ହଜିଲା ବ୍ୟାଗ ଫେରିପାଇଲେ ପର୍ଯ୍ୟଟକ

0 228

ବାରଙ୍ଗ,୨୫।୧(ଏସଏସ ନିଉଜ)ପ୍ରାଣୀଉଦ୍ୟାନ ନନ୍ଦନକାନନ ବୁଲିବାକୁ ଆସିଥିବା ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କ ହଜି ଯାଇଥିବା ଭ୍ୟାନିଟି ପାଇ ନନ୍ଦନକାନନ ଥାନା ଜିମା ଦେଲେ ଜଣେ ଭଦ୍ରବ୍ୟକ୍ତି।ଗୁରୁବାର ଦିନ ପଶ୍ଚିମବଙ୍ଗ ସୋଲାରପୁର ଅଞ୍ଚଳର ସମୀର ସୋମ ଏବଂ ତାଙ୍କ ପତ୍ନୀ ସୁମିତା ସୋମ ନନ୍ଦନକାନନ ପ୍ରାଣୀଉଦ୍ୟାନ ବୁଲିବାକୁ ଆସିଥିଲେ।ନନ୍ଦନକାନନ ବୁଲିବା ସମୟରେ ତାଙ୍କର ଭ୍ୟାନିଟି ବ୍ୟାଗଟି କେଉଁଠି ହଜି ଯାଇଥିଲା।ଗୁଣନିଧି ନାମକ ଜଣେ ବ୍ୟକ୍ତି ଏହି ବ୍ୟାଗଟିକୁ ପାଇ ନନ୍ଦନକାନନ ଥାନାରେ ସବ-ଇନ୍ସପେକ୍ଟର ସୌରଭ ଭୋଇଙ୍କ ଜିମା ଦେଇଥିଲେ।ପରେ ଯୁବକଙ୍କ ଉପସ୍ଥିତିରେ ପୋଲିସ ଉକ୍ତ ବଙ୍ଗୀୟ ପର୍ଯ୍ୟଟକଙ୍କୁ ତାଙ୍କର ଭ୍ୟାନିଟି ଫେରସ୍ତ କରିଥିଲେ।ଏହି ଘଟଣାରେ ବଙ୍ଗୀୟ ଦମ୍ପତି ବ୍ୟକ୍ତି ଜଣଙ୍କୁ ଧନ୍ୟବାଦ ଜଣାଇଥିଲେ।(ଗୌତମ ରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.