୬-୪-୨୦୨୩(ଗୁରୁବାର)ଶୁକ୍ରବାର,ଚୈତ୍ର ପୂର୍ଣ୍ଣିମା ଓ ବୈଶାଖ ବ୍ରତାରମ୍ଭ,ଦିବା ଘ୧୦।୧୪ ଗତେପୂର୍ବେ । ଯାତ୍ରାଦି ଶୁଭକର୍ମ ନାସ୍ତି । ବୃଷରାଶିର ଘାତଚନ୍ଦ୍ର ।ତୁଳା ଓ କୁମ୍ଭରାଶିମାନଙ୍କର ଘାତବାର ।ରାତ୍ରି ଘ୧୧।୫୨ ଗତେ ଘ୧।୨୦ ମଧ୍ୟେ କାଳରାତ୍ରି । ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ସ୍ତ୍ରୀ ତୈଳ ବର୍ଜନ, ମତ୍ସ୍ୟମାଂସ ଦିବା ଘ୧୦।୧୪ ଗତେ ପାଣି କଖାରୁ ଭକ୍ଷଣ ନିଷେଧ । ଅମୃତ – ରାତ୍ରି ଘ୧।୧୧ ଗତେ ଘ୩।୩୫ ମଧ୍ୟେ ।ମାହେନ୍ଦ୍ର – ଦିବା ଘ୭।୧୬ ମଧ୍ୟେ ଘ୧୦।୨୯ ଗତେ ଘ୧୨।୫୩ ମଧ୍ୟେ ।
ମେଷ:-ନୂଆ ଅନୁଭବ ମିଳିବ। ଅଧିକାରୀଙ୍କ ସହିତ ସ୍ବତନ୍ତ୍ର ବିଷୟରେ ଆଲୋଚନା ହେବ। ଦାଂପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।
ବୃଷ:-କାମ ସହିତ ଆହ୍ବାନ ବି ଅଧିକ ହୋଇପାରେ। ଅଧିକାରୀମାନଙ୍କ ସହିତ ବ୍ୟବହାରରେ ସାବଧାନ ରଖନ୍ତୁ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବଢ଼ିଆ ରହିବ।
ମିଥୁନ:-ସଫଳତାର ନୂଆ ପାହାଚରେ ପାଦ ରଖିବେ। ଅଧିକାରୀବର୍ଗ ଆପଣଙ୍କ ଉପରେ ଖୁସି ରହିବେ। ରାଜନୀତିକ ଲୋକମାନଙ୍କ ଲାଗି ବିଦେଶଯାତ୍ରାର ସୁଯୋଗ।
କର୍କଟ:-ସ୍ବଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ। ଆପଣ ନୂଆ ଜିନିଷ ଶିଖିବାକୁ ଚେଷ୍ଟା କରିପାରନ୍ତି। ଜରୁରୀ ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ।
ସି˚ହ:-ପରିଶ୍ରମ କରିବା ପାଇଁ ପ୍ରସ୍ତୁତ ରହନ୍ତୁ। ଭାଗ୍ୟ ଆପଣଙ୍କୁ ସାଥ ଦେବ। ସ୍ଥଗିତ କାମ ପୂରା ହେବ। ଘରକୁ କୌଣସି ମିତ୍ର ଆସିପାରନ୍ତି।
କନ୍ୟା:-ବନ୍ଧୁମାନଙ୍କ ସହ ମିଳିତ ହୋଇ କାମ କରନ୍ତୁ; ଲାଭ ହେବ। ସୁସମ୍ବାଦ ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ନୂତନତ୍ବ ଆସିବ।
ତୁଳା:-ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ଆପପାଖର ଲୋକମାନଙ୍କ ସହିତ ଉଦାର ରହିବେ। ଅଫିସରେ ନୂଆ କାମର ଦାୟିତ୍ବ ପାଇବେ।
ବିଛା:-ସାରାଦିନ ଆପଣ ଉତ୍ସାହିତ ରହିବେ। ସମାଜରେ ଗରିମା ବଢ଼ିବ। ସରକାରୀ ଚାକିରିଆଙ୍କୁ ଧନଲାଭ ହୋଇପାରେ।
ଧନୁ:-ମନରେ ସକରାତ୍ମକ ଭାବନା ରହିବ। ବ୍ୟବସାୟ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ। କୌଣସି ସମାରୋହକୁ ଯାଇପାରନ୍ତି। ନୂଆ ଲୋକଙ୍କ ସହିତ ସ˚ପର୍କ ହେବ।
ମକର:-ଉତ୍ସାହ ସହିତ କାମ କରିବେ। ଓକିଲଙ୍କୁ ବଡ଼ ମକଦ୍ଦମାରେ ବିଜୟ ହାସଲ ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।
କୁମ୍ଭ:-ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଆମଦାନିର ନୂଆ ଅବସର ପାଇବେ। ସନ୍ଧ୍ୟାରେ ଘରେ ସମାରୋହ ପାଇଁ ଯୋଜନା କରିପାରନ୍ତି।
ମୀନ:- ଆଧ୍ୟାତ୍ମିକଭାବନାରେ ସମୟ ବିତିବ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ। ବେପାରିବର୍ଗଙ୍କୁ ଧନଲାଭର ସୁଯୋଗ ମିଳିବ। ପ୍ରେମରେ ସଫଳତା ମିଳିବ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

