ଏଟିଏମର ଟଙ୍କାବାକ୍ସ ଖୋଲା

0 139

ବାରଙ୍ଗ,୨୩ା୩(ଏସଏସନିଉଜ)ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ନନ୍ଦନକାନନ ଗେଟ ପାଖରେ ଦୁଇଟି ଏଟିଏମ କରାଯାଇଛି ।ସେଥିମଧ୍ୟରୁ ପଞାବନ୍ୟାସନାଲ ବ୍ୟାଙ୍କର ଏଟିଏମ କାଉଂଟରରେ ଟଙ୍କା ଗଛିତରଖିବାପାଇଁ ଉଦ୍ଧିଷ୍ଟ ବାକ୍ସଟି ଖୋଲାରହିଥିବାର ଗୁରୁବାର ଦିବ ଦିହିପହର ସମୟରେ ଜଣାପଡିଥିଲା ।କିଛି ପର୍ଯ୍ୟଟକ ଉକ୍ତ ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥିବାବେଳେ ଏଟିଏମରେ ଥିବା ଟଙ୍କା ରହିଥିବା ବାକ୍ସଟି ଖୋଲାରହିବା ସହ ଟଙ୍କା ଦେଖାଯାଉଥିଲା ।ଏଟିଏମରୁ ଚୋରୀ ହୋଇଥିବାର ସମ୍ଭାବନା କରି ପର୍ଯ୍ୟଟକମାନେ ଟଙ୍କା ନଉଠାଇ ପଳାଇଆସିଥିଲେ । ଧିରେଧିରେ ଏହି ଖବର ପ୍ରଘଟ ହୋଇ ଦେଖଣାହାରୀଙ୍କ ଭୀଡ ଲାଗିଥିଲା ।ଖବରପାଇ ନନ୍ଦନକାନନ ପୋଲିସ ଆସି ଘଟଣାସ୍ଥଳରେ ପହଁଚିବା ସହ ଏଟିଏମ ଭିତରକୁ କାହାରିକୁ ଛାଡିନଥିଲା ।ପରେ ପୋଲିସଠାରୁ ଖବରପାଇ ବ୍ୟାଙ୍କ କର୍ମଚାରୀମାନେ ଆସି ଏଟିଏମଭିତରେ ଟଙ୍କା ରଖିବାପାଇଁ ଉଦ୍ଧିଷ୍ଟ ବାକ୍ସକୁ ବନ୍ଦ କରିବା ପରେ ସ୍ୱାଭାବିକଭାବେ ପର୍ଯ୍ୟଟକମାନେ ଏଟିଏମ୍‌କୁ ବ୍ୟବହାର କରିପାରିଥିଲେ ।ନନ୍ଦନକାନନରେ ଯେପରି ପକେଟମାରଙ୍କ ଦୈାରାତ୍ମ୍ୟ ବୃଦ୍ଧିପାଇଛି ସେମାନଙ୍କ ନଜରରେ ଏହା ଥିଲେ ହୁଏତ ଏଟିଏମରୁ ସବୁଟଙ୍କା ଗାୟବ ହୋଇଯାଇଥାନ୍ତା ବୋଲି ଅନୁମାନ କରାଯାଉଛି ।ତେବେ ବ୍ୟାଙ୍କକର୍ମଚାରୀଙ୍କ ଅସାବଧାନତା ଯୋଗୁ ଏହି ଘଟଣା ଘଟିଥିବାର କୁହାଯାଉଛି ।

 

Leave A Reply

Your email address will not be published.