ଅପ୍ରିଲ ୩୦ ଯାଏଁ ବଢିବ ଲକ୍‌ଡାଉନ

0 204

ଭୁବନେଶ୍ୱର.୯/୪(ଏସ୍‌ଏସ୍‌ନିୟୁଜ) ରାଜ୍ୟରେ ଅପ୍ରିଲ୩୦ଯାଏଁ ବଢିଲା ଲକ୍‌ଡାଉନ ଅବଧି । ଭିଡିଓ କନଫରେନ୍ସିଂ ଜରିଆରେ ସୁଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ । ଜୁନ୧୭ ଯାଏ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ ।ଏପ୍ରିଲ୩୦ ତାରିଖ ଯାଏଁ ବଢିଲା ଲକ୍‌ଡାଉନ ଅବଧି । କରୋନା ମୁକାବିଲା ନେଇ ରାଜ୍ୟରେ ତାଲାବନ୍ଦ ଅବଧିକୁ ବଢାଇବା ପାଇଁ ରାଜ୍ୟକ୍ୟାବିନେଟ୍ ବୈଠକରେ ରାଜ୍ୟସରକାରଙ୍କର ଏହି ନିଷ୍ପତି ନେଇଛନ୍ତି । ରାଜ୍ୟରେ କରୋନାର ଭୟବହତାକୁ ନଜରରେ ରଖି ଏବଂ ଓଡିଶାବାସୀଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟବ୍ୟାପୀ ଜାରିହୋଇଥିବା ଲକ୍‌ଡାଉନ କଟକଣାକୁ ଆସନ୍ତା ୧୪ତାରିଖରେ ଶେଷ କରିବା ପରିବର୍ତେ ଆସନ୍ତା ୩୦ରାତିଖ ତଥା ଏପ୍ରିଲ୩୦ ରାତିଖ ପର୍ଯ୍ୟନ୍ତ ବଳବତର ରଖିବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ । ସେହିପରି ତାଲାବନ୍ଦ ଅବଧି ବୃଦ୍ଧି ସହ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଜୁନ୧୭ତାରିଖ ଯାଏଁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ।

Leave A Reply

Your email address will not be published.