୨୦୨୩ମସିହା ଅଗଷ୍ଟମାସ୨ତାରିଖବୁଧବାର।ବିବିଧ- ଶରଣଂ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୬/ ୧୧ ,ସୂର୍ଯ୍ୟାସ୍ତ-ଘ୬/୧୯/୩୧ ,ଶ୍ରାବଣମାସ ,ଚାନ୍ଦ୍ରମଳ କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ପ୍ରତିପଦ ରାତ୍ରି ଘ୮/୨୪ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ରାତ୍ରିଘ୮/୨୪ମିପରେ ଉତ୍ତରଦିଗରେ। ରବିସପ୍ତପରେ ମଙ୍ଗଳସପ୍ତ ଓ ଶନିଯୁକ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ସିଂହରାଶିର ଏବଂ ରାତ୍ରିଘ୧୨/୨୦ମିପରେ ମିଥୁନ ଓ ମୀନରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ଏହି ମଳଶୁକ୍ଳ ଓ କୃଷ୍ଣପକ୍ଷ ମଳମାସରେ ମୃତବ୍ୟକ୍ତିଙ୍କର ଶ୍ରାଦ୍ଧ କରଣୀୟ।ନିଷିଦ୍ଧଖାଦ୍ୟ- ପାଣିକଖାରୁ, ରାତ୍ରିଘ୮/୨୪ମିପରେ ବୋଇତାଳୁ ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବା ଘ୮/୪୦ମି ରୁ ଘ୧୦/୧୬ମି ପର୍ଯ୍ୟନ୍ତ,ବାରବେଳା ଦିବା ଘ୧୧/୫୩ମି ରୁ ଘ୧/୨୯ମିପର୍ଯ୍ୟନ୍ତ।କାଳରାତ୍ରୀ--ରାତ୍ରିଘ୨/୪୦ମି ରୁ ଘ୪/୪ମି ପର୍ଯ୍ୟନ୍ତ। ଶୁଭବେଳା-ଅମୃତ ସୂର୍ଯ୍ୟୋଦୟରୁ ଦିବା ଘ୭/୪ମିମଧ୍ୟେ, ଘ୧୧/୫୨ମି ରୁ ଘ୧/୨୮ମିମଧ୍ୟେ, ରାତ୍ରିଘ୭/୬ମି ରୁ ଘ୯/୩୦ମିମଧ୍ୟେ, ଘ୨/୧୮ମିରୁ ରାତ୍ରିଶେଷ ଘ୫/୨୭ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ଦିବାଘ୩/୩୨ମି ରୁ ଘ୫/୮ମି ମଧ୍ୟେ, ରାତ୍ରି ଘ୯/୩୦ମି ରୁ ଘ୧୧/ ୬ମି ପର୍ଯ୍ୟନ୍ତ। ଶୁଭକର୍ମ:- ନାହିଁ।
ମେଷ-କୌଣସି ନୂଆକାର୍ଯ୍ୟ ପ୍ରାରମ୍ଭ କରିବାପାଇଁ ଆଜିସମୟ ଅନୁକୂଳରହିବ। ଆଜି ସରକାରୀ ଲାଭ ମିଳିବାର ସଂଭାବନାଅଛି। ବ୍ୟାପାର ଏବଂ ବ୍ୟବସାୟରେ ଲାଭହେବ। ବିଚାରରେ ଶୀଘ୍ର ପରିବର୍ତ୍ତନ ଆସିବ। ପରନ୍ତୁ ମଧ୍ୟାହ୍ନପରେ ମନରଦୃଢତାରେ ହ୍ରାସହେବ ଏବଂ ମନବିଚାରରେ ବୁଡ଼ି ରହିବ। ମାନସିକରୂପରେ ଚିନ୍ତିତ ରହିବେ।
