ହାଇଓା ନେଲା ମୁରଲି ଜୀବନ

0 698

ଭୁବନେଶ୍ୱର,୧୩/୧୧-କାର୍ତିକେଶ୍ୱର ପୁଜା ଦେଖି ଘରକୁ ଫେରିପାରିଲେ ନାହିଁ ମୁରଲି । ଅଧାବାଟରେ ଚାଲିଗଲା ଜୀବନ । ଏକ ଅଜଣା ହାଇଓା ଧକ୍କାରେ ତାଙ୍କର ମୃତ୍ୟୁ ଘଟିଲା । ଯାହାକୁନେଇ ଉତେଜନା ଦେଖାଦେଇଥିଲା । କୃଷ୍ନଚନ୍ଦ୍ରପୁର ଗ୍ରାମ ବାରିକସାହିର ମୁରଲିଧର ପାଳ ମଙ୍ଗଳବାର ରାତି ସାଢେଏଗାରଟା ପାଖାପାଖି ବାରଙ୍ଗର ପ୍ରସିଦ୍ଧ ପର୍ବ କାର୍ତିକେଶ୍ୱରପୁଜା ଦେଖି ଘରକୁ ଫେରୁଥିଲେ ।

ତ୍ରିଶୁଳିଆ ଟ୍ରାଫିକଛକ ପାଖରେ ରାସ୍ତା ପାର ହେଉଥିବା ସମୟରେ ଏକ ବାଲିବୋଝେଇ ଦ୍ରୁତଗାମୀ ହାଇଓା ତାଙ୍କୁ ଧକ୍କା ଦେଇ ବାଲିକୁଦା ଆଡେ ପଳାଇଥିଲା । ଘଟଣାସ୍ଥଳରେ ମୁରଲି ମୃତ୍ୟୁ ବରଣ କରିଥିଲେ ।ଏହାପରେ କୃଷ୍ନଚନ୍ଦ୍ରପୁର ଗ୍ରାମବାସୀମାନେ ଉତ୍ୟକ୍ତ ହୋଇ ତ୍ରିଶୁଳିଆ ଛକଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ବାରଙ୍ଗପୋଲିସ ଆସି ବହୁ ବୁଝାସୁଜା କରିବା ସହ ଶବଦାହ ପାଇଁ ରେଡ କ୍ରସ ରୁ ଦଶହଜାରେ ଟଙ୍କା ସହ ଦୁର୍ଘଟଣାଗ୍ରସ୍ଥ ଗାଡିକୁ ଜବତ କରିବାର ପ୍ରତିଶୃତି ପରେ ଗ୍ରାମବାସୀୀମାନେ ରାସ୍ତା ଅବରୋଧରୁ ଉଠିଥିଲା ।

Leave A Reply

Your email address will not be published.