ଭୁବନେଶ୍ୱର,୧୦ା୯(ଏସଏସନିଉଜ) ଶୁକ୍ରବାରରାତିରେ ମୋଡରକୋରେ ହୋଇଥିବା ଭୂମିକମ୍ପ ଯୋଗୁଁ ୨୦୦୦ରୁ ଅଧିକ ଲୋକ ପ୍ରାଣ ହରାଇବାସହ ୨,୦୫୯ ଆହତ ହୋଇଥିବାର ଜଣାପଡିଛି । ଆହୁରି ଅନେକ ଲୋକ ପୋତି ହୋଇ ରହିଥିବା ଆଶଙ୍କା କରି ତଲାସ ଜାରି ରହିଛି ।ଏହିଘଟଣାପରେ ପଡ଼ୋଶୀ ରାଷ୍ଟ୍ର ଆଲ୍ଜେରିଆ ସମେତ ମୋରକୋବାସୀଙ୍କ ପାଇଁ ସବୁଆଡୁ ସହାୟତା ଆସୁଛି। ପ୍ରାକୃତିକ ବିପର୍ୟ୍ୟୟଜନିତ ଧନଜୀବନ ହାନି ଲାଗି ୩ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ।ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଲଦୀ ଶୋକବ୍ୟକ୍ତ କରିବାସହ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି।
