ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୧୦ତାରିଖ ରବିବାର।ସ୍ମାର୍ତ୍ତ ସମ୍ମତ ଓ ଶ୍ରୀମନ୍ଦିରରେ କାଳୀୟ ଦଳନଏକାଦଶୀ ଉପବାସ, ଶ୍ରୀମନ୍ଦିରରେ କାଳୀୟ ଦଳନ ବେଶ ଓ ଧେନୁକାସୁରବଧ ପ୍ରସ୍ତାବ, ରବି ପୁଷ୍ୟାଯୋଗ।ବିବିଧ- ହଳନିଷେଧ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୬/ ୨୬,ସୂର୍ଯ୍ୟାସ୍ତ- ଘ୫/୫୧/୧୪,
ଭାଦ୍ରବମାସ,କୃଷ୍ଣପକ୍ଷ,ଆଦିତ୍ୟବାସ,ତିଥି- ଏକାଦଶୀ ରାତ୍ରି ଘ୯/୧୪ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ, ରାତ୍ରି ଘ୯/୧୪ମି ପରେ ନୈର୍ଋତ କୋଣରେ।ଅଗନ୍ତବ୍ୟତିଥି ଦୋଷ ହେତୁ ସୂର୍ଯ୍ୟୋଦୟ ରୁ ରାତ୍ରି ଘ୯/୧୪ମି ମଧ୍ୟେ ଯାତ୍ରାଶୁଭ। ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟ କୋଣକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର–ଦିବା ଘ୧୦/୫୫ମି ମଧ୍ୟେ କନ୍ୟା ରାଶିର ଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ଶିମ୍ବ ରାତ୍ରି ଘ୯/୨୪ମି ପରେ ପୋଇଶାଗଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା-ଦିବାଘ୧୦/୧୦ମି ରୁ ଘ୧/୧୨ମି ପର୍ଯ୍ୟନ୍ତ।କାଳରାତ୍ରି-ରାତ୍ରି ଘ୧/୧୦ମି ରୁ ଘ୨/୩୯ମି ପର୍ଯ୍ୟନ୍ତ।ଶୁଭ ବେଳା-ଅମୃତ ଦିବା ଘ୬/୨୫ମି ରୁ ଘ୯/୩୭ମି ମଧ୍ୟେ, ରାତ୍ରି ଘ୭/୨୪ମି ରୁ ଘ୯/୦ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ସୂର୍ଯ୍ୟୋଦୟରୁ ଦିବା ଘ୬/୨୫ମି ମଧ୍ୟେ, ଘ୧୨/୪୯ମି ରୁ ଘ୧/୩୭ମି ମଧ୍ୟେ, ରାତ୍ରି ଘ୬/୩୬ମି ରୁ ଘ୭/୨୪ମି ମଧ୍ୟେ, ଘ୧୨/୧୨ମି ରୁ ଘ୩/ ୨୪ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ମୃତବ୍ୟକ୍ତିର ୨ ପାଦ ବାର ଓ ନକ୍ଷତ୍ର ପୁଷ୍କର ଦୋଷ। ଫଳଂ କୃଷିହାନି ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ। ଭୂମି ଓ ତିଳ ସୁବର୍ଣ୍ଣ ଦାନ। ଅପରାହ୍ନ ଘ୫/ ୩୬ମିପରେ ୧ପାଦ ବାର ପୁଷ୍କର ଦୋଷ।ଫଳଂ କୃଷିହାନି ଓ ଭୂମି ଦାନ। ଏବଂ ରାତ୍ରିଘ୯/୧୪ମି ପରେ ୨ପାଦ ବାର ଓ ତିଥି ପୁଷ୍କରଦୋଷ। ଫଳଂ କୃଷିହାନି ଓ ଗୋପଶୁ ସମ୍ପଦର ବିନାଶ। ଭୂମି ଓ ଅନ୍ନବସ୍ତ୍ର ଦାନ ସହିତ ହୋମାଦି ଶାନ୍ତିବିଧେୟ।ଶୁଭକର୍ମ-ଅଦ୍ୟ ୭ନକ୍ଷତ୍ରେ ଦେବତାଗଠନ, ହୋମାଦି ସ୍ବସ୍ତ୍ୟୟନ, ନବଶଯ୍ୟାସ ନାଦ୍ବୁପଭୋଗ, ଅଳଙ୍କାର ଭୂଷଣ, ଧାନ୍ୟଚ୍ଛେଦନ ଓ ସ୍ଥାପନ, ନବଦୋଳା ଦ୍ୟାରୋହଣ, ନୌକାଗଠନ, ନାମକରଣ, ନିଷ୍କ୍ରାମଣ, ଔଷଧକରଣ ଓ ସେବନ।
🐏ମେଷ👉ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରିଭୋଜନପାଇଁ ବାହାରକୁ ଯିବେ।
🐮ବୃଷ👉ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
👩‍❤️‍👨ମିଥୁନ👉ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକା ମନା ପୂରଣ ହେବ।
🦀କର୍କଟ👉ଆଜି ଆପଣ କିଛି ଖାସ୍‌ କରିବା ଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷା ରେ ସଫଳତା ମିଳିବାର ସମ୍ଭାବ ନା ରହିଛି।
🦁ସିଂହ👉ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଖୁସି ଖବର ମିଳିବ।
🙎‍♀️କନ୍ୟା👉ଆଜି ଆପଣ କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ। କୌଣସି ବଡ଼ ନେଣଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
⚖️ତୁଳା👉ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।
🦂ବିଛା👉ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇ ପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ।
🏹ଧନୁ👉ଆପଣ ନିଜକୁ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।
🐊ମକର👉ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।
🏺କୁମ୍ଭ👉ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ହସଖୁସି‌େର ସମୟ କଟିବ।
🐟ମୀନ👉ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ। ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ। ଯିବାକୁ ଥିବା ଯାତ୍ରା କଲ୍ୟାଣ କାରୀ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ!!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

- Advertisement -

Leave A Reply

Your email address will not be published.