ଆଜିର ରାଶିଫଳ

୨୦୨୩ମସିହା ଅପ୍ରେଲମାସ୫ତାରିଖ ବୁଧବାର।ଶ୍ରୀମନ୍ଦିରରେ ଓ ସର୍ବତ୍ର ଶ୍ରୀବିଷ୍ଣୁ ଦମନକ ଯାତ୍ରା, ଲଙ୍କାପୋଡି଼ ପ୍ରସ୍ତାବ, ହିଙ୍ଗୁଳା ଯାତ୍ରା, ଅଦ୍ୟ ପୂର୍ଣ୍ଣିମା ବିହିତ ଚନ୍ଦ୍ରୋପବାସ, ପୂଜା ଓ ଅର୍ଘ୍ୟ ଦାନ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୪୧/୬ ,ସୂର୍ଯ୍ୟାସ୍ତ- ଘ୫/୫୮/୬ ,ଚୈତ୍ରମାସ ,ଶୁକ୍ଳପକ୍ଷ ,ତିଥି- ଚତୁର୍ଦ୍ଦଶୀ ଦିବା ଘ୯/୩୪ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ûଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ। ଦିବା ଘ୯/୩୪ମି ପରେ ବାୟବ୍ୟ କୋଣରେ। ରିକ୍ତାତିଥି, ବିଷ୍ଟିକରଣ ଓ ରବିସପ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ବୃଷରାଶିର ଘାତଚନ୍ଦ୍ର।କର୍କଟରାଶିର ଘାତବାର।ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବ୍ରିହୀ (ବିରି), ଦିବା ଘ୯/୩୪ମି ପରେ ଆମିଷ ଭକ୍ଷଣ ନିଷେଧ।କାଳରାତ୍ରି- ରାତ୍ରି ଘ୨/୪୨ମି ରୁ ଘ୪/୯ମି ପର୍ଯ୍ୟନ୍ତ।ଅମୃତ- ସୂର୍ଯ୍ୟୋଦୟ ରୁ ଦିବା ଘ୭/୧୫ମି ମଧ୍ୟେ, ଘ୧୨/୩ମି ରୁ ଘ୧/୩୬ମି ମଧ୍ୟେ, ସନ୍ଧ୍ୟା ଘ୬/୪୭ମି ରୁ ରାତ୍ରି ଘ୯/୧୧ମି ମଧ୍ୟେ, ଘ୧/୫୯ମି ରୁ ରାତ୍ରିଶେଷ ଘ୫/୪୦ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା:- ଦିବା ଘ୪/୩ମି ରୁ ଅପରାହ୍ନ ଘ୫/୪୦ମି ମଧ୍ୟେ, ରାତ୍ରି ଘ୯/୧୯ମି ରୁ ଘ୧୦/୪୭ମି ପର୍ଯ୍ୟନ୍ତ ।
ମେଷ-ବିଭିନ୍ନମାମଲାରେ ବ୍ୟସ୍ତରହିବେ। ବ୍ୟବସାୟରେ ବିପଦଜନକ ପଦକ୍ଷେପ ନିଅନ୍ତୁନାହିଁ। କର୍ମଜୀବୀ ମହିଳାଙ୍କର ପଦୋନ୍ନତି ହେବ। ହଜିଥିବାବସ୍ତୁ ପାଇବେ।
ବୃଷ-ଉନ୍ନତିଲାଗି ନୂଆସୁଯୋଗ ଆସିବ। ଆର୍ଥିକସ୍ଥିତି ପୂର୍ବଅପେକ୍ଷା ଭଲହେବ। ଜୀବନସାଥୀଙ୍କ ଖୁସିଲାଗି ଧ୍ୟାନଦେବାକୁ ହେବ। ଛାତ୍ରଙ୍କସମ୍ମୁଖରେ ସଂଶୟର ସ୍ଥିତି ରହିବ।
ମିଥୁନ-ବ୍ୟବସାୟରେ ବଡ଼ସଫଳତା ମିଳିପାରେ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିପାରନ୍ତି। ଚାକିରି ସଂପର୍କିତ କୌଣସି ଭଲ ଖବର ପାଇପାରନ୍ତି।
