ବିନା ସୂଚନାଫଳକରେ ଚାଲିଛି ବାବୁଙ୍କ କାମ

0 229

ବାରଙ୍ଗ,୨୩ା୩(ଏସଏସନିଉଜ) ଭୁବନେଶ୍ବର ଗ୍ରାମ୍ୟଉନ୍ନୟନ ବିଭାଗବାବୁମାନଙ୍କର ବିଚିତ୍ରନୀତି ।କହିବାକୁ କାହାର ବା ସାହସ ଅଛି ।ବାବୁ ସେହି ପାୱାର ନେଇ ଆସିଛନ୍ତି ।ସେଇଥିପାଇଁ ତ ମନମୁଖି କାମ କରିଚାଲିଛନ୍ତି ।ବାବୁଙ୍କର ଲୋକହିତକର କାର୍ଯ୍ୟକୁନେଇ ଏବେ ଚର୍ଚ୍ଚା ଯୋରଧରିଛି ।
ରାଜଧାନୀ ଉପକଣ୍ଠ ଦାଢାପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଟଣା କଲେଜଛକଠାରୁ ଦାଢା ଭୋଇସାହି ରାସ୍ତାକୁ ବିନା ସୂଚନାଫଳକରେ ଉନ୍ନତିକରଣ କରାଯାଉଥିବା ଅଭିଯୋଗ ହେଉଛି।ସରକାରୀ ଅନୁଦାନରେ ଆରମ୍ଭ ହେଉଥିବା କାର୍ଯ୍ୟର ସ୍ବଛ୍ଛତା ସହ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସମସ୍ତ ତଥ୍ୟ ସୂଚନା ଫଳକରେ ଲିପିବଧ କରି କାର୍ଯ୍ୟ କରିବା ନିୟମ ରହିଥିଲେ ମଧ୍ୟ ଭୁବନେଶ୍ବର ଗ୍ରାମ୍ୟଉନ୍ନୟନ ବିଭାଗର ମୁଖିଆମାନେ ସରକାରଙ୍କ ନୀତି ନିୟମକୁ ଉଲ୍ଲଘଂନ କରି କାର୍ଯ୍ୟ କରିଚାଲିଛନ୍ତି।ଏହି ରାସ୍ତାର ଉଭୟ ପାର୍ଶ୍ବରେ ସୁରକ୍ଷାକାନ୍ଥ ସହ ରାସ୍ତାରେ ଟାଇଲବିଛାଇବା ଓ ରାସ୍ତାନିର୍ମାଣ କାର୍ଯ୍ୟପାଇଁ ସରକାରଙ୍କ କେଉଁ ଅନୁଦାନରୁ ଟଙ୍କା ଆସିଛି କେତେଟଙ୍କା ଆସିଛି ତାହାକୁ ଗୋପନରଖି ରାସ୍ତାଉନ୍ନତିକରଣ କାମ ଗ୍ରାମ୍ୟଉନ୍ନୟନ ବିଭାଗ କରିଚାଲିଛି।ଏହି କାର୍ଯ୍ୟର ଦାୟିତ୍ୱରେ ଥିବା ଜେଇ ଓ ଏସଡିଓଙ୍କ ଏହି ଏକଚାଟିଆ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ନାପସନ୍ଦ କରିଛନ୍ତି ।ରାସ୍ତା ଉନ୍ନତିକରଣ ପାଇଁ କେଉଁ ଅନୁଦାନରୁ ଅର୍ଥ ଆସିଛି ଏବଂ କେତେଟଙ୍କାର ଅନୁଦାନ ଆସିଛି ଓ ରାସ୍ତା ଉପରେ ବାଲି,ଗୋଡି,ମିକ୍ଚର ମେସିନରଖି ରାସ୍ତାଅବରୋଧ ସମ୍ପର୍କରେ ଭୁବନେଶ୍ବରଗ୍ରାମ୍ୟଉନ୍ନୟନ ବିଭାଗ ଏସଡିଓ ସୁବାଷ ବେହେରାଙ୍କୁ ପଚାରିବାରୁ ସେ ବ୍ୟସ୍ତଅଛନ୍ତି କହିପରେ କଥା ହେବି ବୋଲି କହି ଫୋନ ରଖିଦେଇଥିଲେ। ହେଉଥିବା କାମରେ କେତେଦୁର ସ୍ୱଛତା ରହିଛି ସେବିଚାର ଆପଣ କରିବା ଦରକାର ।

Leave A Reply

Your email address will not be published.