ସୀମା ବିବାଦକୁନେଇ ଦୁଇଗାଁ ମଧ୍ୟରେ ସଂଘର୍ଷ

ଭଦ୍ରକ , ୧୬ା୪(ଏସଏସନିଉଜ) ସୀମା ବିବାଦକୁ ନେଇ ହାଟଡିହି ବ୍ଲକ୍ ଓରାଳି ଛକରେ ଦୁଇଗ୍ରାମ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ୧୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ୧୦ରୁ ଊର୍ଦ୍ଧ୍ବ ଦୋକାନ ଭଙ୍ଗାରୁଜା କରି ସେଥିରେ ନିଆଁ ଲଗାଇ ଦେଇଛନ୍ତି। ଦୁଇଟି କାର୍‌, ତିନିରୁ ଊର୍ଦ୍ଧ୍ବ ବାଇକ୍ ପୋଡ଼ି ଦେଇଛନ୍ତି। ଯାହାଫଳରେ ଆନନ୍ଦପୁର-ଭଦ୍ରକ ରାସ୍ତାରେ ଗାଡ଼ିମୋଟର ଚଳାଚଳ ଠପ୍ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର-ଭଦ୍ରକ ରାସ୍ତାର ଓରାଳିଛକର ନାମକରଣକୁ ନେଇ ଓରାଳି ଏବଂ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଆପଣ୍ଡା ଗ୍ରାମ ମଧ୍ୟରେ ବିବାଦ ଦେଖା ଦେଇଛି।ଆପଣ୍ଡା ଗ୍ରାମର କିଛି ଲୋକ ଉକ୍ତ ଛକରେ ଆପଣ୍ଡାଛକ ବୋଲି ନାମଫଳକ ଲଗାଉଥିଲେ। ଏହାକୁ ଓରାଳି ଗ୍ରାମର କିଛି ଲୋକ ବିରୋଧ କରିବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ମାରପିଟ୍ ଆରମ୍ଭ ହୋଇଥିଲା।

- Advertisement -

Leave A Reply

Your email address will not be published.