ଜଟଣୀ,୯ା୯(ଏସଏସନିଉଜ)ଜଟଣୀର ପ୍ରସିଦ୍ଧପର୍ବ ଗଣେଶପୁଜାପାଇଁ ଚଳଚଂଚଳ ହେବାକୁଲାଗିଛି ଜଟଣୀ ।ଏଥିନିମନ୍ତେ ଅଗ୍ରୱାଲା ଧର୍ମଶାଳାଠାରେ ଜଟଣୀପୋଲିସ ପକ୍ଷରୁ ଗଣେଶପୁଜାପାଇଁ ପ୍ରସ୍ତୁତିବୈଠକ ଅନୁଷ୍ଠିତହୋଇଯାଇଛି ।ଏଥିରେ ଭୁବନେଶ୍ୱରଡିସିପିପ୍ରତୀକସିଂ ଯୋଗଦେଇ ଗଣେଶପୁଜାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନକରିବାପାଇଁ କମିଟିର କର୍ମକର୍ତାମାନଙ୍କ ସହ ଆଲୋଚନା କରିଥିଲେ ।ଆଲୋଚନାରେ ।୨୪ଘଂଟିଆପେଟ୍ରୋଲିଂ,ଟ୍ରାଫିକନିୟନ୍ତ୍ରଣ ପାଇଁ ଦୃଷ୍ଟିଦେବାକୁ କମିଟିମାନଙ୍କପକ୍ଷରୁ ଦାବୀ ଉପସ୍ଥାପନା କରାଯାଇଥିଲା ।୧୫ ଓ ୧୬ତାରିଖରେ ଏକକୱାଇଣ୍ଡୋ ସିଷ୍ଟମରେ ପରିମିସନ ପାଇଁ ଜଟଣୀଥାନାରେ ଆବେଦନ କରିବାକୁ କୁହାଯାଇଥିଲା ।ହେବାକୁଥିବା ପୁଜାମଣ୍ଡପ ଓ ତୋରଣପାଇଁ ପୁଜାମଣ୍ଡପକୁ ସେଫଟି ସାଟିଫିକେଟ ଆଣିବାସହ ୨୪ଘଂଟିଆ ଜରୁରୀକାଳିନ ସେବା କଂଟୋଲରୁମ ଜଟଣୀଥାନାରେ କାର୍ଯ୍ୟାକାରୀ ହେବ ।ଭଷାଣିବେଳେ ନିରୁପଣ ହୋଇଥିବା ପୋଖରୀ ରେ ବିସର୍ଜନ କରିବା ସହ ପୁଜାକମିଟି ମାନଙ୍କ ତରଫରୁ ସ୍ୱେଛାସେବୀ ମାନଙ୍କୁ ନିୟୋଜନ କରାଯାଇ ଭିଡକୁ ନିୟନ୍ତ୍ରଣ କରିବାକୁ ପୋଲିସକୁ ସାହାର୍ଯ୍ୟକରିବାକୁ ଡିସିପି ଅନୁରୋଧ କରିଥିଲେ ।
ମୋରକୋ ଭୂକମ୍ପ
Prev Post
Next Post
