ଦିନରେ ଭିକ,ରାତିରେ ଚୋରୀ

ଭଦ୍ରକ ,୨୩ା୧୨(ଏସଏସନିଉଜ)ଚୋରୀକରିବାର ନୁଆତରିକାକୁ ଆପଣେଇଥିଲେ ।ଦିନରେ ଭିକ ମାଗି ଘର ଚିହ୍ନଟ କରିବା ସହ ଚିହ୍ନଟ କରିଥିବା ଘରକୁ ରାତିରେ ଟାର୍ଗେଟ କରି ଚୋରୀ କରୁଥିଲେ ।କେବଳ ଏତିକିନୁହେଁ ଆବଶ୍ୟକତାକୁଦେଖି ଏମାନେ ଗୃହକର୍ତାକୁ ମଧ୍ୟ ଆକ୍ରମଣ କରିବାକୁ ମଧ୍ୟ ପଛାଉନଥିଲେ ।ଏହିଭଳିଘଟଣା ସାବରଙ୍ଗଥାନା ଅଧିନସ୍ଥ ଚଣ୍ଡିଗାଁରେ ଘଟିଥିବାର ଅଭିଯୋଗ ମଧ୍ୟ ଥାନାକୁ ଆସିଥିଲା ।ଶେଷରେ ପୋଲିସ ହାତରେ ୫ଜଣ ଚୋର ସହ ଚୋରୀ ସୁନାଅଳଙ୍କାରକୁ ବିକୁଥିବା ଜଣେ ଦୋକାନୀଙ୍କୁ ଧରିବା ସହ ସେମାନଙ୍କୁ କୋର୍ଟଚାଳଣ କରିଛି ପୋଲିସ ।ପୋଲିସ ଏମାନଙ୍କଠାରୁ ଚୋରି ହୋଇଥିବା ସୁନା ଗହଣା , ନଗଦ ଟଙ୍କା ସହ ମାରଣାସ୍ତ୍ର ଜବତ କରିଛି ।

 

 

- Advertisement -

Leave A Reply

Your email address will not be published.