କଟକ,୨୧ା୪(ଏସଏସନିଉଜ) ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ ଓ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋଙ୍କ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ପରଲୋକ ହୋଇଛି।ମୃତ୍ୟୁବେଳକୁ ତାଙ୍କୁ ୮୩ବର୍ଷ ବୟସ ହୋଇଥିଲା। ସେ କଟକପୌରପାଳିକାର ପ୍ରାକ୍ତନଅଧ୍ୟକ୍ଷ ,ଅଡଶପୁରସ୍ଥିତ ୟୁଏନ୍ କଲେଜର ପରିଚାଳନା ସମିତିର ଅଧ୍ୟକ୍ଷ , ରାଜ୍ୟ ଅର୍ଥକମିସନର ଅଧ୍ୟକ୍ଷ ,ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କଟକ ଜିଲ୍ଲା ବଡ଼ମୂଳେଇ ଗ୍ରାମରେ ଜନ୍ମଗ୍ରହଣ କରିଥିବା ତ୍ରିଲୋଚନ କାନୁନଗୋ ଜଗତସିଂହପୁର ଲୋକସଭା ଆସନରୁ ସେ ୧୯୯୯ ମସିହାରେ ବିଜୁ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।
