ଗୋଟିକିଆ ହାତୀ କରୁଛି ଦୌରତ୍ମ୍ୟ

ଭାଙ୍ଗୁଛି ପାଚେରୀ,ଖାଉଛି ପନିପରିବା

କଟକ,୧୪।୮(ଏସଏସନିଉଜ) ଗତ ୫ଦିନ ହେବ ଚନ୍ଦକା ଜଙ୍ଗଲରୁ ବାହାରି ଏକ ଗୋଟିକିଆ ମାଇ ହାତୀ ମାର୍ଥାପୁର ଓ ରାମଦାସପୁର ଗହିରରେ ପଶି ଫସଲ ନଷ୍ଟ କରୁଛି।କେବଳ ଏତିକି ନୁହେଁ ଗୁରୁବାର ବିଳମ୍ବିତ ରାତିରେ ନରାଜ ଗ୍ରାମରେ ପଶି ପାଚେରୀ ଭାଙ୍ଗି ଦୌରତ୍ମ୍ୟ କରୁଛି।ଯାହାକୁ ନେଇ ଆଖପାଖ ଗ୍ରାମରେ ଏବେ ଭୟର ବାତାବରଣ ଖେଳିଯାଇଛି।
ପ୍ରକାଶ ଯେ,ଗତ ୫ଦିନ ହେବ ଏକ ଗୋଟିକିଆ ମାଇ ହାତୀ ଚନ୍ଦକା ଜଙ୍ଗଲରୁ ବାହାରି ମାର୍ଥାପୁର ଓ ରାମଦାସପୁର ଗହିରରେ ପଶି ଲାଗିଥିବା ପନିପରିବା ଫସଲ ନଷ୍ଟ କରୁଛି।ଏହାସହ ଲାଗିଥିବା ଧାନତଳି କୁ ଦଳିଚକଟି ନଷ୍ଟ କରିଦେଉଛି।
ମର୍ଥାପୁର ଗ୍ରାମରପ୍ରଶାନ୍ତ ପାଇଟାଲ,ସନ୍ତୋଷ ପାଇଟାଲ, ସୁନିଲ ପାଇଟାଲ,ପ୍ରତାପ ପାଇଟାଲ, ସରୋଜ ପାଇଟାଲ,ବିଶ୍ଵାମିତ୍ର ନାୟକ,ବିନୋଦ ନାୟକ,ଅନାଥ ପ୍ରଧାନ ଆଦି ଚାଷୀ ମାନଙ୍କର ପ୍ରାୟ ୨୦ରୁ୨୫ ଏକର ଜମିରେ ଲାଗିଥିବା ପନିପରିବା ଖାଇ ନଷ୍ଟ କରିଛି।
କେବଳ ଏତିକି ନୁହେଁ ଗୁରୁବାର ବିଳମ୍ବିତ ରାତିରେ ହାତୀଟି ନରାଜ ଗ୍ରାମରେ ପଶି କେତେକ ଜାଗାରେ ପାଚେରୀ ଭାଙ୍ଗି ବାଡ଼ିରେ ଥିବା କଦଳୀ ଗଛ ଭାଙ୍ଗି ନଷ୍ଟ କରିଛି।ହାତୀଟି ଗୋବିନ୍ଦପୁରର ନୂଆଗାଁ ପାହାଡରେ ଲୁଚି ରହି ସନ୍ଧ୍ୟା ହେବା ମାତ୍ରେ ବାହାରି ଉତ୍ପାତ କରୁଛି।ହାତୀଟି ଚାଷ ଜମି ଛାଡ଼ି ଏବେ ଗାଁ ଭିତରକୁ ପଶିବା ପରେ ଆଖ ପାଖ ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି।
ତୁରନ୍ତ ବନବିଭାଗ ହାତୀଟିକୁ ଘଉଡାଇ ଜଙ୍ଗଲ ମଧ୍ୟକୁ ନେବାକୁ ଚାଷୀମାନେ ଦାବି କରିଛନ୍ତି।

- Advertisement -

Leave A Reply

Your email address will not be published.