ବନ୍ଦହେଲା ମାତାରିଣୀଙ୍କ ଭୋଗନଡ଼ିଆ ନିଲାମ

ଘଟଗାଁ,୮ା୯(ଏସଏସନିଉଜ) ଘଟଗାଁର ଅଧିଷ୍ଠାତ୍ରୀଦେବୀ ମାତାରିଣୀଙ୍କ ଭୋଗ ନଡ଼ିଆ ନିଲାମ ପ୍ରକ୍ରିୟାକୁ ଆଜି ବାତିଲ କରାଯାଇଛି । ମାନସିକ ନଡ଼ିଆକୁ ମାଙ୍କଠାରେ ଭୋଗଲାଗିବା ପରେ ଗୋଦାମରେ ରହିଥାଏ ।ପରବର୍ତିସମୟରେ ମନ୍ଦିର ପରିଚାଳନାକମିଟି ପକ୍ଷରୁ ଏହାକୁ ନିଲାମ ଡକାଯାଇଥାଏ ।ଏବେ ଗୋଦାମରେ ୧୧ଲକ୍ଷ୨୭ହଜାରନଡ଼ିଆ ମହଜୁଦ ଥିବା ଜଣାପଡ଼ିଛି ।ଗତ ୧ତାରିଖରେ ଦେବୋତ୍ତର କମିସନରଙ୍କ ଆଦେଶ ଅନୁଯାୟୀ ନଡ଼ିଆ ଉଠାଇବା ପାଇଁ ଖୋଲାନିଲାମ ହେବ ବୋଲି ନୋଟିସ୍ କରାଯାଇଥିଲା। ଏଥିପାଇଁ ଆଜି ଦିନ ଧାର୍ଯ୍ୟ ହୋଇଥିଲା। ୪ ଟଙ୍କା ୬୦ ପଇସାରୁ ନିଲାମ ଆରମ୍ଭ ହେବ ବୋଲି ନୋଟିସ୍‌ରେ ଉଲ୍ଲେଖ ଥିଲା।ବିଡରମାନେ ପହଁଚିଥିଲେ । ହଠାତ ଦେବୋତ୍ତର କମିସନରଙ୍କ ନିର୍ଦେଶକ୍ରମେ ୧୫ ଦିନପାଇଁ ଭୋଗନଡ଼ିଆ ନିଲାମକୁ ବାତିଲ କରାଯାଇଛି ବୋଲି ମନ୍ଦିର କର୍ତ୍ତୃପକ୍ଷ କହି ନିଲାମପ୍ରକ୍ରିୟା ବାତିଲ ହେଲା ବୋଲି କରିବାପରେ ନିରାଶରେ ବିଡରମାନେ ଫେରିଯାଇଥିଲେ ।

- Advertisement -

Leave A Reply

Your email address will not be published.