ବୃଷ-ଆଜିରଦିନ ଆପଣଙ୍କପାଇଁ ମଧ୍ୟମଫଳଦାୟୀ ଅଟେ। ଆଜି ମିତ୍ରମାନଙ୍କ ତଥା ସ୍ନେହୀଜନମାନଙ୍କସହିତ ହୋଇଥିବା ସାକ୍ଷାତ ଆନନ୍ଦପ୍ରଦ ରହିବ। ଆଜି ଦିନର ଅଧିକାଂଶ ସମୟ ଧନ ସମ୍ବନ୍ଧିତ ଯୋଜନା ବନାଇବାରେ ସମୟ ବିତାଇବେ।
ମିଥୁନ-ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ଲାଭଦାୟୀ ରହିବ। ଆଜିର ଦିନ ମିତ୍ରମାନଙ୍କ ଏବଂ ପରିଜନମାନଙ୍କର ସହଯୋଗରେ ଆନନ୍ଦମୟ ହେବ। ଉତ୍ତମ ଭୋଜନ ଏବଂ ବସ୍ତ୍ରର ସୁବିଧା ମଧ୍ୟ ଆପଣଙ୍କୁ ଆଜି ମିଳିବ। ମନରେ କୌଣସି ପ୍ରକାରର ନିଷେଧାତ୍ମକ ବିଚାରକୁ ପ୍ରବେଶ କରାଇବାକୁ ଦିଅନ୍ତୁ ନାହିଁ। ବ୍ୟବସାୟ ଏବଂ ବ୍ୟାପାରରେ ଅନୁକୂଳ ବାତାବରଣରେ ମନରେ ପ୍ରସନ୍ନତା ରହିବ। ଉତ୍ସାହ ତଥା ଫୁର୍ତ୍ତିରେ ଆଜି ଦିନ କଟିବ।
କର୍କଟ-ଆର୍ଥିକ ଦୃଷ୍ଟିକୋଣରୁ ଆଜି ଆୟ ଅନୁଯାୟୀ ଖର୍ଚ୍ଚ ଅଧିକ ରହିବ। ଅଖିରେ ପୀଡ଼ା କାରଣରୁ ବ୍ୟଗ୍ରତା ବଢ଼ିପାରେ ଏବଂ ମାନସିକ ଚିନ୍ତା ମଧ୍ୟ ରହିବ। କାହା ସହିତ ଭ୍ରାନ୍ତି ନ ହେଉ ଏହାର ଧ୍ୟାନ ରଖିବେ। ଆର୍ଥିକ ଦୃଷ୍ଟିକୋଣରୁ ଲାଭଦାୟୀ ଦିନ ଅଟେ। ପାରିବାରିକ ବାତାବରଣ ମଧ୍ୟ ଭଲ ରହିବ। ମନରୁ ନକାରାତ୍ମକ ଭାବନା ଦୂରରେ ରଖିବେ।
ସିଂହ- ଆପଣଙ୍କୁ ସାମାଜିକ ଏବଂ ବ୍ୟବସାୟ କ୍ଷେତ୍ରରେ ଆନନ୍ଦପ୍ରଦ ଏବଂ ଲାଭପ୍ରଦ ସମାଚାର ମିଳିବ। ମିତ୍ରମାନଙ୍କ ମଧ୍ୟ ଶୁଭ ସମାଚାର ମିଳିବ। ଆୟରେ ବୃଦ୍ଧି ହେବ ତଥା ଧନଲାଭ ହେବ। ମଧ୍ୟାହ୍ନ ପରେ ଆପଣ ବାଣୀ ଏବଂ ବ୍ୟବହାରରେ ଭ୍ରାନ୍ତି ନହେଉ, ଏହାର ଅବଶ୍ୟ ଧ୍ୟାନ ରଖିବେ। ମାନସିକ ଚିନ୍ତା ହୋଇପାରେ। ପରିଜନମାନଙ୍କର ଏବଂ ସନ୍ତାନମାନଙ୍କ ସହିତ ମନମାଳିନ୍ୟ ହେବାର ସମ୍ଭାବନା।
