ନନ୍ଦନକାନନକୁ ଆସିଲା ଡିଷ୍ଟାନ୍ସଟେମ୍ପରିଚର ମସେନ

ଚାଲିଗଲା କୋକିଶିଆଳି ଜୀବନ

0 110

ବାରଙ୍ଗ,୨୩ା୩(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନକୁ ବୁଧବରଦିନ ଡିଷ୍ଟାନ୍ସଟେମ୍ପରିଚର ମେସିନ ଆସିଛି ।ଉନ୍ନତମାନର ଜ୍ଞାନକୈାଶଳରେ ନିର୍ମିତ ଏହି ମେସିନକୁ ନନ୍ଦନକାନନ କର୍ତୁପକ୍ଷ ୧୧ଲକ୍ଷ ଟଙ୍କାର ବ୍ୟୟବରାଦରେ କିଣିଛନ୍ତି ।ଏହି ମେସିନ ସାହାର୍ଯ୍ୟରେ ୨୦୦ମିଟର ଦୁରତାରୁ ପଶୁପକ୍ଷୀମାନଙ୍କ ଶରୀରର ତାପାମାତ୍ରାକୁ ମାପିବାର କ୍ଷମତା ରହିଛି ।ଯଦିଓ ଏହିଭଳି ଏକ ମେସିନ ନନ୍ଦନକାନନରେ ରହିଥିଲା ।ସେହି ପୁରୁଣା ତାପମାତ୍ରାମେସିନରେ ଏକ ଲେଜରଲାଇଟ ପଡିଲେ ହିଁ ତାପାମାତ୍ରାଜଣାପଡିଥାଏ ।କିନ୍ତୁ ନୁଆକରି ଆସିଥିବା ଏହି ମେସିନରେ ପଶୁପକ୍ଷୀମାନଙ୍କର ଫଟୋ ଉଠିବା କ୍ଷଣି ତାଙ୍କ ଶରୀରର ତାପମାତ୍ରା ରେକର୍ଡ ହୋଇପାରିଥାଏ ।ପଶୁପକ୍ଷୀମାନଙ୍କର ମୃତ୍ୟୁହାର କମିବା ଓ ଉତମମାନର ଚିକସ୍‌ା ସହ ସଠିକ ରୋଗନିରୁପଣ କରିବା ନମନ୍ତେ ଡାକ୍ତରମାନଙ୍କ ସୁବିଧାପାଇଁ ଚିକିସ୍‌ାଳୟକୁ ରାଜ୍ୟବାହାରୁ ବହୁ ଟଙ୍କା ବିନିମୟରେ ଏକ୍ସରେମେସିନ .ପୋଟେବୁଲ ଏକ୍ସରେ ମେଟାଂଲ ଡିଟେକସନ,ଅଲଟ୍ରାସାଉଣ୍ଡ ଆଦି ମେସିନ କର୍ତୁପକ୍ଷ କିଣିକରି ଆଣିଛନ୍ତି । ଏସବୁସତ୍ୱେ ପଶୁପକ୍ଷୀମାନଙ୍କର ମୃତ୍ୟୁହାର କମିବାରେ ନାଁ ଧରୁନାହିଁ । ଗୁରୁବାରଦିନ ଏକ ଅଣ୍ଡିରା କୋକିଶିଆଳି ମୃତ୍ୟୁବରଣ କରିଛି ।କୋକିଶିଆଳିଟି ସମ୍ପୁର୍ଣ ସୁସ୍ଥ ରହିଥିବାବେଳେ ହଠାତ ରହୁଥିବା ୧୭ନଂ ଏନକ୍ଲାଜେରରରେ ମରିପଡିଥିବାର ଦାୟିତ୍ୱରେ ଥିବା କର୍ମଚାରୀମାନେ ଦେଖିବାକୁ ପାଇଥିଲେ ।ତେବେ ମୃତ୍ୟୁର କାରଣ ଜଣାପଡିନଥିବାବେଳେ ଏମାନଙ୍କ ସଂଖ୍ୟା ହ୍ରାସପାଇ ୯ରେ ପହଁଚିଛି ।

 

Leave A Reply

Your email address will not be published.