ଗାଡିଧକ୍କାରେ ଚାଲିଗଲା ପୁର୍ବତନ ସରମ୍ପଚଙ୍କ ଜୀବନ

କାରଧକ୍କାରେ ୩କଲେଜ ଛାତ୍ରୀ ଗୁରୁତର

0 279

ଆସିକା,୧୫ା୧୦(ଏସଏସନିଉଜ) କୋଟିନଡାଥାନା ଅଧିନସ୍ଥ ସୂତାକଳନିକଟରେ ଦୁର୍ଘଟଣା ଘଟିଛି ।ଏଥିରେ୩ କଲେଜ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତମାନେ ହେଉଛନ୍ତି ପ୍ରିୟ ଦର୍ଶନୀ ବେହେରା, ଗୁଡୁଲି ମହାପାତ୍ର ଓ ରୂପାଲି ବେହେରା ।ଯୁକ୍ତ୨ରେ ପାଠପଢୁଥିବା ୩ଜଣଛାତ୍ରୀ ଟିଉସନ ସାରି ଘରକୁ ଫେରୁଥିବା ସମୟରେ ଏଔ୦୫ଔଊ୪୮୪୮ନଂ କାରଟି ସେମାନଙ୍କୁ ଧକ୍କାଦେଇଥିଲା ।ସମସ୍ତଙ୍କୁ ସ୍ଥାନୀୟଲୋକ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଚିକିସ୍‌ାପାଇଁ ଆସିକା ମେଡ଼ିକାଲ ପଠାଇଛନ୍ତି । ସେମାନଙ୍କ ମଧ୍ୟରେ ପ୍ରିୟଦର୍ଶନୀବେହେରା ଅଧିକ ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯିବାର ଜଣାପଡିଛି ।ଦୁର୍ଘଟଣାଗ୍ରସ୍ଥ ଗାଡିକୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଥିବାର ଜଣାପଡିଛି ।
ଅନ୍ୟପଟେ ଏକ ବୋଲର ଧକ୍କାରେ ବିଜେଡିର ପୂର୍ବତନ ସରପଞ୍ଚ ଲଲାଟ ବେହେରାଙ୍କର ମୃତ୍ୟୁଘଟିଛି ।କୋଟିନଡାଥାନା ଅନ୍ତର୍ଗତ ୬୯ ନମ୍ବର ଜାତୀୟ ରାଜପଥ ଡିପଲସ୍କୁଲ ନିକଟରେ ତାଙ୍କୁ ଏକ ବୋଲର ଧକ୍କାଦେଇଥିଲା ।ଵରଗାଁର ୫୨ ବର୍ଷୀୟ ପୂର୍ବତନସରପଞ୍ଚ ଲଲାଟବେହେରା କୌଣସିକାମରେ ସକାଳୁ ଘରୁବାହାରି କବିସୂର‌୍ୟ୍ୟନଗରପଟେ ଯାଉଥିବାବେଳେ ପଛପଟରୁ ଆସୁଥିବା ଏକବୋଲର ତାଙ୍କୁ ଧକ୍କାଦେଇ ଚାଲିଯାଇଥିଲା। ଘଟଣାସ୍ଥଳରେ ସେ ରକ୍ତଜୁଡୁବୁଡୁ ଅଵସ୍ଥାରେ ପଡି ରହିଥିବାବେଳେ ସ୍ଥାନୀୟଲୋକେ ଆମ୍ବୁଲାନ୍ସଯୋଗେ ତାଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତରତାଙ୍କୁ ମୃତ୍ୟୁଘୋଷଣା କରିଥିଲେ। ଲଲାଟ ଆସିକା ବିଜେଡ଼ିର ଜଣେ ସକ୍ରିୟ ସଦସ୍ୟଥିଲେ। ତେଣୁ ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

 

Leave A Reply

Your email address will not be published.