କର୍କଟ-ବ୍ୟବସାୟରେ ଭଲଡିଲ୍ ହେବାର ସମ୍ଭାବନାଅଛି। ବ୍ୟାଙ୍କରେ ଅର୍ଥକାରବାର ସାବଧାନତାର ସହ କରିବା ଦରକାର। ଛାତ୍ରଙ୍କ ଲାଗି ଦିନଟି ଭଲ।
ସିଂହ-ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ବିବାହିତ କୌଣସି ଧାର୍ମିକ ସ୍ଥାନକୁ ଯିବାର ଯୋଜନା କରିପାରନ୍ତି। ବ୍ୟବସାୟରେ ତ୍ବରିତ ନିଷ୍ପତ୍ତି ଲାଭପ୍ରଦ ହେବ।
କନ୍ୟା-ଆତ୍ମବିଶ୍ବାସ ସହିତ କାମ କରନ୍ତୁ, ସଫଳତା ନିଶ୍ଚୟ ପାଇବେ। ବ୍ୟାଙ୍କ ବାଲାନ୍ସଯ ବୃଦ୍ଧି ହେବ। ଛାତ୍ର ନିଜର ମୁରବିଙ୍କ ଠାରୁ ମାର୍ଗଦର୍ଶନ ନିଅନ୍ତୁ।
ତୁଳା-ପୂର୍ବ କଥା ମନେ ପଡ଼ିବା ଯୋଗୁଁ ମନ ପ୍ରଫୁଲ୍ଲିତ ହୋଇଯିବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା କରିପାରନ୍ତି। ଦାମ୍ପତ୍ୟ ଜୀବନରେ ତାଳମେଳ ରହିବ।
ବିଛା-ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ଆପଣଙ୍କର ଅଧୁରା କାମରେ କେହି ସାହାଯ୍ୟ କରିବେ। କର୍ତ୍ତୃପକ୍ଷଙ୍କ ଠାରୁ ଆପଣଙ୍କୁ ଉପହାର ମିଳିପାରେ।
ଧନୁ-କାରବାରରେ ପରିବର୍ତ୍ତନ କରି ସଫଳତା ପାଇବେ। ଘରକୁ କୌଣସି ବନ୍ଧୁ ଆସିବା ହେତୁ ମନ ପ୍ରସନ୍ନ ରହିବ। ଅଫିସରେ ନୂଆ ପ୍ରକଳ୍ପରେ କାମ କରିପାରନ୍ତି।
ମକର-କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ। ବନ୍ଧୁଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ବ୍ୟବସାୟରେ ଭଲ ଲାଭ ହେବ। ସନ୍ଧ୍ୟା ସମୟ ଆନନ୍ଦଭରା ରହିବ।
କୁମ୍ଭ-ମସ୍ତିଷ୍କରେ ଘୂରିବୁଲୁଥିବା ନକାରାତ୍ମକ ଚିନ୍ତା ସମାପ୍ତ ହୋଇଯିବ। ବ୍ୟବସାୟରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଚାକିରୀଜୀବୀଙ୍କୁ ଭଲ ସୁଯୋଗ ମିଳିପାରେ।
ମୀନ-ବିପରୀତ ପରିସ୍ଥିତି ଆପଣଙ୍କୁ ବିଚଳିତ କରିପାରିବ ନାହିଁ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ପାଇବେ। ବାହନ କିଣିବା ଲାଗି ଦିନଟି ଶୁଭ।

