ଦିନଦ୍ବିପହରେ ମୁଖ୍ୟରାସ୍ତା କଡରୁ କାଟୁଛନ୍ତି ଗଛ

0 185

ବାରଙ୍ଗ,୩୧ା୧୨(ଏସଏସନିଉଜ)ପରିବେଶକୁ ସୁରକ୍ଷାଦେବା ନିମନ୍ତେ ସରକାର ଲକ୍ଷାଧିକ ଟଙ୍କା ବ୍ୟୟବରାଦକରି ରାସ୍ତା କଡ଼ରେ ଗଛ ଲଗାଉଛନ୍ତି।ଆଗାମୀ ପିଢିଙ୍କ ସୁରକ୍ଷା ଓ ଆବଶ୍ୟକତା ପାଇଁ ସଚେତନ ମଧ୍ୟ କରାଉଛନ୍ତି।କିନ୍ତୁ ଏହାକୁ ବେଖାତିର କରି ନିଜ ସ୍ୱାର୍ଥପାଇଁ ବାରଙ୍ଗ ଅଞ୍ଚଳରେ ଗଛ କଟାଯାଉଥିବାର ଦେଖିବାକୁ ମିଳିଛି।ବାରଙ୍ଗ-ବାଙ୍କୀ ମୁଖ୍ୟରାସ୍ତାକଡରେ ଲଗାଯାଇଥିବା ଗଛ ଏବେ ପ୍ରାୟ ଆଉ ଦେଖିବାକୁ ମିଳୁନାହିଁ ।ଶନିବାରଦିନ ସକାଳେ ପାଟପୁର ଗାଁ ମୁଣ୍ଡଠାରୁ ଅଳ୍ପଦୁର ବାରଙ୍ଗ ମୁଖ୍ୟରାସ୍ତା କଡ଼ରେ ଥୁବା ଏକ ଆମ୍ବଗଛକୁ କାଟିବା ଆରମ୍ଭ କରାଯାଇଛି।ଗଛର ଗୋଟିଏ ଡାଳକୁ ଦୁର୍ବୁତମାନେ କାଟିନେଇଯାଇଥିବାବେଳେ ଧୀରେଧୀରେ ସମ୍ପୁର୍ଣଗଛଟି କେତେବେଳେ କଟିଯିବ ତାହା କହିବା କଷ୍ଟସାଧ୍ୟ ପାଲଟିଛି ।ଏସବୁ ସତ୍ୱେ ରାଜସ୍ୱବିଭାଗ ଓ କୋଠା ଓ ରାସ୍ତାବିଭାଗ କୈାଣସିକାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଦୁର୍ବୁତମାନାଙ୍କୁ ଗଛକାଟିବାକୁ ପରୋକ୍ଷରେ ପ୍ରୋସାହନ ଦେଇଛି ।ବ୍ୟବସାୟିକ ଢଙ୍ଗରେ ବାରଙ୍ଗମୁଖ୍ୟରାସ୍ତାକଡରେ ଜମିବ୍ୟବସାୟକରୁଥିବା କିଛି ମାଫିଆମାନେ ଗଛକାଟିବାରେ ଆଗରେ ରହିଥିବାର ଜଣାପଡିଛି ।ଯାହାକୁନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

Leave A Reply

Your email address will not be published.