ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମମତା ବାନାର୍ଜୀ

0 148

ଭୁଵନେଶ୍ବର ,୨୩ା୩(ଏସଏସନିଉଜ) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାବାନାର୍ଜୀ ଆଜି ଅପରାହ୍ନରେ ନବୀନନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।ମୁଖ୍ୟମନ୍ତ୍ରୀ ତାଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଙ୍ଗବସ୍ତ୍ର ଦେଇ ସ୍ବାଗତ କରିବାସହିତ ତିନିରଥର କାଠତିଆରି ପ୍ରତିକୃତି ଉପହାର ଆକାରରେ ପ୍ରଦାନ କରିଥଲେ। ମୁଖ୍ୟମନ୍ତ୍ରୀ ଏହାସହିତ ରୂପାତାରକସିର କାରୁକାର‌୍ୟ୍ୟ ଓ ଛେନାପୋଡ଼ ମଧ୍ୟ ଉପହାର ଦେଇଥିଲେ।ଏହି ଅବସରରେ ପଶ୍ଚିମବଙ୍ଗ ଜନସାଧାରଣଙ୍କ ପ୍ରତି ସଦିଚ୍ଛା ସ୍ଵରୂପ ମୁଖ୍ୟମନ୍ତ୍ରୀ ପୁରୀରେ ଅତିଥି ଭବନ ନିର୍ମାଣ ପାଇଁ ଓଡିଶା ବାସୀଙ୍କ ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କୁ ଦୁଇଏକର ଜମି ଉପହାର ସ୍ଵରୂପ ଦେଇଥିଲୋପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାବାନାର୍ଜୀ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ବିଶ୍ଵବାଂଲା ଦ୍ଵାରା ପ୍ରସ୍ତୁତ ଏକସାଲ ଉପହାର ଦେଇଥିଲେ। ଏହାସହିତ ବିଜୁବାବୁ ଓ ଜ୍ଞାନ ପଟ୍ଟନାୟକଙ୍କ ଫଟୋରେ ଜାମଦାନିଶାଢ଼ୀଦେଇ ଶ୍ରଦ୍ଧା ନିବେଦନ କରିଥିଲେ। ଭୁବନେଶ୍ବରରେ ଗତ ୨୧ ତାରିଖ ଦିନ ପହଂଚିବା ପରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ବେଙ୍ଗଲ ମିଠା ପଠାଇଥିଲେ ।ଉଭୟନେତା ବିଭିନ୍ନ ବିଷୟଉପରେ ଆଲୋଚନା କରିଥିଲେ।ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ୍ ଉପସ୍ଥିତ ଥିଲେ ।

Leave A Reply

Your email address will not be published.