କନ୍ୟା-ଆପଣଙ୍କ ଦିନ ଅନୁକୂଳ ରହିବ। ପରିଜନମାନଙ୍କ ସହିତ ଆପଣଙ୍କ ସମ୍ବନ୍ଧ ପ୍ରେମପୂର୍ଣ୍ଣ ରହିବ। ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କଠାରୁ ଉପହାର ମିଳିବ। ବ୍ୟାବସାୟରେ ଉପର ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ରହିବେ। ଆପଣଙ୍କ ପ୍ରସନ୍ନତାରେ ମଧ୍ୟ ବୃଦ୍ଧି ହେବ। କୌଣସି ରମଣୀୟ ସ୍ଥଳକୁ ଯାତ୍ରା କରିପାରନ୍ତି। ବିବାହୋତ୍ସୁକମାନଙ୍କୁ ଅପେକ୍ଷିତ ଜୀବନସାଥୀ ମିଳିଯିବ। ମିତ୍ରମାନଙ୍କର ଲାଭ ହେବ।
ତୁଳା-ଶାରୀରିକ ରୂପରେ ଶିଥିଲତା ଏବଂ ଆଲସ୍ୟ ରହିବ। ବ୍ୟବସାୟରେ ଆପଣଙ୍କ ନିକଟତର ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ନାହିଁ। ସନ୍ତାନମାନଙ୍କ ସାଥିରେ ମଧ୍ୟ ମତଭେଦ ହୋଇପାରେ ପରନ୍ତୁ ମଧ୍ୟାହ୍ନ ପରେ କାର୍ଯ୍ୟାଳୟର ବାତାବରଣରେ ସୁଧାର ହେବ। ଉଚ୍ଚ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କୁ ଲାଭ ଦେବ, ପ୍ରମୋଶନ ହୋଇପାରେ। ସାମାଜିକ କ୍ଷେତ୍ରରେ ମଧ୍ୟ ମାନ-ସମ୍ମାନ ପ୍ରାପ୍ତ କରିବାର ପ୍ରସଙ୍ଗ ବନିବ।
ବିଛା- ଆଧ୍ୟାତ୍ମିକତା ଏବଂ ଈଶ୍ଵରଙ୍କର ପ୍ରାର୍ଥନାରେ ଅନିଷ୍ଟ ବିଷୟଗୁଡ଼ିକରୁ ମୁକ୍ତି ପ୍ରାପ୍ତ କରି ପାରିବେ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ଅସୁସ୍ଥ ହୋଇପାରନ୍ତି। ମାନହାନି ନ ହେଉ, ଏହାର ଧ୍ୟାନ ରଖିବେ। ବାଣୀ ଉପରେ ନିୟନ୍ତ୍ରଣ ରଖିବାରେ ପରିସ୍ଥିତି ଅନୁକୂଳ ବନିବ। ବ୍ୟବସାୟ କ୍ଷେତ୍ରରେ ଆପତ୍ତି ଆସିପାରେ। ଊପରସ୍ଥ ଅଧିକାରୀମାନଙ୍କ ସହିତ ଭଲ ସଂପର୍କ ରଖି ଚାଲିବେ।
ଧନୁ-ପାରିବାରିକ ବାତାବରଣ ଆନନ୍ଦପ୍ରଦ ରହିବ। ଶାରୀରିକ ଏବଂ ମାନସିକ ରୂପରେ ମଧ୍ୟ ଆପଣ ସୁସ୍ଥ ରହିବେ, ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ମନରେ ନକାରାତ୍ମକ ବିଚାର ଆସିବ। ଏହା ମନକୁ ବ୍ୟଥିତ କରିବ। କ୍ରୋଧର ମାତ୍ରା ମଧ୍ୟ ବଢ଼ିପାରେ। ପରିଜନମାନଙ୍କ ତଥା ସହକାରିମାନଙ୍କ ସହିତ ଅଧିକ ବାଦ-ବିବାଦ କରନ୍ତୁନାହିଁ। ଆଧ୍ୟାତ୍ମିକତା ଆପଣକୁ ଶାନ୍ତି ପ୍ରଦାନ କରିବ।
