ଧରା ପଡିଲେ ଗିଟୁ, ମଦ ଭର୍ତି କାର ହେଲା ଜବତ

0 264

ଭୁବନେଶ୍ୱର,୨୧/୪(ଏସ ଏସ ନିଉଜ )ଫିଲ୍ମୀ ପ୍ରଯୋଜକ  ପୁଅ ଓ ତାଙ୍କ ଡ୍ରାଇଭରକୁ ମଦ ବିକିବା ଅଭିଯୋଗରେ  ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ତାଙ୍କ ଠାରୁ  ପୁଲିସ ୯୬ ବୋତଲ ମଦ ସହ ଗାଡି ଓଡି-୦୨-ଏୟୁ-୦୦୫୨, ୪ ହଜାର ଟଙ୍କା, ଗୋଟିଏ ମୋବାଇଲ ଫୋନ୍ ଜବତ  କରିଛି ।

ଲକଡାଉନ ସମୟରେ ରାଜଧାନୀରେ ଜାରି ରହିଥିବା କଟକଣା ସତ୍ତ୍ୱେ ବରମୁଣ୍ଡା ଜଗନ୍ନାଥ ବିହାରରେ ରାହୁଥିବା ଗିଟୁ ସ୍ୱାଇଁ ଚଢ଼ା ଦରରେ ମଦ ବିକ୍ରିକରୁଥିବାର  ଅଭିିିଯୋଗ ହୋଇଥିଲା । ବିଶେଷ ସୂତ୍ରରୁ ଖବର ପାଇ କୁ୍ୟଏଟି ଏନେଇ ଖବର ପାଇ ଖଣ୍ଡଗିରି ଥାନାକୁ ଖବର ଦେବାପରେ ଖଣ୍ଡଗିରି ଥାନା ପୁଲିସ ପହଚିଂ କାର୍ ସହ ଦୁଇ ଜଣଙ୍କୁ ଗିରଫ କରିଥିଲେ । ପୋଲିସ ତାଙ୍କ କାରରୁ ୯୬ ବୋତଲ(୧୮ ଲିଟର) ମଦ  ଜବତ  କରଥିଲେ । ବରମୁଣ୍ଡା ଅଚଂଳରେ ଦୀର୍ଘ ଦିନ ଧରି ଚୋରାରେ ମଦ କିଣି ଚଢ଼ା ଦରରେ ଗିଟୁ  ବିକ୍ରି କରୁଥିବାର ସ୍ଥାନୀୟ ଲୋକମାନେ ଅଭିିିଯୋଗ କରିଥିଲେ ।ପୋଲିସ ମଦ ଭର୍ତି କାର କୁ ମଧ୍ୟ ଜବତ କରିଛି ।

 

Leave A Reply

Your email address will not be published.