମରେ ଚାଲିଥିବା ୨୦ତମ ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଗୁରୁବାର ଥିଲା ପଞ୍ଚମ ଦିବସ।ଆଜି ଗ୍ରାମାଞ୍ଚଳରୁ ୨ଟି ଓ ସହରାଞ୍ଚଳରୁ ଗୋଟିଏ ମ୍ୟାଚ୍ ହୋଇଥିଲା।ସହରାରାଞ୍ଚଳ ବର୍ଗର ବରଗଡ ୟୁନାଇଟେଡ ସହ କେମରୁନ ଇଲେଭେନ ମଧ୍ୟରେ ଖେଳ ହୋଇଥିଲା।ଏଥରେ ଉଭୟ ଦଳ ପ୍ରଥମ ଓ ଦ୍ବିତୀୟାର୍ଦରେ ଗୋଟିଏ ଲେଖାଏଁ ଗୋଲ ଦେଇଥିବାରୁ ମ୍ୟାଚ୍ ଡ୍ର ହେବାରୁ ଟ୍ରାଇବ୍ରେକର ପଦ୍ଧତିର ସହାୟତା ନିଆଯାଇଥିଲା।ଏଥିରେ ବରଗଡ ୟୁନାଇଟେଡ ୫-୪ ଗୋଲରେ ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ କରିଛି।
ସେହିପରି ଗ୍ରାମାଞ୍ଚଳବର୍ଗର ପ୍ରଥମମ୍ୟାଚ୍ ବ୍ରାହ୍ମଣୀଗାଁ ଫୁଟବଲ କ୍ଲବ ୧-୦ ଗୋଲରେ ଜୟପୁର ବନମହାବୀର କ୍ଲବକୁ ପରାସ୍ତ କରି ସେମିଫାଇନାଲକୁ ପ୍ରବେଶ କରିଛି।ଦ୍ବିତୀୟ ମ୍ୟାଚ୍ ପ୍ରତାପନଗରୀ ପ୍ରତାପ କ୍ଲବ ୨-୦ ଗୋଲରେ ବାରଦା ଜୟଦୁର୍ଗା କ୍ଲବକୁ ପରାସ୍ତ କରି ସେମିଫାଇନାଲକୁ ପ୍ରବେଶ କରିଛି। ଗ୍ରାମାଞ୍ଚଳର ପ୍ରତାପନଗରୀ ଦଳରୁ ଚନ୍ଦନ ମୁଦୁଲି ଓ ବ୍ରାହ୍ମଣୀଗାଁ ଦଳର ସୁମନମାଝୀ ମ୍ୟାନଅଫଦି ମ୍ୟାଚ୍ ହୋଇଥିବାବେଳେ ସହରାଞ୍ଚଳର ବରଗଡ ଦଳର ରାଜୁ ବେହେରା ମ୍ୟାଚ୍ଅଫଦିମ୍ୟାଚ ହୋଇଥିଲେ।

ଅତିଥିଭାବେ ୧୨ନମ୍ବର କର୍ପୋରେଟର ଜୟନ୍ତୀ ସାହୁ,୫ନମ୍ବର କର୍ପୋରେଟର ମିନୁଶ୍ରୀ ଖୁଣ୍ଟିଆ,ଇଞଣାସରପଂଚ ହେମନ୍ତପରିଡା ପ୍ରମୁଖ ଅତିଥିଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।ଶୁକ୍ରବାର ଗ୍ରାମାଞ୍ଚଳରୁ ଗୋଠପୁର ମାମଙ୍ଗଳା କ୍ଲବ ସହ ବରାହୀପୁର ସୁପ୍ରିମଫୁଟବଲ ଓ ବଉଳକୁଦ ସ୍ବର୍ଣ୍ଣଦେବୀ କ୍ଲବ ସହ ଘାଟିକିଆ ବଜରଙ୍ଗବାଲି କ୍ଲବ ମଧ୍ୟରେ ଖେଳ ହେବ।ସେହିପରି ସହରାଞ୍ଚଳରୁ କଟକ ମାମାଙ୍ଗଳା କ୍ଲବ ସହ ଭୁବନେଶ୍ବର ଜଗା ୟୁନାଇଟେଡ ମଧ୍ୟରେ ଖେଳହେବ ବୋଲି କ୍ଲବରସମ୍ପାଦକ ମାନସରଞନପଢିଆରୀ କହିଛନ୍ତି।

Leave A Reply

Your email address will not be published.