ମକର-କଥାବାର୍ତ୍ତା କରିବା ସମୟରେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ ସୁଖ-ଶାନ୍ତି ଏବଂ ଆନନ୍ଦପୂର୍ଣ୍ଣ ବାତାବରଣ ରହିବ। ମାନ ସମ୍ମାନ ମିଳିବାର ମଧ୍ୟ ସଂଭାବନା ଅଛି। ଆର୍ଥିକ ଲାଭ ହେବ। ମଧ୍ୟାହ୍ନ ପରେ ଆପଣ ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କ ସହିତ ସାବଧାନୀ ପୂର୍ବକ ରୁହନ୍ତୁ। ବାହନସୁଖ ମିଳିବାରୁ ମନ ପ୍ରଫୁଲ୍ଲିତ ରହିବ। ମନୋରଞ୍ଜନ ସ୍ଥଳକୁ ଯାତ୍ରାକରି ମନକୁ ଆନନ୍ଦ ଦେବାକୁ ପ୍ରୟାସ ସଫଳ ରହିବ।
କୁମ୍ଭ-କଳା ପ୍ରତି ଆଜି ଆପଣଙ୍କୁ ବିଶେଷ ଅଭିରୁଚୀ ରହିବ। ଖର୍ଚ୍ଚର ମାତ୍ରା ଆଜି ଅଧିକ ରହିବ। ସନ୍ତାନ ସମ୍ବନ୍ଧିତ ପ୍ରଶ୍ନ ଚିନ୍ତାରେ ପକାଇପାରେ। ପରନ୍ତୁ ମଧ୍ୟାହ୍ନ ପରେ ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। ଅସଂପୂର୍ଣ୍ଣ କାର୍ଯ୍ୟ ପୂର୍ଣ୍ଣ ହେବ। ଶାରୀରିକ ସ୍ଵାସ୍ଥ୍ୟରେ ସୁଧାର ହେବ। ଆର୍ଥିକ ଲାଭ ହେବ। ବ୍ୟବସାୟରେ କର୍ମଚାରିମାନଙ୍କର ସହଯୋଗ ମଧ୍ୟ ଆପଣଙ୍କୁ ମିଳିବ।
ମୀନ- ଆଜି ଅଧିକ ଭାବନାଶୀଳ ନ ରହିବା ପାଇଁ ଉପଦେଶ। ବିଚାରରେ ଅଧିକତାର କାରଣରୁ ମାନସିକ ରୂପରେ ଶିଥିଲତାର ଅନୁଭବ ହେବ। ପେଟ ସମ୍ବଂଧିତ ଅଜୀର୍ଣ୍ଣ ପରି ରୋଗରେ ଶାରୀରିକ ଅସୁସ୍ଥତା ଅନୁଭବ ହେବ। ଆଜି ବିଦ୍ୟାର୍ଥିମାନଙ୍କପାଇଁ ଲାଭକାରୀ ଦିନ ଅଟେ। ଯାତ୍ରା ପାଇଁ ସମୟ ଅନୁକୂଳ ନୁହେଁ। ସମ୍ମାନ ଭଂଗ ନ ହେଉ ଏହାର ଧ୍ୟାନ ରଖିବେ।

ନିତୀବାଣୀ-ଯଦି ନିଜରକଥାବାର୍ତ୍ତା ନିଜର ଆଚାରବ୍ୟବହାର, ବିବେକ ଠିକ୍ ନଥାଏ ତେବେ ଆପଣ ବିଦ୍ୟାର ମହାସାଗରହେଲେବି କାହାରଆପଣ ଆଦରଣୀୟ ହୋଇପାରିବେନାହିଁ….! ବାସ୍ତୁ ବାସ୍ତୁଟିପ୍ପଣୀ-କେଉଁସ୍ବପ୍ନ ଭଲସମୟ ଆସିବାର ସଂକେତ ଦେଇଥାଏ…?
