ବାଲେଶ୍ୱରରୁ ଉଦ୍ଧାର କୁମ୍ଭୀର ଆସିଲା ନନ୍ଦନକାନନ

0 79

ବାରଙ୍ଗ,୧୪।୧୦ (ଏସଏସନିଉଜ) ବାଲେଶ୍ଵରଜିଲ୍ଲା ଭୋଗରାଇ ବ୍ଲକର ତାଳସାରି ଉଦୟପୂର ନିକଟ ସମୁଦ୍ରରୁ ଉଦ୍ଧାର ହୋଇଥିବା ୧୩ଫୁଟଲମ୍ବର ଏକ ଘଡିଆଳ କୁମ୍ଭୀର ଶନିବାରଦିନ ନନ୍ଦନକାନନରେ ଆସି ପହଁଚିଛି ।କୁମ୍ଭୀରଟି ନନ୍ଦନକାନନରେ ପହଁଚିବାପରେ ଡାକ୍ତରଖାନାରେ ତାର ପ୍ରାଥମିକ ଚିକିତ୍ସା କରାଯାଇ ସ୍ୱସ୍ଥ୍ୟବସ୍ଥାକୁ ଅନୁଧ୍ୟାନ ପରେ ଘଡ଼ିଆଳକୁମ୍ଭୀର ଟାଙ୍କିରେ ଛଡ଼ାଯାଇଛି ।
ତାଳସାରି ଅଂଚଳର କିଛି ମସ୍ୟଜିବୀ ବଙ୍ଗୋପସାଗରକୁ ମାଛଧରି ଗୁରୁବାରଦିନ ଫେରୁଥିବାବେଳେ ସମୁଦ୍ର ମଝିରେ ଥିବା ମୁରଲିଚଡ ଦାଣ୍ଡିରେ ବିଶ୍ରାମନେବାପାଇଁ ଯାଇଥିଲେ । ସେଠାରେ ଏକ କାଠଗଣ୍ଡି ଭାବି କୁମ୍ଭୀରଉପରେ ବସିବାକୁଯାଉଥିବାବେଳେ ମସ୍ୟଜୀବୀମାନଙ୍କୁ କୁମ୍ଭୀରଟି ହଠାତ ଆକ୍ରମଣ କରିଥିଲା ।ମସ୍ୟଜିବୀମାନେ କୈାଶଳକରି କୁମ୍ଭୀରକୁ କାବୁକରି ଫାଶ ଲଗାଇ ବାନ୍ଧିବାସହ ଜଳେଶ୍ବର ବନ ବିଭାଗକୁ ଖବର ଦେଇଥିଲେ ।ପରେ ବନବିଭାଗ କର୍ମଚାରୀମାନେ ଆସି ଡଙ୍ଗାରେ କୁମ୍ଭୀରକୁ ସ୍ଥଳଭାଗକୁ ଆଣିବା ପରେ ଦେଖଣାହାରୀ ମାନଙ୍କର ଭୀଡ ଲାଗିଥିଲା ।ଏକ ପିକ୍‌ଅପ୍ ଭ୍ୟାନରେ କୁମ୍ଭୀରଟିକୁ ଜଳେଶ୍ଵର ବନ୍ୟପ୍ରାଣୀ ବନାଞ୍ଚଳ ରେଞ୍ଜକାର‌୍ୟ୍ୟାଳୟକୁ ଅଣାଯାଇଥିଲା ।ସେଠାରୁ ଡାକ୍ତରଙ୍କଦ୍ୱାରା କୁମ୍ଭୀରଟିର ପ୍ରାଥମିକ ଚିକିତ୍ସା ପରେ ନନ୍ଦନକାନନକୁ ଖବର ଦିଆଯାଇଥିଲା।ନନ୍ଦନ କାନନରୁ ୩ଜଣିଆ ଦଳ ସେଠାରେ ପହଁଚି ଉଦ୍ଧାର କୁମ୍ଭୀରକୁ ନନ୍ଦନକାନନକୁ ଆଣିଥିଲେ।ତେବେ ଉଦ୍ଧାର ହୋଇଥିବା କୁମ୍ଭୀରଟି ମାଈ ହୋଇଥିବାବେଳେ ତାର ବୟସ ୧୩ବର୍ଷ ,ଓଜନ ୧୧୮କେଜି ଓ ୩.୭୫ ମିଟର ଲମ୍ବ ବୋଲି ଜଣାପଡିଛି।ତାର ଶରୀରର ଦୁଇ ତିନିଟି ସ୍ଥାନରେ ସାମାନ୍ୟ ଆଘାତ ଲାଗିଥିବାର ଜଣାପଡିଛି।ନନ୍ଦନକାନନରେ ତାର ପ୍ରାଥମିକ ଚିକିତ୍ସା କରାଯାଇ କୁମ୍ଭୀର ଟାଙ୍କିରେ ଛଡ଼ାଯାଇଛି।

 

Leave A Reply

Your email address will not be published.