ଆଜିର ରାଶିଫଳ

ନବରାତ୍ରୀର ପ୍ରଥମ ଦିବସ ମାଙ୍କ ଶୈଳପୁତ୍ରୀ ରୂପ

୨୦୨୩ ମସିହା ଅକ୍ଟୋବର ମାସ ୧୬ ତାରିଖ ସୋମବାର। ଦ୍ବିତୀୟାର ଚ଼ନ୍ଦ୍ରଦର୍ଶନ ପୂଜା ଓ ଅର୍ଘ୍ୟଦାନ।ସୁର୍ଯ୍ୟୋଦୟ- ଘ୫/୪୪/୫୮,ସୂର୍ଯ୍ୟାସ୍ତ- ଘ୫/୧୯/୪୭,ଆଶ୍ବିନମାସ,ଶୁକ୍ଳପକ୍ଷ,ଚନ୍ଦ୍ରବାସ,ତିଥି- ଦ୍ବିତୀୟା ରାତ୍ରି ଘ୧/୫ମି ପର୍ଯ୍ୟନ୍ତ ତଦନ୍ତେ ତୃତୀୟା।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ, ରାତ୍ରି ଘ୧/୫ମି ପରେ ଆଗ୍ନେୟ କୋଣରେ। ମଙ୍ଗଳଯୁକ୍ତ ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ଘାତଚନ୍ଦ୍ର ନାହିଁ।ଘାତବାର–ମିଥୁନ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବୋଇତାଲୁ ଭକ୍ଷଣ ନିଷେଧ।ଅଶୁଭବେଳା-ବାରବେଳା ଦିବା ଘ୨/୧୮ମି ରୁ ଘ୩/୪୩ମି ପର୍ଯ୍ୟନ୍ତ।କାଳବେଳା ଦିବା ଘ୭/୧୩ମି ରୁ ଘ୮/୪୯ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୯/୫୨ମି ରୁ ଘ୧୧/୨୮ମି ପର୍ଯ୍ୟନ୍ତ।ଶୁଭବେଳା –ଅମୃତ ସୂର୍ଯ୍ୟୋଦୟ ରୁ ଦିବା ଘ୭/୨୨ ମି ମଧ୍ୟେ, ଘ୮/୫୮ମି ରୁ ଘ୧୧/୨୨ମି ମଧ୍ୟେ, ରାତ୍ରି ଘ୭/୪୧ମିରୁ ଘ୧୦ /୫୩ମି ମଧ୍ୟେ, ଘ୨/୫ମି ରୁ ୨/୫୩ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ନାହିଁ।ଶୁଭକର୍ମ:- ବାଣିଜ୍ୟ କରଣ, ନାମକରଣ, ଅନ୍ନପ୍ରାଶନ, ଦୂରଯାତ୍ରା, ବୃକ୍ଷରୋପଣ, ନବବସ୍ତ୍ର ପରିଧାନ, ହଳପ୍ରବାହ, ବୀଜବପନ।
🐏ମେଷ👉ରୋଜଗାରର ମାତ୍ରା ବୃଦ୍ଧି ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିବ। ରୁଚିକର ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
🐮ବୃଷ👉ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। କାର୍ଯ୍ୟରେ ବାଧା ଉପୁଜାଇବାକୁ କେହି ଉଦ୍ୟମ କରିବେ। ଦେବ କାର୍ଯ୍ୟ କରିବେ। ଧାତୁବାଦରେ ଧନ ବ୍ୟୟ କରିପାରନ୍ତି।
👩‍❤️‍👨ମିଥୁନ👉ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସୂତ୍ରରୁ ଏପରି କି ସରକାରୀ ସ୍ତରରୁ ସମ୍ମାନ ସହିତ ଧନ ପ୍ରାପ୍ତ ହେବେ। ବ୍ୟବସାୟରୁ ଲାଭ ମିଳିବ।
