ବଲାଙ୍ଗୀର, ୨୩ା୪(ଏସଏସନିଉଜ) ବୁଢାବୁଢିଙ୍କ ଭତାଟଙ୍କା ଖାଇବା ଅଭିଯୋଗରେ ୫ଜଣଙ୍କୁ ନିଲମ୍ବିତ ହୋକୁ ପଡିଛି ।ସେମାନେ ହେଲେ ଆଶିଷ ମହାପାତ୍ର, ଅଶୋକ କୁମ୍ଭାର, ପ୍ରଶାନ୍ତ ପ୍ରଧାନ, ସୁଦାମ ସିଂ ସାହାଣୀ ଓ ଜିତେନ୍ଦ୍ର କୁମ୍ଭାରା ଏହି ୫ଜଣ ବଲାଙ୍ଗୀର ପୌରପାଳିକାର କର୍ମଚାରୀ ହୋଇଥିବାବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏମାନଙ୍କୁ ନିଲମ୍ବନ କରାଯାଇଛି। ଗତ ଦୁଇବର୍ଷ ହେଲା ପୌର କର୍ମଚାରୀଙ୍କୁ ଭତାଟଙ୍କା ବଂଟନ ନିମନ୍ତେ ୱାର୍ଡୱାରି ବଣ୍ଟନ କରିଥାନ୍ତି ।ସେଥିମଧ୍ୟରୁ ୩୦ ପ୍ରତିଶତ ହିତାଧିକାରୀଙ୍କୁ ପ୍ରତ୍ୟକ୍ଷ ଭତ୍ତା ଓ ୭୦ ପ୍ରତିଶତ ବାର୍ଦ୍ଧକ୍ୟଭତ୍ତା ଦାୟିତ୍ୱରେ ଥିବା ପୌର କର୍ମଚାରୀ ୱାର୍ଡୱାରି ବଣ୍ଟନ କରିଥାନ୍ତି।ଏହାପରେ ବି ଦାୟିତ୍ୱରେ ଥିବା ଅଧିକାରୀମାନଙ୍କର ଖାମଖିଆଲ ଭାବନାେôଯାଗୁ ସେମାନେ ଧରାପଡିଛନ୍ତି ।
