ଝଲସୁଛି ବାରଙ୍ଗ ,ବିରାଜିଲେ କାର୍ତିକେୟ

0 647

ଭୁବନେଶ୍ୱର,୧୨ା୧୧- ବାରଙ୍ଗର ଗଣପର୍ବ ତଥା ପ୍ରସିଦ୍ଧ କାର୍ତିକେଶ୍ୱର ପୁଜାକୁ ନେଇ ଚଳଚଂଚଳ ହୋଇଉଠିଛି ସମଗ୍ର ବାରଙ୍ଗ । ରଙ୍ଗବେରଙ୍ଗର ତୋରଣ ସାଙ୍ଗକୁ ସୁସଜ୍ଜିତ ଆଲୋକମାଳାରେ ଝଲସୁଛି ବାରଙ୍ଗ । କାର୍ତିକପୁର୍ଣମାଠାରୁ ଛୋଟ , ବଡ ହୋଇ ୧୨୨ଟି ପୁଜା ମଣ୍ଡପରେ ପୂଜା ପାଇଲେ କାର୍ତିକେୟ । ଏହି ପୁଜାର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଦାଢାପାଟଣା ଗ୍ରାମରେ ହୋଇଛି ସର୍ବାଧିକ ୨୨ଟି ମେଢ । ତାସାଙ୍ଗକୁ ରହିଛି ଅପେରା,ମଙ୍ଗଳା ଛକରେ ପଡିଥିବା ମୀନା ବଜରର ଚକ୍ରୀ ଦୋଳି ସାଙ୍ଗକୁ ଖେଳଣା,ମନୋହରି,ସୌଖୀନ ସାମଗ୍ରୀ ଦୋକନାରୁ କିଣାବିକା ଓ ଗୁପଚୁପ୍,ଚାଟ୍,ମଥୁରା କେକ୍ ପ୍ରଭୃତି ଦୋକାନରୁ ଚଟପଟା ଖାଦ୍ୟ ଖାଇବା ଲାଗି ଭିଡ ଜମିବା ଆରମ୍ଭ ହୋଇଛି । ଦାଢାପାଟଣାର ଉପର ଶୁଣ୍ଢି ସାହି,ବାସୁଦେବ,ଦରଜି ସାହି,ବଣିକ ସଂଘ(ଦୁର୍ଗା),କୈବର୍ତ ସାହି,ଭାଗବତ ଗାଦି,ବାଲ୍ୟ ସଂଘ,କମାର ସାହି,ମହାବୀର,ବଣିଆ ସାହି( ଚାନ୍ଦୀ ଅଳଙ୍କାରରେ ସଜ୍ଜିତ ଦୁର୍ଗା),ତଳ ଶୁଣ୍ଢି ସାହି,ମଙ୍ଗଳା ଛକ,ଭୋଇ ସାହି,ସିନେମା ହଲ ଛକ, ଉପର ତେଲି ସାହି,( ମହାଭାରତ ଉପରେ ଆଧାରିତ),ବାଙ୍କୀ ସାହି,ବାଲି ସାହି,ସାମଲ ସାହି,ଷ୍ଟେସନ ବଜାର,ଗେଟ୍ ବଜାର,ବଙ୍ଗାଳି ସାହି,ସୀତାରାମ ବଜାର,ଆନନ୍ଦ ବଜାର, ଗଦେଇକୁଦ, ଆଦିବାସି ସାହି ମଙ୍ଗଳା ମେଢ ଓ ପ୍ରଚୀ ବଜାରକୁ ମିଶାଇ ପାଖାପାଖି ୨୬ଟି ମେଢ ହୋଇଛି ।

ସେହିଭଳି ଫୁଲପୋଖରୀ ଗ୍ରାମରେ ଗାନ୍ଧୀ ବଜାର,ପ୍ରେମ ବଜାର,ମହାଦେବ,ଖଣ୍ଡୁଆଳ,ଉପର କୁମ୍ଭାର ସାହି,ତଳ କୁମ୍ଭାର ସାହିକୁ ମିଶାଇ ୮ ମଣ୍ଡପରେ ଓ ପାଖକୁ ଲଗି ଥିବା ବଛିପୁର ଗ୍ରାମର  ମଙ୍ଗଳା,ରାଧା ଗୋବିନ୍ଦ, ଭାଗବତ ଗାଦି ୩ ମଣ୍ଡପ ଲାଗି ରହିଥିବାରୁ ଏଠାରେ ଭିଡ ଜମିଛି ।ଏହାଛଡା ପୁରୁଣା ବାରଙ୍ଗ(ଦୁର୍ଗା) ,ବ୍ଲକଛକ,କଂଟାପାଟଣା,ଶ୍ରୀବନ୍ତପୁର, ପଂଚୁପାଳ,ମଧୁବନ,ମଧୁପୁର (ରାମାୟଣ) ,ତ୍ରିଶୁଳୀଆ  ଗ୍ରାମ,କୁସିନ୍ଦା,ନରଣପୁର ,କୃଷ୍ଣଚନ୍ଦ୍ରପୁର, କୁହ୍ନେଇପଡା, ମୁଣ୍ଡମୁହାଣ,ଫକୀରପଡା,ବାଲିଚତୁରି,ଗୋଡିସାହି,ମୁଣ୍ଡଳୀ,ନରାଜ,ବେଲଗଛିଆ,ଜୟପୁର,ମରିଚିଆ,କେନ୍ଦୁପାଟଣା କଲେଜଜ୍ଛକ,ପଦାସାହି, ବାଲିପଡା, କଂଟୁଣିଆ,ଖଈରାପଡା, ଗଣ୍ଡରପୁର ,କଲ୍ୟାଣପୁର,ବରିମୁଣ୍ଡ, ଟାଙ୍ଗିମନ୍ତ,ଓସ୍ତପଡା,ଇଂଜଣା ଓ କଳାରାହାଙ୍ଗ, ରଘୁନାଥପୁର ,ଦାରୁଠେଙ୍ଗ ,ଚନ୍ଦକା ସମେତ ପୂଜା ମଣ୍ଡପରେ ଛୋଟ ଓ ବଡ ହୋଇ ମୋଟ ୧୨୨ଟି ମଣ୍ଡପରେ କାର୍ତିକ ,ନୀଳେନ୍ଦ୍ରୀ, ଜଳନ୍ଧର ,ଶିବ, ପାର୍ବତୀ ,ଗଣେଶ,ରାକ୍ଷସ ଓ ସେମାନଙ୍କ ବାହନ ସବୁର ମୂର୍ତି ହୋଇଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.