🦀କର୍କଟ👉 କର୍ମକ୍ଷେତ୍ର ସହଜ-ସୁଲଭ ହେବ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଶୁଭକାର୍ଯ୍ୟ ସମ୍ପାଦନ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଜଳ ଯୋଗାଣରେ ଧନ ଲାଭ ହେବ।
🦁ସିଂହ👉କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଧର୍ମକ୍ରିୟାରତ ହେବେ। ଜନ ଆଶିଷ ମିଳିବ।
🙎‍♀️କନ୍ୟା👉ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ବିପଦର ମୁକାବିଲା କରିବେ। ସାଧନାରେ ଶାଶ୍ବତ ସୁଖର ସନ୍ଧାନ ପାଇବେ। ଶୁଭକାର୍ଯ୍ୟ ସ୍ଥଗିତ ରଖିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
⚖️ତୁଳା👉ସର୍ବସୁଖ ଭୋଗକରି ପାରନ୍ତି। କର୍ମତତ୍ପର ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ପୁଣ୍ୟପ୍ରଭା ପତ୍ନୀଙ୍କ ସହଯୋଗ ମିଳିବ।
🦂ବିଛା👉 ଶତ୍ରୁତାର ଅବସାନ ଘଟିବ। ସ୍ଥିର ମାନସିକତା ଓ ଧୀରଚିତ୍ତରେ କାର୍ଯ୍ୟକରିବେ। ସାରାଦିନ କାର୍ଯ୍ୟବ୍ୟସ୍ତରହିବେ।ଶୁଭକାର୍ଯ୍ୟରେ ନିଜକୁ ନିୟୋଜିତକରିବେ।ଋଣ ପରିଶୋଧକରି ଆଶ୍ବସ୍ତ ହେବେ।
🏹ଧନୁ👉ଶାସ୍ତ୍ର ଅଧ୍ୟୟନ କରି ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହେବେ। ସର୍ବଦର୍ଶୀ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମ ହେବାର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପଦକ୍ଷେପ ପ୍ରଶଂସନୀୟ ହେବ।
🐊ମକର👉 ଶ୍ରମ ସାର୍ଥକ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। କୃଷି କାର୍ଯ୍ୟ ଉପରେ ଧ୍ୟାନ ଦେବେ। ଜଳାଶୟ, ପିତୃଭକ୍ତି ଓ ସ୍ବଗୃହ କର୍ମରୁ ସୁଖଭୋଗ କରିପାରନ୍ତି। ଯାନବାହନ ସୁଖ ଅଛି।
🏺କୁମ୍ଭ👉 ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ଘ କରିପାରନ୍ତି। ଅନବଦ୍ୟ ରଚନା ଜନସାଧାରଣଙ୍କ ପାଇଁ ଉପାଦେୟ ହେବ। ସରକାରୀ ସ୍ତରରୁ ଲାଭ ମିଳିବ।
🐟ମୀନ👉ବିଭିନ୍ନ ଦିଗରୁ ଧନାଗମ ହେବ। ଉପବାସାଦି ଧର୍ମକ୍ରିୟାରେ, ବିଦ୍ୟା ପ୍ରଭାବରେ, ବ୍ୟବସାୟରେ ଓ ମାତାପିତାଙ୍କଠାରୁ ଧନପ୍ରାପ୍ତ ହୋଇପାରନ୍ତି। ନୀତିନିଷ୍ଠ ହେବେ। ଚତୁର ହେବେ।