ନୀତିବାଣୀ-ଅତି ଆପଣାର ଲୋକଙ୍କୁ ପାଖରେପାଇଲେ ସ୍ୱର୍ଗଟା ହାତମୁଠାରେ ପରିଲାଗେ କିନ୍ତୁ ଆପଣାରଲୋକଟା ହୃଦୟରୁ ଟିକିଏ ଏଡେଇଦେଲେ ବଞ୍ଚିଥାଉଥାଉ ମଲାପରି ଲାଗେ।
ବାସ୍ତୁଟିପ୍ପଣୀ-ଭୁଲରେ କେବେବି କେଉଁଜିନଷକୁ ମୁଣ୍ଡପାଖରେ ରଖି ଶୋଇବେନାହିଁ, ନହେଲେ ସବୁବେଳେ ଦେଖାଦେବ ଆର୍ଥିକସମସ୍ୟା। ବାସ୍ତୁଶାସ୍ତ୍ରର ଜୀବନରେ ବିଶେଷ ମହତ୍ବରହିଛି। ବାସ୍ତୁମଣିଷର ଜୀବନକୁ ବିଭିନ୍ନପ୍ରକାରରେ ପ୍ରଭାବିତକରିଥାଏ। ଘରରଦିଗ ଓ ଘରେରଖାଯାଇଥିବା ଜିନିଷର କିଛିନାକିଛି ଅର୍ଥ ନିଶ୍ଚୟ ରହିଥାଏ। ଶୋଇବାସମୟରେ ମୁଣ୍ଡପାଖରେ ରଖାଯାଇଥିବା କିଛିଜିନିଷ ବାସ୍ତୁଦୋଷର କାରଣ ହୋଇଥାଏ। ତେବେ ଆସନ୍ତୁଜାଣିବା ଶୋଇବାସମୟରେ ମୁଣ୍ଡଉପରେ କେଉଁ ସବୁଜିନିଷ ରଖିବା ଉଚିତ୍ ନୁହେଁ।
ବହି କିମ୍ବା ମାଗାଜିନ୍:-ଶୋଇବାବେଳେ ମୁଣ୍ଡପାଖରେ କେବେବି ନ୍ୟୁଜପେପର ଓ ମାଗାଜିନ୍ ଆଦି ଜିନିଷ ରଖନ୍ତୁନାହିଁ। ଏଭଳି କରିବାଫଳରେ ଜୀବନରେ ନକାରତ୍ମକଫଳ ମିଳିଥାଏ। ଜୀବନରେ ଅନେକସମସ୍ୟା ଦେଖାଦିଏ।
ପାଣିବୋତଲ:-ମୁଣ୍ଡପାଖରେ ପାଣିଭର୍ତ୍ତି ପାତ୍ର କିମ୍ବା ବୋତଲ ରଖନ୍ତୁନାହିଁ। କାରଣ ଏହାଦ୍ବାରା ଚନ୍ଦ୍ର ଗ୍ରହ ପ୍ରଭାବିତ ହୋଇଥାଏ, ଯାହାକ ମାନସିକରୋଗର ବିପଦ ସୃଷ୍ଟିକରେ।
ପର୍ସ:-ମୁଣ୍ଡପାଖରେ କିମ୍ବା ତକିଆତଳେ ପର୍ସରଖି ଶୋଇବା ଉଚିତନୁହେଁ। ଏଭଳିକଲେ ଜୀବନରେ ଆର୍ଥିକସମସ୍ୟା ସାମନାକରିବାକୁ ପଡିପାରେ।
ଯୋତାଚପଲ:-ଅଧିକାଂଶଲୋକ ଶୋଇବାବେଳେ ବେଡ୍‌ର ଆଖପାଖରେ ଜୋତାଚପଲ ବାହାର କରିରଖିଦିଅନ୍ତି। ବାସ୍ତୁଅନୁସାରେ ଏହା ଠିକ୍ ନୁହେଁ। ଜୀବନରେ ନକାରତ୍ମକପ୍ରଭାବ ପକାଇଥାଏ।
ତେଲ:-ବାସ୍ତୁଅନୁସାରେ, ମୁଣ୍ଡପାଖରେ ତେଲବୋତଲ ରଖିବା ଉଚିତନୁହେଁ। ଏହାଦ୍ବାରା ଜୀବନରେ ଅନେକପ୍ରକାର ସମସ୍ୟାର ସାମନା କରିବାକୁ ପଡିଥାଏ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମାନଥ,ଜୟମାଯୋଗମାୟା!!

 

 

 

- Advertisement -

Leave A Reply

Your email address will not be published.