ଆରମ୍ଭ ହେଲା ଶୀତ ଅଧିବେଶନ,ସମସ୍ତ କାଯ୍ୟବଳୀ କାଗଜ ବିହୀନ କରିବାକୁ ନିଷ୍ପତି

0 263

ଭୁବନେଶ୍ବର ,୧୩/୧୧- ବୁଧବାର ଠାରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ଏହା ଡିସେମ୍ବର ୧୯ ଯାଏ ଚାଲିବ। ଏଥିରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଥିବା ବେଳେ ସେଥିରୁ ୨୫ଟି ସରକାରୀ ଓ ୫ଟି ବେସରକାରୀ କାର୍ଯ୍ୟ ଦିବସ।  ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ  ବିଧାନସଭାର ଅନୁମୋଦନ ପାଇଁ ପ୍ରଥମ ଦିବସରେ ଆଗତ କରାଯିବ।  ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ୨୦ ରୁ ୨୨ ତାରିଖ ପ୍ରଯ୍ୟନ୍ତ ଆଲୋଚନା  ହେବ। ୨୩ ଓ ୨୪ ତାରିଖ ଦୁଇଦିନ ବିଧାନସଭା ବନ୍ଦ ରହିବ।  ବ୍ୟୟମଞ୍ଜୁରୀ ବିଲ୍‌ ୨୫ ତାରିଖରେ ଗୃହରେ ଅନୁମୋଦନ ଲାଭ କରିବ।
ପ୍ରଥମ ଥର ଲାଗି ବିଧାନସଭାର ସମସ୍ତ କାର୍ଯ୍ୟାବଳୀ କାଗଜବିହୀନ (ପେପର ଲେସ୍‌) କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ବିଧାୟକମାନେ ସେମାନଙ୍କ ପ୍ରଶ୍ନ ଏବଂ ଉତ୍ତର ମୋବାଇଲ ଆପ ଜରିଆରେ ପାଇପାରିବେ।
। ନାରୀ ସୁରକ୍ଷାଠାରୁ ଆରମ୍ଭକରି ପିସି କାରବାର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, ଆଇନଶୃଙ୍ଖଳା, ବାତ୍ୟା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ, ପାନୀୟ ଜଳ, ଚାଷୀ ସମସ୍ୟା ଭଳି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି।  ସରକାରଙ୍କ କାର୍ଯ୍ୟକ୍ରମକୁ ବିରୋଧ କରାଯାଉଥିବା ସମସ୍ତ ପ୍ରସଙ୍ଗ ସହିତ ୫-ଟି କାର୍ଯ୍ୟକ୍ରମକୁ ମଧ୍ୟ ବିଧାନସଭାରେ ଉଠାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ଭାଜପା ଓ କଂଗ୍ରେସ ରାସ୍ତାକୁ ଓହ୍ଲାଇଥିଲେ। ଏହି ପ୍ରସଙ୍ଗକୁ ନେଇ ଭାଜପା ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି। ଏଥିସହିତ ଚାଷୀ, ବେକାରି ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତିକୁ ମଧ୍ୟ ବିଧାନସଭାରେ ଭାଜପା ଉଠାଇବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.