ମାଙ୍କ ଶୈଳପୁତ୍ରୀରୂପ-ପବିତ୍ର ମହାଳୟାପରେ ଆରମ୍ଭହୋଇଛି ମାଜଗତ ଜନନୀ ଙ୍କର ଆଗମନୀର ପର୍ବ । ଆଜିଠାରୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରି । ଏହାକୁ ଶାରଦାନବରାତ୍ରି ବୋଲି ବି କୁହାଯାଏ। ବିଭିନ୍ନ ପୀଠରେ ଦୁର୍ଗା ମାଆଙ୍କର ନଅଦିନ ଧରି ଚାଲିବ ଏହି ପୂଜା । ହିନ୍ଦୁ ରୀତିନୀତି ଅନୁସାରେ ପାର୍ବଣର ଶୁଭଅବସରରେ ନଅଦିନଧରି ମାଦୁର୍ଗାଙ୍କର ନଅଟି ସ୍ୱରୂପର ଉପାସନା କରାଯାଏ। ନାବରାତ୍ରର ପ୍ରଥମ ଦିନରେ ମାଙ୍କୁ ‘ଶୈଳପୁତ୍ରୀ’ ଭାବରେ ପୂଜା କରାଯାଏ ।ପ୍ରଥମଦିନରେ ମାଆପାର୍ବତୀଙ୍କୁ ଶୈଳପୁତ୍ରୀ କୁହାଯାଏ । ମାଆ ଦୁର୍ଗାଙ୍କର ପ୍ରଥମ ସ୍ବରୂପ ହେଲା ଶୈଳପୁତ୍ରୀ । ଶୈଳପୁତ୍ରୀଙ୍କ ଉପାସନାରୁ ହିଁ ଶାରଦୀୟ ନବରାତ୍ରର ଆରମ୍ଭ ହୋଇଥାଏ । ଦେବୀ ଶୈଳପୁତ୍ରୀ ଗିରିରାଜ ହିମାଳୟଙ୍କ ପୁତ୍ରୀ । ଧଳା ଏବଂ ଦିବ୍ୟ ସ୍ବରୂପ ସଦୃଶ ଦେବୀ ବୃଷବ ଉପରେ ବିଦ୍ୟମାନ ହୋଇଥାନ୍ତି । ଦେବୀ ଶୈଳପୁତ୍ରୀଙ୍କ ଡାହାଣ ହାତରେ ତ୍ରିଶୂଳ ଏବଂ ବାମ ହାତରେ ପଦ୍ମ ଫୁଲ ସୁଶୋଭିତ । ପୁରାଣ ଅନୁସାରେ ଦେବୀ ଶୈଳପୁତ୍ରୀ ପୂର୍ବଜନ୍ମରେ ଦକ୍ଷ ପ୍ରଜାପତିଙ୍କ ପୁତ୍ରୀ ସତୀ ଥିଲେ । ଯାହାଙ୍କର ବିବାହ ଭବବାନ ଶିବଙ୍କ ସହ ହୋଇଥିଲା ।ସତୀଙ୍କ ପିତା ଦକ୍ଷଙ୍କ ଦ୍ବାରା ଆୟୋଜିତ ଦକ୍ଷଯଜ୍ଞରେ ଭଗବାନ ଶିବଙ୍କୁ ଦକ୍ଷ ଆମନ୍ତ୍ରଣ କରିନଥିଲେ । ଅପରପକ୍ଷରେ ଯଜ୍ଞ ବେଳେ ଶିବଙ୍କର ଅପମାନ ମଧ୍ୟ ହୋଇଥିଲା । ଫଳରେ ଶିବପତ୍ନୀ ସତୀ ଯଜ୍ଞ ଅଗ୍ନିରେ ନିଜ ଶରୀରକୁ ଭସ୍ମ କରିଦେଇଥିଲେ । ପର ଜନ୍ମରେ ସେ ଗିରିରାଜ ହିମାଳୟ ପୁତ୍ରୀ ରୂପରେ ଅବତାରିତ ହେଲେ ଏବଂ ପରେ ଶୈଳପୁତ୍ରୀ ବୋଲି ବିଦିତ ହେଲେ । ଦେବୀ ଶୈଳପୁତ୍ରୀଙ୍କୁ ପାର୍ବତୀ ମଧ୍ୟ କୁହାଯାଏ । ଯିଏ ଭଗବାନ ଶଙ୍କରଙ୍କର ଅର୍ଦ୍ଧାଙ୍ଗିନୀ । ମାଆଙ୍କ ଦିବ୍ୟ ସ୍ବରୂପର ଧ୍ୟାନ କରିବା ଦ୍ବାରା ମନ ପରିମାର୍ଜିତ ହୁଏ । ବିନମ୍ରତା ଓ ସୌମ୍ୟତାର ବିକାଶ ହୋଇଥାଏ । ମାଆଙ୍କ ଏହି ସ୍ବରୂପ ଜୀବନରେ ଅନାସକ୍ତ ରହିବା ପାଇଁ ସନ୍ଦେଶ ଦେଇଥାଏ । କଠିନ ସଂଘର୍ଷରେ ମଧ୍ୟ ଧର‌୍ୟ୍ୟ, ଆଶା ଏବଂ ବିଶ୍ବାସର ସହ ଆଗକୁ ବଢିବାକୁ ପ୍ରେରଣା ଦେଇଥାଏ । ମାଆଙ୍କ ଶ୍ବେତ ସ୍ବରୂପ ଆମକୁ ସତ୍ ପ୍ରବୃତି ପାଇଁ ମାର୍ଗଦର୍ଶନ କରିଥାଏ । ମାଆ ବୃଷଭ ଉପରେ ବିଦ୍ୟମାନ । ବୃଷଭ ହେଉଛନ୍ତି ଧର୍ମର ପ୍ରତୀକ । ସତ୍ ପ୍ରବୃତି ହିଁ ଧର୍ମ । ତେଣୁ ଆମକୁ ତାହା କରିବାକୁ ସନ୍ଦେଶ ମିଳିଥାଏ । ବାମ ହାତରେ ପଦ୍ମ ଆମକୁ ପବିତ୍ର କାମ କରିବାକୁ ସନ୍ଦେଶ ଦେଇଥାଏ । ଡାହାଣହାତରେ ଥିବା ତ୍ରିଶୂଳ ମଣିଷମଧ୍ୟରେ ଥିବା ଦୈହିକ, ଦୈବିକ ଏବଂ ଭୌତିକ ବିକୃତିକୁ ନଷ୍ଟ କରିଥାଏ ।
ଧ୍ୟାନ- ବନ୍ଦେ ବାଞ୍ଛିତ ଲାଭାୟ-ଚନ୍ଦାର୍ଧକୃତ ଶେଖରାମ ।
ବୃଷାରୂଢାଂ ଶୂଳଧରାଂ-ଶୈଳପୁତ୍ରୀ ଯଶସ୍ୱିନୀ ।
ମାଙ୍କ ଆରାଧନାରେ- ପ୍ରଥମଦିବସେ ଶୈଳପୁତ୍ରୀରୂପେ – ମନୋବାଞ୍ଛା ପୂର୍ଣ୍ଣ କରିବ
ତ୍ରିଶୂଳଧାରିଣୀ ମା ବୃଷଭବାହିନୀ- ଅର୍ଦ୍ଧଚନ୍ଦ୍ର ଶୋଭା ପାଇବ ।
ମାତା ଶୈଳପୁତ୍ରୀଙ୍କ ପୂଜା ଉପାସନା କଲେ ସୂର‌୍ୟ୍ୟ ମହାଗ୍ରହଙ୍କ ଦୋଷ ସମସ୍ୟା ଦୂର ହୋଇଥାଏ । ମାଆଙ୍କ ପାଖରେ ଶୁଦ୍ଧ ଘିଅର ଭୋଗ କଲେ ସୂର‌୍ୟ୍ୟ ମହାଗ୍ରହ ଆର୍ଶିବାଦ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ କରାଯାଏ ।ଏହି ବିଶେଷ ଦିନରେ ମାଆଙ୍କୁ ପୂଜା କଲେ ମୁଳାଧାର ଚକ୍ର ଜାଗ୍ରତ ହୁଏ ଏବଂ ଅନେକ ସିଦ୍ଧି ପ୍ରାପ୍ତ ହେବା ସହ ଜୀବନର ସମସ୍ତ କଷ୍ଟ ଓ ଦୁଃଖ ଦୂର ହୋଇଥାଏ । ଏହି ସ୍ୱରୂପରେ ମାଆଙ୍କର ପ୍ରିୟ ରଙ୍ଗ ଧଳା ବୋଲି ବିଶ୍ୱାସ ରହିଛି । ସେଥିପାଇଁ ମାଆଙ୍କୁ ଧଳା ଫୁଲ ଅର୍ପଣ କରାଯାଏ ଓ ଧଳା ମିଠା ଭୋଗ ଲଗାଯାଏ । ମାଆ ଶୈଳପୁତ୍ରୀଙ୍କୁ ପୂଜା କଲେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ । ମା’ଙ୍କ ଆର୍ଶିବାଦରୁ ମନ ଶାନ୍ତ ରହେ । ମାଆଙ୍କୁ ପାନ ପତ୍ରରେ ଲବଙ୍ଗ ଓ ମିଶ୍ରି ଅର୍ପଣ କଲେ ନକରାତ୍ମକ ଶକ୍ତିର ବିନାଶ ହୋଇଥାଏ ଜୟ ମା ଦୂର୍ଗେ ।

 

- Advertisement -

Leave A Reply

Your email address will not be published.