ଜଳିଗଲା ଶ୍ରମିକସେଡ୍‌

କଟକ,୯ା୯(ଏସଏସନିଉଜ) ଜଗତପୁର ଅନ୍ତର୍ଗତ ନଜରପୁର ଗ୍ରାମରେ ଶୁକ୍ରବାରରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଶ୍ରମିକମାନେ ରହୁଥିବା ତାଙ୍କର ସେଡ୍‌ଟି ଜଳିଯାଇଛି । ଅଗ୍ନିକାଣ୍ଡରେ ୪୦ଟି କଣ୍ଟେନର୍ ଜଳିଯିବା ସହ ତା ଭିତରେ ଥିବା ସମସ୍ତ ସାମଗ୍ରୀ ଜଳିଯାଇଛି।ସୈାଭାଗ୍ୟବଶତଃ ୪୦କଣ୍ଟେନର୍‌ରେ ରହୁଥିବା ୯୬୦ଜଣ ଶ୍ରମିକ ଅଳ୍ପକେ ବର୍ତ୍ତିଯାଇଛନ୍ତିାଏମାନେ ଏଲ୍ ଆଣ୍ଡ ଟି ଠିକାସଂସ୍ଥାରେ କାମକରୁଥିଲେ । ନଜରପୁରସ୍ଥିତ ପିଡିଏସ୍ କିରାସିନି ପମ୍ପ ପଛପଟେ ମୁଖାର୍ଜୀ କ୍ୟାମ୍ପସ୍ ପଡ଼ିଆରେ ଏମାନଙ୍କର କ୍ୟାମ୍ପ କରାଯାଇଥିଲା ।ରାତି ପ୍ରାୟ ସାଢେ ସାତଟା ବେଳେ ନିଆଁ ଲାଗିଥିବା ବେଳେ ଖବର ପାଇ ଚାଉଳିଆଗଞ୍ଜରୁ ୨ଟି ଏବଂ ଚୌଦ୍ୱାରରୁ ଗୋଟିଏ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

 

- Advertisement -

Leave A Reply

Your email address will not be published.