ବାସ୍ତୁଟିପ୍ପଣୀ-କେଉଁସ୍ବପ୍ନ ଭଲସମୟ ଆସିବାର ସଂକେତ ଦେଇଥାଏ…? ଆମେମାନେ ଶୋଇବାପୂର୍ବରୁ ଯେଉଁସବୁ ଜିନିଷକୁ ଦେଖିଥାନ୍ତି । ସେହି ସବୁକୁ ବି ସ୍ୱପ୍ନରେ କେବେ କେବେ ଦେଖିବାପାଇଁ ମିଳିଥାଏ । ଯଦି ବାସ୍ତୁଶାସ୍ତ୍ର ବିଷୟରେ କହିବା ତେବେ ସ୍ୱପ୍ନ ଦ୍ୱାରା ଭଗବାନ ମଣିଷର ନିକଟବର୍ତ୍ତି ହୁଅନ୍ତିବୋଲି କୁହାଯାଇଛି । ଏମିତିବି କୁହାଯାଇଛି କି ସିଧାସଳଖ ଭଗବାନ ଲୋକଙ୍କୁ ସଙ୍କେତ ନଦେଇ ସେ ସ୍ୱପ୍ନଦ୍ୱାରା ଆମକୁ ସଙ୍କେତଦେଇଥାନ୍ତି ଏବଂ ଏଥିରେ ସେହି ମନୁଷ୍ୟର ଭଲ ବା ଖରାପସମୟ ଆସୁଥିବାବିଷୟରେ କହିଥାନ୍ତି । ସ୍ୱପ୍ନରେଯଦି ଆପଣମାନେ ନାଚୁଥିବା ବା ବସିଥିବା ମୟୁରକୁ ଦେଖନ୍ତି ତେବେ ଭାବିନିଅନ୍ତୁକି ଆପଣମାନଙ୍କ ଭଲ ସମୟ କିଛିଦିନ ମଧ୍ୟରେ ଆସିବାପାଇଁ ଯାଉଛି ।
ବହୁତସମୟରେ ଧଳାସାପକୁ ସ୍ୱପ୍ନରେ ଦେଖିଲେ ବହୁତଲୋକମାନେ ଡରିଯାଇଥାନ୍ତି ।କେବେ ଏହି ଧଳାସାପକୁ ଦେଖନ୍ତି ତେବେ ଏହା ଆପଣମାନଙ୍କ ଭଲସମୟ ଆସିବାର ସଙ୍କେତ ବୋଲି ଭାବନ୍ତୁ । ସେହିପରି ଆପଣମାନେ ଶଙ୍ଖକୁ ସ୍ୱପ୍ନରେ ଦେଖନ୍ତି ତେବେ ସେମିତିକ୍ଷେତ୍ରରେ ଆପଣ ମାନଙ୍କପାଇଁ ତଥା ପରିବାର ଶୁଖ ଶାନ୍ତିଆସିବାର ସଂଙ୍କେତହୋଇଥାଏ । ଧଳାପେଚାଦେଖିବା ପାଇଁମିଳେ ତେବେ ଏହା ଧନପ୍ରାପ୍ତିର ସଂଙ୍କେତ ହୋଇଥାଏ ,କେବେବି କ୍ଷେତ ମଧ୍ୟରେ ଛତାଧରି ଯାଉଥିବାର ଦେଖିଲେମାନସମୃଦ୍ଦି ଏବଂ ଲୋକପ୍ରିୟତା ବହୁତ ପରିମାଣରେ ବଢିବାପାଇଁ ଯାଉଛିବୋଲି ଭାବି ନିଅନ୍ତୁ । କୋଇଲାକୁ ସ୍ୱପ୍ନରେ ଦେଖନ୍ତି ତେବେ ଏହା ଆପଣମାନଙ୍କ ପାଇଁ ବି ବହୁତ ପରିମାଣରେ ଶୁଭହୋଇଥାଏ ,ସୁଖଶାନ୍ତି ପ୍ରାପ୍ତିକରିବାପାଇଁ ଯାଉଛନ୍ତି ବୋଲି ଭାବିନିଅନ୍ତୁ ।
ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

