ଆତଙ୍କବାଦୀ ଆକ୍ରମଣରେ ସହିଦ ହେଲେ ଦେବାଶିଷ ବିଶ୍ୱାଳ

ସାକ୍ଷୀଗୋପାଳ,୨୧ା୪(ଏସଏସନିଉଜ) ଜମ୍ମୁକାଶ୍ମୀରର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ବୀରଯବାନ ଦେବାଶିଷବିଶ୍ୱାଳ ସହିଦ ହୋଇଛନ୍ତି ।ଦେବାଶିଷଙ୍କ ଘର ପୁରୀଜିଲ୍ଲାର ସାକ୍ଷୀଗୋପାଳ ଅଞ୍ଚଳରେ । ଏହାଜଣାପଡିବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁରାଜନେତା ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।ଗତକାଲି ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ଼ରେ ଏକ ସେନା ଗାଡ଼ି ଜଳି ଯାଇଥିଲା। ଏଥିରେ ୫ଜଣ ଯବାନ ସହିଦ ହୋଇଯାଇଥିଲେ। ନିହତ ଯବାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ଅଳଗୁମ ଖଣ୍ଢାୟତସାହିର ଦେବାଶିଷ ବିଶ୍ବାଳ(୨୮ ବର୍ଷ)ଥିଲେ ।୧୦ ବର୍ଷ ତଳେ ସେନାରେ ଭର୍ତ୍ତି ହୋଇଥିବାବେଳେ ଗତବର୍ଷ ତାଙ୍କର ବିବାହ ହେବାସହ ଛୋଟ ଝିଅଟି ଅଛି। ଆତଙ୍କବାଦୀ ଆକ୍ରମଣରେ ଦେବାଶିଷଙ୍କ ଆକସ୍ମିକ ମୃତ୍ୟୁଖବର ଜଣାପଡିବାପରେ ଗ୍ରାମରେ ଶୋକର ଲହରି ଖେଳିଯାଇଛି।

 

- Advertisement -

Leave A Reply

Your email address will not be published.