ବିନା ମାସ୍କରେ ଘରୁ ବାହାରିଲେ ଦେବେ ଜରିମାନା

0 203

ଭୁବନେଶ୍ୱର,୯/୪(ଏସଏସନିୟୁଜ) ଆଜିଠାରୁ ରାଜ୍ୟସରକାର ମାସ୍କ ଲଗାଇବାକୁ ବାଧ୍ୟକତାମୁଳକ କରିଛନ୍ତି ।ଘରୁ ବାହରିଲେ ମୁହଁରେ ମାସ୍କ ଲଗାଇବାକୁ ପଡିବ ।ମାସ୍କ କିମ୍ବା ରୁମାଲ,ସଫା କପଡାରେ ମୁହଁକୁ ଢାଙ୍କିବାକୁ ପଡିବ ।ଏନେଇ ରାଜ୍ୟସରକାର ନିର୍ଦ୍ଦେଶନାମା ଜାରିକରିଥିଲେ । ଏହିଆଧାରରେ ଗୁରୁବାରଠାରୁ ଏହାକୁ କଡାକଡିଭାବେ ପାଳନ କରିବାକୁ ପଡିବ । ଏହାସହ ସାମାଜିକ ଦୁରତ୍ୱ ରଖିବାର ନୀୟମକୁ ମଧ୍ୟ ମାନିବାକୁ ପଡିବ ।ଘରୁ ପଦାକୁ ବାହାରିଲେ ମାସ୍କ ପିନ୍ଧିବାକୁ ପଡିବ ।ଏହାକୁ ଉଲଘଂନ କଲେ ଦୃଢକାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି ।

Leave A Reply

Your email address will not be published.