ଗାଡିକିଣାକୁନେଇ କଥାକଟାକଟି

ବିଅର ବୋତଲରେ ଆକ୍ରମଣ

0 212

ବାରଙ୍ଗ,୧୪ା୧୦(ଏସଏସନିଉଜ) ଦାଢାପାଟଣାଗ୍ରାମର ବିଭୁତିଭୁଷଣ ଓଝା୧୨ତାରିଖ ରାତିରେ ଦାଢାପାଟଣା ଲେବଲକ୍ରସିଂ ପାଖରେ ଛିଡାହୋଇଥିବା ବେଳେ ଆଇଆରସି ଭିଲେଜ ହାତିଆଶୁଣି ବସ୍ତିରେ ରହୁଥିବା ସୁକୁଟାଗୁରୁ ଓରଫ ସୋମନାଥ ଆସି ଭେଟିଥିଲା ।ଉଭୟଙ୍କ ମଧ୍ୟରେ କଥାବାର୍ତା ଭିତରେ ଦଶହରାପୁଜାଦେଖିବାପାଇଁ ସୁକୁଟା ଏକ ପୁରୁଣା ମୋଟରସାଇକେଲ ଖୋଜୁଛି ଓ କିଣିବାପାଇଁ ୨୦ହଜାରଟଙ୍କା ରଖିଛି ।୫ହଜାରେ ଟଙ୍କା ଦେଇଦେଲେ ବିଭୁତି ଏକ ବାଇକ କିଣିଦେବ ବୋଲି ସୁକୁଟାକୁ କହିଥିଲା । ତୁଚୋରଟା ହୋଇଥିବାରୁ ମୋଟଙ୍କା ନେଇ ପଳାଇବୁବୋଲି ବିଭୁତିକୁ ସୁକୁଟା କହିଥିଲା ।ଏଥିରେ ରାଗିଯାଇ ତୁବି ଚୋରିକରି ଏତେଗୁଡାଏ ଟଙ୍କା ପାଇଛୁବୋଲି ବିଭୁତି ସୁକୁଟାକୁ କହିଥିଲା ।ଏହାକୁନେଇ ଉଭୟଙ୍କ ମଧ୍ୟରେ କଥାକଟାକଟି ଆରମ୍ଭ ହୋଇଥିଲା ।ଏହିସମୟରେ ସୁକୁଟା ପାଖରେ ପଡିଥିବା ବିଅରବୋତଲଭାଙ୍ଗି ବିଭୁତିର ମୁଣ୍ଡ ଓ ବେକକୁ ବାରମ୍ଭାର ଆକ୍ରମଣ କରିଥିଲା । ଚିକ୍ତାର ଶୁଣି ପାଖରେ ଥିବା ସ୍ଥାନିୟ ଲୋକମାନେସୁକୁଟା କବଳରୁ ବିଭୁତିକୁ ଉଦ୍ଧାରକରି ଚିକିସ୍‌ାପାଇଁ ଡାକ୍ତରଖାନାକୁ ନେଇଥିଲେ ବୋଲି ବିଭୁତି କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ।ବାରଙ୍ଗଥାନା ଅଧିକାରୀ ଆକାଶଚନ୍ଦ୍ରରଣା ୩୮୨/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ସୁକୁଟାକୁ ଶନିବାରଦିନ ଗିରଫକରି କୋର୍ଟଚାଳଣ କରିଛନ୍ତିା

Leave A Reply

Your email address will not be published.