କରୋନା ଅପଡେଟ୍ :ରାଜ୍ୟରେ ୨ୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ,୫ ଜଣ ହେଲେ ସୁସ୍ଥ

0 277

ଭୁବନେଶ୍ବର:୨୧/୪(ଏସଏସଏନ୍) ରାଜ୍ୟରେ ମଙ୍ଗଳବାର ଦିନ ଆଉ ଜଣେ କରୋନା ରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ର ମୃତ୍ୟୁ ହୋଇଛି । ବ୍ୟକ୍ତି ଜଣକ ପଶ୍ଚିମବଙ୍ଗ ମେଦିନପୁରରୁ ଆମ୍ବୁଲାନ୍ସ ଯୋଗେ ଆସି କିମ୍ସ୍ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ରାଜ୍ୟର ୪୪ ନମ୍ବର କୋରୋନା ଚିହ୍ନଟ ବ୍ୟକ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୁଚନା ମିଳିଛି । ଅନ୍ୟପଟେ  ଆଉ ୫ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ରୋଗୀ ୨୯ ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା କରୋନା ରୋଗୀ ସମସ୍ତ  ଭୁବନେଶ୍ବର, ଢେଙ୍କାନାଳ, କଳାହାଣ୍ଡି, ସୁନ୍ଦରଗଡ଼ ଓ କେନ୍ଦ୍ରାପଡା ବୋଲି ଜଣାପଡ଼ିଛି। ଏ ନେଇ ରାଜ୍ୟ  ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

Leave A Reply

Your email address will not be published.